Advertisment

High-Voltage T20 Clash: ଆଜି କୋଲକାତାରେ ହାଇ ଭୋଲଟେଜ୍ ମ୍ୟାଚ୍, ଯିଏ ହାରିବ ବିଶ୍ବପକରୁ ବିଦା ହେବ

ଆଜି କୋଲକାତା ଇଡେନ୍ ଗାର୍ଡେନସରେ ହାଇ ଭୋଲଟେଜ୍ ମ୍ୟାଚ୍। ଗ୍ରୁପ ୱାନରୁ ଦ୍ବିତୀୟ ଟିମ ଭାବେ ସେମିଫାଇନାଲକୁ ଯିବା ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ କଡ୍ଡା ଟକ୍କର।

author-image
Chinmayee Sahoo
T20 World Cup

T20 World Cup Photograph: (OTV)

ଆଜି କୋଲକାତା ଇଡେନ୍ ଗାର୍ଡେନସରେ ହାଇ ଭୋଲଟେଜ୍ ମ୍ୟାଚ୍। ଗ୍ରୁପ ୱାନରୁ ଦ୍ବିତୀୟ ଟିମ ଭାବେ ସେମିଫାଇନାଲକୁ ଯିବା ପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ କଡ୍ଡା ଟକ୍କର। ଉଭୟ ଟିମ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଯିବ ଜିତିବ ସିଏ ସେମିକୁ ଯିବ। ଯିଏ ହାରିବ ସେ ବିଦା ହେବ। 

Advertisment

ଆଉ ଯଦି ବର୍ଷା କିମ୍ବା କୌଣସି କାରଣରୁ ମ୍ୟାଚ ହୋଇପାରିଲା ନାହିଁ ତେବେ ଖରାପ ରନ ରେଟ ପାଇଁ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ। ମାର୍ଚ୍ଚ ୫ରେ ଇଂଲଣ୍ଡ ସହିତ ଦ୍ବିତୀୟ ସେମି ଫାଇନାଲ ଖେଳିବ ବିଜେତା ଟିମ। ଏହି ସବୁ ଦୃଷ୍ଟିରୁ ଆଜିର ମ୍ୟାଚ୍ ଭାରତ ପାଇଁ  'କର ବା ମର' ସଦୃଶ୍ୟ।

ଇଡେନ୍ ଗାର୍ଡେନସର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ଭଳି ହୋଇଥିବାରୁ ଏଠାରେ ଭାରତୀୟ ବ୍ୟାଟ୍ସମ୍ୟାନ ସଫଳ ହେବେ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ବ୍ୟାଟିଂରେ ସୁଧାର ଆସିଛି ହେଲେ ବୋଲିଂ ପାଇଁ ଚିନ୍ତା ବଢିଛି। ଜିମ୍ବାୱେ ବିପକ୍ଷ ମ୍ୟାଚରେ ସମସ୍ତ ବ୍ୟାଟର ଚମତ୍କାର ଖେଳିବାରୁ ଟି୨୦ ୱାର୍ଲଡ କପରେ ସର୍ବାଧିକ ୨୫୬ ରନ ସ୍କୋର କରିବାରେ ସକ୍ଷମ ହେଲା ଟିମ ଇଣ୍ଡିଆ। 

Advertisment

ହେଲେ ଇଡେନ ଗାର୍ଡେନ୍ସରେ କିନ୍ତୁ ଏହା ସହଜ ହେବ ନାହିଁ। ପେସ ବୋଲରଙ୍କୁ ବାଦ ଦେଲେ ଏବେ ସ୍ପିନର ଟିମ ପାଇଁ ବଡ ଟେନସନ ଆଣିଛନ୍ତି। ତେବେ ପେସର୍ ବୁମରା, ଆଶ୍ରଦୀପ ଓ ପାଣ୍ଡ୍ୟାଙ୍କୁ ବେଶ ସହାୟକ ହୋଇପାରେ ପିଚ୍।

T20 World Cup
Advertisment
Related Articles
Advertisment