Advertisment

Audience Storms Stage: ଯାତ୍ରା ମଞ୍ଚରେ ଚେୟାର ମାଡ଼ , ଭାବବିହ୍ବଳ ହୋଇଗଲେ ଦର୍ଶକ

ଭଦ୍ରକ ବ୍ଲକ ଅଞ୍ଚଳର ସାହାଡ଼ାରେ ଚାଲିଥିବା ଯାତ୍ରା ମଞ୍ଚରେ ଘଟିଲା ଏଭଳି ଘଟଣା। ନାଟକ ଦେଖୁଥିବା ଦର୍ଶକ ଅଭିନୟକୁ ଭାବିଦେଲେ ସତ । ନାଟକର ଏକ ଦୃଶ୍ୟରେ ଭଉଣୀ ସହ  ଘଟିଲା ଦୁଷ୍କର୍ମ । ସେ ମା, ବାପା ଓ ଭାଇ ଆଗରେ ସତ କଥା କହୁଥିଲା। କିନ୍ତୁ ଭାଇ ସେ କଥାକୁ ବିଶ୍ୱାସ କଲାନି ।

author-image
Manas Ranjan Mohanty
jatra-kalakarnku-chair-mada

jatra-kalakarnku-chair-mada Photograph: (OTV)

ଭଉଣୀ ସହ ଦୁଷ୍ମର୍ମ ଘଟିଲା । ପରେ ମା ,ବାପାଙ୍କ ସହ ମିଶି ଭଉଣି ନିଜ ଭାଇକୁ ସବୁ ସତ କହୁଛି । କିନ୍ତୁ ଭାଇ ଶୁଣୁନାହିଁ ରାଗିକି ଗର୍ଜନ କରୁଛି । ମା ପୁଅକୁ ନିଜ କୋହ ଶୁଣାଉଛନ୍ତି ,  ଭଉଣୀର ଦୁଃଖ ବୁଝାଇବାକୁ ଚାହୁଛନ୍ତି କିନ୍ତୁ ପୁଅ ବୁଝିବାକୁ ନାରାଜ ।  ନାଟକର ଏହି ଦୃଶ୍ୟ ଦେଖି ଦଶର୍କ ଏତେ ଭାବବିହ୍ବଳ ହୋଇଗଲେ ଯେ ଭାଇ ଉପରେ ରାଗି ଚେୟାର ଫିଙ୍ଗିଲେ ।

Advertisment

ଭଦ୍ରକ ବ୍ଲକ ଅଞ୍ଚଳର ସାହାଡ଼ାରେ ଚାଲିଥିବା ଯାତ୍ରା ମଞ୍ଚରେ ଘଟିଲା ଏଭଳି ଘଟଣା। ନାଟକ ଦେଖୁଥିବା ଦର୍ଶକ ଅଭିନୟକୁ ଭାବିଦେଲେ ସତ । ନାଟକର ଏକ ଦୃଶ୍ୟରେ ଭଉଣୀ ସହ  ଘଟିଲା ଦୁଷ୍କର୍ମ । ସେ ମା, ବାପା ଓ ଭାଇ ଆଗରେ ସତ କଥା କହୁଥିଲା। କିନ୍ତୁ ଭାଇ ସେ କଥାକୁ ବିଶ୍ୱାସ କଲାନି । 

ବାପା, ମାଆ ମଧ୍ୟ ପୁଅ ପାଦ ତଳେ ପଡିଲେ, ତାହା ଦେଖି ଦର୍ଶକ ରାଗି ଯାଇ ମଞ୍ଚରେ ଚଢିଯାଇଥିଲେ ।  ଭାଇ ଭୂମିକା ଅଭିନୟ କରୁଥିବା କଳାକାର କାର୍ତ୍ତିକଙ୍କୁ ମାଡ଼ ମାରିଲେ।
ଚେୟାର ଫିଙ୍ଗିଲେ । ମାଡ ଗାଳି ସବୁ ପଡିଲା ଆଉ ନାଟକକୁ କିଛି ମିନିଟ ପର୍ଯ୍ୟନ୍ତ ବନ୍ଦ କରାଗଲା। ଯାତ୍ରା ରାଜନନ୍ଦିନୀର ଏହି ନାଟକରେ ମାଆ ଭୂମିକାରେ ଥିଲେ ଟୁନିଆ ମଲ୍ଲିକ, ବାପା ଭୂମିକାରେ ସଞ୍ଜୟ ଓ ଭଉଣୀ ଭୂମିକାରେ  ମାମା । ପୁଅ ଭୂମିକାରେ ଯାହାକୁ ମାଡ଼ ହେଲା ସେ ହେଲେ କାର୍ତ୍ତିକ। 

ଜୀବନ୍ତ ଅଭିନୟ ଦର୍ଶକ ମନକୁ  ଛୁଇଁଯାଏଁ । ଯାତ୍ରା ଚାଲିଥିବା ବେଳେ ଏଭଳି ଘଟଣା ଏବେ ପ୍ରାୟ ସାଧାରଣ ହୋଇପଡିଛି। କେବେ ବୋତଲ ଫିଙ୍ଗା, କେବେ ଚେୟାର ମାଡ଼, ଆଉ କେବେ କଳାକାରଙ୍କୁ ମଞ୍ଚ ଉପରେ ମାଡ଼ ମାରିବା । ଏଭଳି ଦୃଶ୍ୟ ଏବେ ଯାତ୍ରା ମଞ୍ଚର ଅଂଶ ହେଇଯାଇଛି।

Advertisment
Advertisment