Advertisment

Pakistan Knocked Out of T20 World Cup: ଜିତିକି ବି ବିଶ୍ବକପରୁ ବିଦାହେଲା ପାକିସ୍ତାନ, ସେମିଫାଇନାଲ୍ ସ୍ବପ୍ନ ଧୂଳିସାତ୍

T-2୦ ବିଶ୍ବକପରୁ ବିଦାହେଲା ପାକିସ୍ତାନ। ଧୂଳିସାତ୍ ହେଲା ପାକିସ୍ତାନର ସେମିଫାଇନାଲ୍ ସ୍ବପ୍ନ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ମାତ୍ର ୫ ରନରେ ଜିତିଲା। ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ପାଇଲେ ୩ ପଏଣ୍ଟ।

author-image
Chinmayee Sahoo
Pakistan

Pakistan Photograph: (OTV)

T-2୦ ବିଶ୍ବକପରୁ ବିଦାହେଲା ପାକିସ୍ତାନ । ଚୁରମାର୍ ହେଲା ପାକିସ୍ତାନର ସେମିଫାଇନାଲ୍ ସ୍ବପ୍ନ। ଶ୍ରୀଲଙ୍କା ବିପକ୍ଷ ସୁପର୍-8ରେ ନିରାଶ ହେଲା ପାକିସ୍ତାନ। ଗ୍ରୁପ-Bରୁ ସେମିକୁ ଗଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାଧାପ୍ରାପ୍ତ ଯୋଗୁ ମୋଟ ୩ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। 

Advertisment

ତେବେ ନ୍ୟୁଜିଲାଣ୍ଡ ରନ୍ ରେଟ୍ ହିସାବରେ ସେମିଫାଇନାଲକୁ କ୍ବାଲିଫାଏ କରିଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନ ସେମିକୁ ଯିବାର ସୁଯୋଗ ରହିଥିଲା । ଯଦି ପାକିସ୍ତାନ ୬୫ ରନ କିମ୍ବା ତାଠୁ ଅଧିକ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥାନ୍ତା ତେବେ ନ୍ୟୁଜିଲାଣ୍ଡଠୁ ଅଧିକ ରନ ରେଟ୍ ହାସଲ କରିବା ସହ ସେମିଫାଇନାଲ ଖେଳିବାର ସ୍ବପ୍ନ ପୂରଣ କରିଥାନ୍ତା। 

ବଡ ବିଜୟର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ ୨୧୨ ରନ କରିଥିଲା। ହେଲେ ବୋଲରଙ୍କ ବିଫଳତା ଦଳକୁ ସେମିରୁ ବିଦା କରିଛି। ଶ୍ରୀଲଙ୍କାଠୁ ପାକିସ୍ତାନ ମାତ୍ର ୫ ରନରେ ଜିତିବାରୁ ସେମି ସ୍ବପ୍ନ ଧୂଳିସାତ ହୋଇଯାଇଛି।

Advertisment

T20 World Cup Pakistan
Advertisment
Related Articles
Advertisment