Advertisment

CCTV Footage: ସିସିଟିଭିରେ ଲାଲକିଲ୍ଲା ସୈତାନ, ସାମ୍ନାକୁ ଆସିଲା ବିସ୍ଫୋରଣ ପୂର୍ବର ଫୁଟେଜ୍ ... ଡ୍ରାଇଭିଂ ସିଟ୍‌ରେ ମାସ୍କ ପିନ୍ଧି ବସିଥିଲା ଆତଙ୍କୀ

ଅପରାହ୍ନ ୩ଟା ୧୯ ମିନିଟ୍‌, ଧଳା ରଙ୍ଗର ଗୋଟିଏ ଆଇ-20 କାର୍‌ ଆସି ଛିଡା ହୋଇଥିଲା ଲାଲକିଲ୍ଲା ପାର୍କିଂରେ । ପ୍ରାୟ ୩ ଘଣ୍ଟା ଯାଏ ସେଠି ଅଟକିଥିଲା କାର୍ । ୬ଟା ୪୮ ମିନିଟ୍‌ରେ ପାର୍କିଂରୁ ବାହାରିଥିଲା ।

author-image
Manas Ranjan Mohanty
RED-FORT-BLAST-CCTV-FOOTAGE

RED-FORT-BLAST-CCTV-FOOTAGE Photograph: (OTV)

ସିସିଟିଭିରେ ଲାଲକିଲ୍ଲା ସୈତାନ । ସାମ୍ନାକୁ ଆସିଲା ବିସ୍ଫୋରଣ ପୂର୍ବର ଫୁଟେଜ୍ ।  ଡ୍ରାଇଭିଂ ସିଟ୍‌ରେ ମାସ୍କ ପିନ୍ଧି ବସିଥିଲା ଆତଙ୍କୀ ! ହୁଣ୍ଡାଇ ଆଇ-୨୦ କାର୍‌, ଯେଉଁଥିରେ ଘଟିଥିଲା ବିସ୍ଫୋରଣ ।  ସାମ୍ନାକୁ ଆସିଛି ଲାଲକିଲ୍ଲା ବ୍ଲାଷ୍ଟ ପୂର୍ବର ପ୍ରଥମ ସିସିଟିଭି ଫୁଟେଜ୍ । କାର୍ ଭିତରେ ଜଣେ ସନ୍ଦିଗ୍ଧ ବସିଥିବାର ଦେଖିବାକୁ ମିଳୁଛି ଫୁଟେଜରେ ।  ସନ୍ଦିଗ୍ଧ  କଳା ମାସ୍କ ପିନ୍ଧି ବସିଥିଲା ଡ୍ରାଇଭିଂ ସିଟ୍‌ରେ । ବିସ୍ଫୋରଣ ଘଟାଇବା ପୂର୍ବରୁ ଆଇ-୨୦ କାର୍‌କୁ ନେଇ ଟ୍ରାଫିକ୍‌ ଦେଇ ଯାଇଥିଲା । ଆଉ ସନ୍ଦିଗ୍ଧ ଜଣକ ଆତଙ୍କବାଦୀ ଡାକ୍ତର ଉମର ମହମ୍ମଦ ବୋଲି କୁହାଯାଉଛି ।

Advertisment

ଅପରାହ୍ନ ୩ଟା ୧୯ ମିନିଟ୍‌, ଧଳା ରଙ୍ଗର ଗୋଟିଏ ଆଇ-20 କାର୍‌ ଆସି ଛିଡା ହୋଇଥିଲା ଲାଲକିଲ୍ଲା ପାର୍କିଂରେ । ପ୍ରାୟ ୩ ଘଣ୍ଟା ଯାଏ ସେଠି ଅଟକିଥିଲା କାର୍ । ୬ଟା ୪୮ ମିନିଟ୍‌ରେ ପାର୍କିଂରୁ ବାହାରିଥିଲା । ସମୟ ସନ୍ଧ୍ୟା ପ୍ରାୟ ୬.୫୨ରେ ଏହି କାର୍‌ ଧୀରେ ଧୀରେ ଆସି ଅଟକିଲା ଟ୍ରାଫିକ୍ ରେଡ୍ ଲାଇଟରେ। ଆଉ ଏ ଗାଡି ଅଟକିବା କ୍ଷଣି ହଠାତ୍ ଘଟିଥିଲା ପ୍ରଚଣ୍ଡ ବିସ୍ଫୋରଣ । 

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୋହଲିଯାଇଥିଲା ସାରା ଅଞ୍ଚଳ । ଛିନଛତ୍ର ହୋଇଯାଇଥିଲେ ମଣିଷ, ପାଉଁଶ ହୋଇଯାଇଥିଲା ମାଳ ମାଳ ଗାଡ଼ି । ବିସ୍ଫୋରଣ ଘଟାଇଥିବା ଗାଡିରେ ପ୍ରଚୁର ପରିମାଣର ବିସ୍ଫୋଟକ ବୋଝେଇ ଥିଲା ।

Advertisment

ତେବେ ଏ ଆଇ-20 କାର୍‌ କିଏ ଆଣିଥିଲା, କିଏ କିଏ ବସିଥିଲେ, ସେନେଇ ଏବେ ଛାନଭିନ୍‌ କରୁଛି ତଦନ୍ତକାରୀ ଏଜେନ୍ସି । ଜୈସ୍-ଇ-ମହମ୍ମଦ ଆତଙ୍କୀ ଉମର ମହମ୍ମଦ ଏହି କାର୍‌ ଚଲାଉଥିବା ସନ୍ଦେହ କରାଯାଉଛି । କାର୍‌ରେ ସେ ଏକୁଟିଆ ଥିଲା । ଏନେଇ ଏଯାଏଁ ପୋଲିସ କିଛି ସ୍ପଷ୍ଟ କରିନି । 

ସାରା ଦେଶକୁ ସ୍ତବ୍ଧ କରିଦେଇଛି ଲାଲକିଲ୍ଲା ବିସ୍ଫୋରଣ । ରାଜଧାନୀ ଛାତି ଉପରେ ଭୟଙ୍କର ହମ୍‌ଲା, ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।  ଲାଲକିଲ୍ଲା ବ୍ଲାଷ୍ଟ ପରେ ହାଇଆଲର୍ଟରେ ଦିଲ୍ଲୀ, ମୁମ୍ୱାଇ, ଉତ୍ତରପ୍ରଦେଶ, ଓଡିଶାଠୁ ଆରମ୍ଭ କରି ପୂରା ଦେଶ । ସବୁଠି ଭୟ, ଆତଙ୍କର ମାହୋଲ । 

Advertisment
Related Articles
Advertisment