/odishatv-khabar/media/media_files/2025/12/01/sejal-2025-12-01-10-08-34.jpg)
Sejal Photograph: (OTV)
ସେଜଲ୍ ସିନା ଛାଡ଼ି ଆସିଗଲେ କିନ୍ତୁ ତାଙ୍କୁ ଭୁଲି ପାରୁନାହାନ୍ତି ମାଆ। ଆମେରିକାରେ ଥିବା ସେଜଲଙ୍କ ମାଆ ତାଙ୍କୁ ଦେଇଥିବା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୨୧ ତାରିଖରେ ସେଜଲଙ୍କ ପାଇଁ ତାଙ୍କ ମାଆ ଲେଖିଥିବା ଚିଠିକୁ ଯିଏ କେହି ବି ପଢ଼ିବ ତା ଛାତି ଦୁଃଖରେ ଭରି ଯିବ। ସେ ଲେଖିଛନ୍ତି ‘ସେଜଲଙ୍କୁ ଯିବାର ଦେଖି ହୃଦୟ କଷ୍ଟରେ ଫାଟି ପଡ଼ୁଛି’। ମୁଁ ଯାହା ଯାହା କରିଛି, ତୁମ ଭଲ ପାଇଁ, ତୁମକୁ ଭଲ ପାଇବା ପାଇଁ। ତୁମେ ମାଆଙ୍କ ନାଁକୁ ଖରାପ କରିଛ, ସେଥିପାଇଁ ମୁଁ ଦୁଃଖିତ। ହୃଦୟର କୋଣରେ ସବୁ ବେଳେ ରହିବ ମୋ ଝିଅ ବୋଲି ସେ ଲେଖିଛନ୍ତି।...
ପାଳିତା ମାଆର କୋହ
ସମ୍ନାକୁ ଆସିଛି ସେଜଲଙ୍କ ଆମେରିକୀୟ ମାଆଙ୍କ ଏକ ଚିଠି । ଏହି ଚିଠି ଟି ଗତ ନଭେମ୍ବର ୨୧ ତାରିଖର । ଏଥିରେ ଲେଖା ଅଛି-
‘ସେଜ୍ ମାଇଁ ଡିଅର୍,
ତୁମେ ଯାଉଥିବାର ଦେଖି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ, ତୁମ ମାଆଙ୍କ ନାମରେ କଳଙ୍କ ଲଗାଇଦେଲ। ତୁମେ ଜାଣିଛ ମୁଁ ତୁମକୁ କେତେ ଭଲ ପାଏ । ମୁଁ ଯାହା ବି କରିଛି ତୁମ ଭଲ ପାଇଁ । ତୁମେ ତୁମର ଯତ୍ନ ନିଅ । ଭଗବାନ ତୁମର ମଙ୍ଗଳ କରନ୍ତୁ ।
ତୁମର ସବୁଠାରୁ ଛୋଟ ଆନନ୍ଦ ଏବଂ ସବୁଠାରୁ ବଡ ଦୁଃଖ ସମୟ ରେ ମୁଁ ତୁମ ସାଙ୍ଗରେ ଅଛି। ତୁମେ ସବୁବେଳେ ମୋ ହୃଦୟରେ ଅଛ। ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି।‘
ଯାହା ଜଣା ପଡ଼ିଛି, ଗତ ନଭେମ୍ବର 21 ତାରିଖ ଦିନ ସେଜଲ ଆମେରିକା ଛାଡ଼ିବା ସମୟରେ ସେଜଲଙ୍କ ହାତରେ ଏହି କୋହ ଭରା ଚିଠି ଦେଇଛନ୍ତି ତାଙ୍କ ପାଳିତା ମାଆ ସୁସି ।
ସେଜଲଙ୍କ ମାଆଙ୍କ ଲୁହଭରା ଚିଠି
ସେଜଲ୍ ସିନା ଛାଡ଼ି ଆସିଗଲେ କିନ୍ତୁ...
ଆମେରିକାରୁ ଆସିବା ବେଳେ କୋହଭରା ଚିଠି
‘ସେଜଲଙ୍କୁ ଯିବାର ଦେଖି ହୃଦୟ କଷ୍ଟରେ ଫାଟି ପଡ଼ୁଛି’
‘ମୁଁ ଯାହା ଯାହା କରିଛି, ତୁମ ଭଲ ପାଇଁ’
T-20 Match Rush: ବାରବାଟୀ T-20 ମ୍ୟାଚ୍ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ଅବ୍ୟବସ୍ଥା ଏଡ଼ାଇବାକୁ ବନ୍ଦୋବସ୍ତ

Cyclone Fury Strikes Sri Lanka: ଡିଟଓ୍ୱାର ତାଣ୍ଡବରେ ଶ୍ରୀଲଙ୍କାରେ ପ୍ରଳୟ, ଭାରତ ବଢାଇଲା ବନ୍ଧୁତ୍ବର ହାତ

Deadly Junk Food Threat Rising: ଘାତକ ସାଜୁଛି ଜଙ୍କଫୁଡ୍ , ଲୋକଙ୍କ ସ୍ବାସ୍ଥ୍ୟକୁ ଜଗିବେ ସରକାର

Bhadrak Politics Shake Up: ଭଦ୍ରକ ବିଜେଡିକୁ ୪୪୦ ଭୋଲ୍ଟ ଝଟକା, ଟେନସନ୍ ବଢାଇଲେ ମନମୋହନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)