Advertisment

Odisha To Host: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20କୁ ତ୍ରୁଟିଶୂନ୍ୟ କରିବାକୁ ଫୋକସ୍ , ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଆସନ୍ତା ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଓଡ଼ିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ପାଇଁ ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

author-image
Manas Ranjan Mohanty
CRICKET

CRICKET Photograph: (OTV)

ଆସନ୍ତା ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 
ଓଡ଼ିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବା ପାଇଁ ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମ୍ୟାଚ୍ ପ୍ରତି ସମଗ୍ର ଦେଶ ଓ ବିଶ୍ବର ନଜର ରହିବ। ଏହା ତୃଟିଶୂନ୍ୟ ଭାବେ ପରିଚାଳିତ ହେଲେ ଓଡିଶାର ମର୍ଯ୍ୟାଦା ସୁରକ୍ଷିତ ହେବ। ଭିଡ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟ ଗୁଡିକୁ ଉପଯୁକ୍ତ ଭାବେ ତଦାରଖ କରି ନିର୍ଭୁଲ ଭାବେ ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମ୍ୟାଚ୍ ସମୟରେ ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ଅଧିକ ଜେନ୍ ସେଟ୍ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେୟାର୍ ମଧ୍ୟ ଇନ୍ ଷ୍ଟଲ କରାଯାଇଛି। ପୂର୍ବରୁ ଅନ୍ତର୍ଜାତୀୟ ମ୍ୟାଚ ବେଳେ ଏକାଧିକ ଥର ବାରବାଟୀ କଳଙ୍କ ମୁଣ୍ଡାଇଛି ।

ଗତ ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ବନ୍ଦ ହୋଇଯାଇଥିଲା ଫ୍ଲଡ୍ ଲାଇଟ୍। ପ୍ରାୟ ଅଧ ଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଥିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ବିଭ୍ରାଟ ଯୋଗୁ ବିବାଦ ଉପୁଜିଥିଲା।

Advertisment

ପୂର୍ବରୁ ୨୦୧୫ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ମଧ୍ୟ ବାରବାଟୀରେ ଘଟିଥିଲା ଅଭାବନୀୟ ଘଟଣା । ଭାରତ ମାତ୍ର ୯୨ ରନରେ ଅଲଆଉଟ ହୋଇଯିବାରୁ ଫ୍ୟାନ୍ସମାନେ ରାଗି ଯାଇଥିଲେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ ମାଡ଼ କରିଥିଲେ ଦର୍ଶକ । ବୋତଲ ମାଡ଼ ଘଟଣାକୁ ନେଇ ଓସିଏ ବିବାଦ ଘେରକୁ ଆସିଥିଲା। ଏଥିଯୋଗୁ ପ୍ରାୟ ୨ ବର୍ଷ ଧରି ବାରବାଟୀକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ମିଳିନଥିଲା। ଏହି ଦୁଇଟି ଘଟଣା ବାରବାଟୀକୁ ଲଜ୍ଜିତ କରିଥିଲା ଜାତୀୟ ସ୍ତରରେ ।

ଏଣୁ ଚଳିତଥର ଯେଭଳି ପୂର୍ବ ଭୁଲର ପୁନରାବୃତ୍ତି ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।  

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20କୁ ତ୍ରୁଟିଶୂନ୍ୟ କରିବାକୁ ଫୋକସ୍
ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଓଡ଼ିଶାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ତ୍ରୁଟିଶୂନ୍ୟ ଆୟୋଜନ କର: ସିଏମ୍
ମ୍ୟାଚ୍ ତ୍ରୁଟିଶୂନ୍ୟ ଭାବେ ପରିଚାଳିତ ହେଲେ ଓଡ଼ିଶାର ମର୍ଯ୍ୟାଦା ସୁରକ୍ଷିତ ହେବ
ମ୍ୟାଚ୍ ସମୟରେ ନିରନ୍ତର ଲାଇଟିଂ ବ୍ୟବସ୍ଥା ପାଇଁ ଗୁରୁତ୍ବ
ଗତ ଫେବ୍ରୁଆରୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ହୋଇଥିଲା ବିଭ୍ରାଟ
ମ୍ୟାଚ୍ ବେଳେ ଅଧଘଣ୍ଟା ଧରି ବନ୍ଦ ହୋଇଯାଇଥିଲା ଫ୍ଲଡ୍ ଲାଇଟ୍
୨୦୧୫ରେ ବାରବାଟୀ ମୁଣ୍ଡାଇଥିଲା `ବୋତଲ' କଳଙ୍କ
ଦକ୍ଷିଣ ଆଫ୍ରିକା ବିପକ୍ଷ T-20 ବେଳେ ବୋତଲ ଫିଙ୍ଗିଥିଲେ ଦର୍ଶକ
ଭାରତ ଅଲଆଉଟ୍ ହୋଇଯିବାରୁ ରାଗିଯାଇଥିଲେ ଦର୍ଶକ 
ଆଉ ବାରବାଟୀ ଲଜ୍ଜିତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ 

Advertisment
Related Articles
Advertisment