Advertisment

Drunk Drivers Caught: ମଦ ବୋତଲ ସହ କରୁଥିଲେ ଲଙ୍ଗ୍ ଡ୍ରାଇଭ୍, ରାଜଧାନୀରେ ହେଲା ଚେକିଂ

କିଏ ଗୋଟିଏ ଗାଡ଼ିରେ ଟ୍ରିପଲିଂ କରି ରାତ୍ର ଭ୍ରମଣରେ ବାହାରିଥିଲେ, ତ କିଏ ପେଟେ ମଦ ପିଇ ଝୁଲୁଥିଲେ। ତ କାହାର ଗାଡ଼ି ଭିତରୁ ସାକ୍ଷାତ ମଦ ବୋତଲର ଦର୍ଶନ ମିଳିଥିଲା। ଯେମିତି ଏଇ ବାବୁ ଜଣଙ୍କୁ ଭେଟନ୍ତୁ।

author-image
Manas Ranjan Mohanty
BBSR-Police-Checking

BBSR-Police-Checking Photograph: (OTV)

ରାତିଅଧରେ ହେଲା ଅଚାନକ୍ ଚେକିଂ। ଗାଡ଼ି ମୋଟରକୁ ଅଟକାଇ ତନ୍ନ ତନ୍ନ କରି ଯାଞ୍ଚ କଲେ ପୋଲିସ ମ୍ୟାଡମ୍। ରାଜଧାନୀ ଭୁବନେଶ୍ୱରର କିଟ୍ ଛକ । ବିଳମ୍ୱିତ ରାତିରେ ଆମେ ବାହାରିଥିଲୁ ରାଜଧାନୀର ଶୂନଶାନ୍ ରାତିର ଦୃଶ୍ୟକୁ କ୍ୟାମେରାରେ କ୍ୟାପଚର କରିବାକୁ। ଆଉ ଏହି ସମୟରେ ନଜର ପଡ଼ିଥିଲା ପୋଲିସର ନାକାବନ୍ଦୀ ଉପରେ। କିଟ୍ ଛକ ଆଡ଼କୁ ଆସୁଥିବା ପ୍ରତେକଟି ଗାଡ଼ିକୁ ଅଟକାଉଥିଲା ପୋଲିସ। ଆଉ କରୁଥିଲା କଡ଼ା ଯାଞ୍ଚ।

Advertisment

ଆଉ ଏହି ସମୟରେ ଦେଖିବାକୁ ମିଳିଥିଲା କିଛି ଅଜବ ଦୃଶ୍ୟ। କିଏ ଗୋଟିଏ ଗାଡ଼ିରେ ଟ୍ରିପଲିଂ କରି ରାତ୍ର ଭ୍ରମଣରେ ବାହାରିଥିଲେ, ତ କିଏ ପେଟେ ମଦ ପିଇ ଝୁଲୁଥିଲେ। ତ କାହାର ଗାଡ଼ି ଭିତରୁ ସାକ୍ଷାତ ମଦ ବୋତଲର ଦର୍ଶନ ମିଳିଥିଲା। ଯେମିତି ଏଇ ବାବୁ ଜଣଙ୍କୁ ଭେଟନ୍ତୁ। ଯିଏ ନିଶାରେ ଚୁର୍ ହୋଇ ଚାରିଚକିଆ ଗାଡ଼ି ଚଲାଇ ବୀର ଦର୍ପରେ ମାଡ଼ି ଆସୁଥିଲେ। ଆଉ ପୋଲିସ ଯେତେବେଳେ ତାଙ୍କୁ ଅଟକାଇଥିଲା ବାବୁଙ୍କ ଦମ୍ଭ ଦେଖିବା ଖୁବ ରୋଚକ ଥିଲା। ପୋଲିସକୁ ଖୁଲମ ଖୁଲା ରୁବାବ ଦେଖାଇଥିଲେ ବାବୁ ଜଣକ। ତାଙ୍କୁ ସପ୍ତାହକୁ ଗୋଟିଏ ଛୁଟି ମିଳୁଛି ତ ଖୁସିରେ ପିଇଦେଇଛି ଅସୁବିଧା କଣ ବୋଲି ପ୍ରଶ୍ନ କରିଥିଲେ ।



ଏବେ ଆଉ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ଭେଟନ୍ତୁ। ବାବୁ ଜଣଙ୍କର ଘର ହେଉଛି ଭୁବନେଶ୍ୱର। ଆଉ ତାଙ୍କ ବହିରେ ଟ୍ରାଫିକ ରୁଲ୍ ନେଇ ଅଛି ଅଜବ ଉତ୍ତର। କାରଣ ବାବୁଙ୍କ ମତରେ ହେଲେମେଟ୍ ପିନ୍ଧିବାର ଗୋଟିଏ ପ୍ରକୃଷ୍ଠ ସମୟ ଅଛି। ମାନେ ସକାଳ ୯ଟାରୁ ରାତି ୧୦ ଯାଏଁ କାଳେ ହେଲେମେଟ୍ ପିନ୍ଧିବାର ନିୟମ ଅଛି। ଆଉ ଅନ୍ୟ ସମୟରେ ଆପଣ ବିନା ହେଲମେଟରେ ଆରାମରେ ଯାତ୍ରା କରିପାରିବେ। କାହିଁକି ଜାଣିଛନ୍ତି। କାରଣ ସେ ଟାଇମରେ ଟ୍ରାଫିକ ନଥିବ ପରା, ମାନେ ଫାଇନ୍ ଟେନସ୍ ଶେଷ। ସତରେ ମାନିବାକୁ ପଡ଼ିବ ବାବୁଙ୍କ ବୁଦ୍ଧିକୁ ।

ଶେଷରେ ଏକ କାରରେ ବସିଥିବା ବାବୁ ତ କମାଲ କରିଦେଲେ। କାରଣ ବାବୁଙ୍କ ଗାଡ଼ିରେ ସାକ୍ଷାତ ମତ ବୋତଲ ଲଙ୍ଗ ଡ୍ରାଇଭରେ ବାହାରିଥିଲେ। ହେଲେ ଭାଗ୍ୟ ଖରାପ ଅଧା ରାସ୍ତାରେ ମାଡ଼ି ବସିଲେ ପୋଲିସ ମ୍ୟାଡାମ। ହେଲେ ସେ ମଦ ପିଇବା ପାଇଁ ବୋତଲ ରଖିନାହାନ୍ତି। ମ୍ୟାଡାମ ମଧ୍ୟ ଛାଡ଼ିବା ଲୋକ ନୁହଁ। ତାଙ୍କର ପାଲଟା ପ୍ରଶ୍ନ ଆଉ କଣ ପରଫ୍ୟୁମ ଲଗାଇବାକୁ ରଖିଛନ୍ତି କି ?

ଏହା ମାଧ୍ୟମରେ ଆମେ ଅପିଲ କରିବାକୁ ଚାହୁଁଛୁ ଯେ, ସେ ଦିନ ହେଉ କି ରାତି ନିଜର ସୁରକ୍ଷା ପାଇଁ ସବୁବେଳେ ଟ୍ରାଫିକ ନିୟମର ପାଳନ କରନ୍ତୁ। ଆଉ ମଦ ପିଇ କେବେ ଗାଡ଼ି ଚଲାନ୍ତୁ ନାହିଁ। ନିଜେ ସୁରକ୍ଷିତ ରୁହନ୍ତୁ ଆଉ ଅନ୍ୟଙ୍କୁ ସୁରକ୍ଷା ଦିଅନ୍ତୁ ।

Advertisment
Advertisment