Advertisment

Father Quits Job : ଝିଅର ଖୁସି ପାଇଁ ବାପା ଛାଡ଼ିଦେଲେ ଚାକିରି, ୯୦୦ କିଲୋମିଟର ଦୂରରେ ଖୋଲିଲେ ଷ୍ଟଲ

କିଛି ସମୟ ପର୍ଯ୍ୟନ୍ତ ଟ୍ରେନିଂ ନେବା ପରେ ପିତା ଜିଲିନ୍ ପ୍ରାନ୍ତର ସିପିଙ୍ଗ୍ (Siping) ସହରରେ, ୟୁନିଭର୍ସିଟି ଗେଟ୍ ପାଖରେ ଏକ ଛୋଟ ଫୁଡ୍ ଷ୍ଟଲ୍ ଭଡ଼ାରେ ନେଇଥିଲେ । ଷ୍ଟଲ୍ ଖୋଲିବା ପରେ ଧୀରେ-ଧୀରେ ଛାତ୍ରମାନେ ଏବଂ ସ୍ଥାନୀୟ ଲୋକମାନଙ୍କର ଭିଡ଼ ଜମିଥିଲା ।

author-image
Manas Ranjan Mohanty
CHINA

CHINA Photograph: (OTV)

ଚୀନରେ ଜଣେ ବାପା ନିଜର ଝିଅର ସ୍ନେହରେ ଏମିତି ଏକ ପଦକ୍ଷେପ ନେଇଥିଲେ, ଯାହା ଶୁଣିବା ପରେ ସମସ୍ତେ ଭାବୁକ ହୋଇଯାଇଥିଲେ। ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଲି ବିଙ୍ଗଡି (Li Bingdi) ନାମକ ଛାତ୍ରୀ ନିଜର ବାପାଙ୍କୁ ଅଭିଯୋଗ କରିଥିଲେ ଯେ ବିଶ୍ବବିଦ୍ୟାଳୟର କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟ ସୁସ୍ବାଦୁ ନୁହେଁ କି ସଫାସୁତୁରା ନୁହେଁ । ସେ ଜିଲିନ୍ ନର୍ମାଲ୍ ୟୁନିଭର୍ସିଟି (Jilin Normal University)ରେ ପଢ଼ୁଥିଲେ ଏବଂ ଘରଠୁ  ପ୍ରାୟ ୯୦୦ କିଲୋମିଟର୍ ଦୂରରେ ରହୁଥିଲେ।

Advertisment

ଝିଅର ଅଭିଯୋଗ ପରେ ବାପା ଛାଡ଼ିଦେଲେ କାମ

ଝିଅର କଥା ଶୁଣିବା ପରେ ତାଙ୍କ ପିତା ଟିଆନଜିନ୍ (Tianjin)ରେ କରୁଥିବା ଚାକିରି ଛାଡ଼ିଦେଇଥିଲେ । ସେ ଗୋଟିଏ ରେସ୍ତୋରାଁରେ କାମ କରୁଥିଲେ । ସେ ନିଷ୍ପତ୍ତି ନେଇଥିଲେ ଝିଅକୁ ଘର ଭଳି ଖାଦ୍ୟ ଖୁଆଇବା ତାଙ୍କର ପ୍ରଥମ କାମ । ଏହା ପରେ ସେ ଦକ୍ଷିଣ ଚୀନର ଏକ ଅଞ୍ଚଳକୁ ଯାଇ ଫ୍ରାଏଡ୍ ରାଇସ୍ ଏବଂ ନୁଡ଼ଲ୍ସ୍ ବନାଇବା ଶିଖିଥିଲେ । କାରଣ ଏଗୁଡ଼ିକ ତାଙ୍କ ଝିଅର ପ୍ରିୟ ଡିସ୍ ଥିଲା। 

ୟୁନିଭର୍ସିଟି ଗେଟ୍ ପାଖରେ ଖୋଲିଲେ ଫୁଡ୍ ଷ୍ଟଲ୍ 

କିଛି ସମୟ ପର୍ଯ୍ୟନ୍ତ ଟ୍ରେନିଂ ନେବା ପରେ ପିତା ଜିଲିନ୍ ପ୍ରାନ୍ତର ସିପିଙ୍ଗ୍ (Siping) ସହରରେ, ୟୁନିଭର୍ସିଟି ଗେଟ୍ ପାଖରେ ଏକ ଛୋଟ ଫୁଡ୍ ଷ୍ଟଲ୍ ଭଡ଼ାରେ ନେଇଥିଲେ । ଷ୍ଟଲ୍ ଖୋଲିବା ପରେ ଧୀରେ-ଧୀରେ ଛାତ୍ରମାନେ ଏବଂ ସ୍ଥାନୀୟ ଲୋକମାନଙ୍କର ଭିଡ଼ ଜମିଥିଲା । ସୋସିଆଲ୍ ମିଡିଆରେ ଏ କାହାଣୀ ଭାଇରାଲ୍ ହେବା ପରେ ଲୋକମାନେ ଏହି ପିତାଙ୍କର ପ୍ରଶଂସା କରୁଛନ୍ତି  

Advertisment

ଝିଅ ଭାଇରାଲ୍ କରିଥିଲେ କାହାଣୀ, ଲୋକମାନେ କରିଥିଲେ ସାହାଯ୍ୟ

ପ୍ରଥମ ଦିନ ପିତାଙ୍କୁ ବହୁତ କମ୍ ଆୟ ହୋଇଥିଲା। କିନ୍ତୁ ଯେତେବେଳେ ଲି ବିଙ୍ଗଡି ନିଜର ପିତାଙ୍କର କାହାଣୀ ଅନଲାଇନରେ ଶେୟାର୍ କରିଥିଲେ, ସେତେବେଳେ ଏହି ପୋଷ୍ଟ୍ ଭାଇରାଲ୍ ହୋଇଯାଇଥିଲା । ଏହା ପରେ ଛାତ୍ରମାନେ, ଶିକ୍ଷକମାନେ ଏବଂ ସ୍ଥାନୀୟ ଲୋକମାନେ କେବଳ ସମର୍ଥନ ପାଇଁ ସେମାନଙ୍କର ଷ୍ଟଲ୍‌କୁ ଆସିବାକୁ ଲାଗିଥିଲେ। କିଛି ଲୋକମାନେ ଅଧିକ ଅର୍ଡର୍ କରୁଥିଲେ ଯାହା ଦ୍ୱାରା ପିତାଙ୍କୁ ସାହାଯ୍ୟ ହେବ । ଝିଅ ମଧ୍ୟ ଏବେ ପ୍ରତିଦିନ ପିତାଙ୍କୁ ସାହାଯ୍ୟ କରିବାକୁ ଷ୍ଟଲ୍‌କୁ ଯାଆନ୍ତି।

Advertisment
Related Articles
Advertisment