/odishatv-khabar/media/media_files/2025/11/11/jajpur-haripur-kunja-mela-2025-11-11-16-50-11.jpg)
Jajpur-Haripur-Kunja-Mela Photograph: (OTV)
ଆଖି ଲାଖି ଗଲା ପରି ବେଶ । ଚିକମିକ୍ କରୁଛି ରଙ୍ଗବେରଙ୍ଗର ଆଲୋକ । ମନ କିଣୁଛି ରାହାସ ଯାତ୍ରା । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ହରିପୁର ହୋଇଉଠେ ଚଳଚଞ୍ଚଳ । ଅନେକ ଦିନ ଆଗରୁ କାରିଗରମାନେ ଲାଗିପଡିଥାନ୍ତି କୁଂଜ ଓ ମୂର୍ତ୍ତି ତିଆରି କାମରେ । ପ୍ରସିଦ୍ଧ ରାହାସ ଯାତ୍ରା ଲାଗି ଏଠାରେ ଶହଶହ ଲୋକଙ୍କ ସମାଗମ ହୁଏ । ଅଞ୍ଚଳର ମଠ ମନ୍ଦିର ଏବଂ କୁଞ୍ଜରେ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଏବଂ ମଦନମୋହନ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବାବେଳେ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ ସହ ଜିଲା ବାହାରୁ ଲୋକଙ୍କ ସୁଅ ଛୁଟେ ଏଠାକୁ ।
କିମ୍ବଦନ୍ତୀ ଅନୁସାରେ ପଂଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏଇଠି କିଛି ସମୟ ଅଟକିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ବାନ୍ଧି ରଖିଥିଲେ । ସେବେ ଠାରୁ ଏହି ଅଂଚଳରେ ପାଳିତ ହୋଇ ଆସୁଛି ରାହାସ ଯାତ୍ରା । ଆଉ ଏଥିପାଇଁ ଜନଗହଳିକୁ ନଜରରେ ରଖି ଅନେକ ବ୍ୟବସାୟିକ ଷ୍ଟଲ ଖୋଲିଥିବାବେଳେ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ୯ଟି ଅପେରା ପାର୍ଟି ଏଠାରେ ପଡ଼ିଥିବା ବେଳେ ନାଟକକୁ ଦର୍ଶକ ଭରପୁର ଉପଭୋଗ କରୁଛନ୍ତି ।
ତେବେ ପରମ୍ପରାକୁ ସମ୍ମାନ ଜଣାଇ ଅନେକ ବର୍ଷ ଧରି ଚାଲିଆସୁଛି ଏହି ଯାତ୍ରା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାହାସ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
PAN Card Misuse Alert: ଆଉ କେହି ବ୍ୟବହାର କରୁନି ତ ଆପଣଙ୍କ PAN? କିପରି ଜାଣିବେ?

Munir Consolidates Power: ଆହୁରି ଶକ୍ତିଶାଳୀ ହେବେ ମୁନିର୍, ପାକିସ୍ତାନରେ ନେବେ ୩ ସେନାର ଦାୟିତ୍ୱ

Islamabad Terror: ପାକିସ୍ତାନ ଇସ୍ଲାମାବାଦରେ ଭୟଙ୍କର ବିସ୍ଫୋରଣ, ୧୨ ଜଣଙ୍କ ମୃତ୍ୟୁ....

MD OMC Visits Iron Ore Mines: ବଡ଼ବିଲ ଖଣି ଅଞ୍ଚଳ ପରିଦର୍ଶନ କଲେ ଓଏମ୍ସି ଏମ୍ଡ଼ି, ଉତ୍ପାଦନ ବୃଦ୍ଧି ପାଇଁ କଲେ ଆଲୋଚନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)