/odishatv-khabar/media/post_attachments/uploadimage/library/16_9/16_9_0/baldness_1757846465.jpg)
baldness
ଚନ୍ଦା ହେବା ବା ଚୁଟି ଝଡ଼ିବାକୁ ଅନେକ ଲୋକ କେବଳ ଏକ ସୌନ୍ଦର୍ଯ୍ୟଗତ ସମସ୍ୟା ବୋଲି ଭାବିଥାଆନ୍ତି । କାରଣ ଚୁଟି ଝଡ଼ିଗଲେ ଲୋକଟି ଆତ୍ମବିଶ୍ବାସ ହରାଏ ବୋଲି କୁହାଯାଏ । କିନ୍ତୁ ଏହାରି ମାଧ୍ୟମରେ ଆପଣଙ୍କ ଶରୀର କିଛି ସଙ୍କେତ ଦେଉଛି। ଯାହାକୁ ଆପଣ ଅଣଦେଖା କରୁନାହାନ୍ତି ତ ।
ହଠାତ ଚୁଟି ଝଡ଼ିବା ହୃଦୟ ସ୍ବାସ୍ଥ୍ୟ ସହ ଜଡ଼ିତ । ଚୁଟି ଝଡ଼ିବା ଓ ହୃଦଘାତ ଆଶଙ୍କା ପରସ୍ପର ସହ ଜଡ଼ିତ । ଯେଉଁମାନଙ୍କର ହଠାତ ଚୁଟି ଝଡ଼ିବା ଆରମ୍ଭ ହେଉଛି ସେମାନଙ୍କ ନିକଟରେ ହୃଦଘାତର ଲକ୍ଷଣ ଦେଖାଦେଇ ପାରେ । ସମ୍ଭାବ୍ୟ ଭାବେ ଏହା ଆପଣଙ୍କ ହୃଦୟ ସଠିକ ଭାବେ କାମ କରୁନାହିଁ ବୋଲି ସଙ୍କେତ ଦେଉଥାଇ ପାରେ । ଗବେଷଣାରୁ ଏଭଳି ସାଂଘାତିକ ତଥ୍ୟର ଖୁଲାସା ହୋଇଛି ।
ବିଏମ୍ଜେ ଓପନ ଜର୍ଣ୍ଣାଲରେ ୨୦୧୩ରେ ପ୍ରକାଶିତ ଏକ ଅଧ୍ୟୟନରେ ପୁରୁଷମାନଙ୍କ ମଧ୍ୟରେ ଚନ୍ଦାପଣ ଏବଂ କରୋନାରୀ ହାର୍ଟ ଡିଜିଜ (ସିଏଚ୍ଡି) ମଧ୍ୟରେ ଏକ ସମ୍ପର୍କ ରହିଥିବା କୁହାଯାଇଛି। ଏହି ସମ୍ପର୍କକୁ ବୁଝିବା ପାଇଁ, ଗବେଷକମାନେ ୮୫୦ଟି ଅଧ୍ୟୟନ (୧୯୫୦-୨୦୧୨) ବିଶ୍ଳେଷଣ କରିଥିଲେ। ମାତ୍ର ୬ଟି ଅଧ୍ୟୟନ ଯୋଗ୍ୟତା ମାନଦଣ୍ଡ (୧୯୯୩ ଏବଂ ୨୦୦୮ ମଧ୍ୟରେ ପ୍ରକାଶିତ) ପୂରଣ କରିଥିଲା ଏବଂ ଏଥିରେ ମାତ୍ର ୪୦,୦୦୦ ପୁରୁଷ ସାମିଲ ହୋଇଥିଲେ ।
ଅଧ୍ୟୟନରେ ଦେଖାଗଲା ଯେ ଗମ୍ଭୀର ଭାବେ ଚୁଟି ଝଡୁଥିବା ପୁରୁଷମାନଙ୍କରେ ସିଏଚ୍ଡି ହେବାର ସମ୍ଭାବନା ୩୨% ଅଧିକ ଥିଲା। ୫୫-୬୦ ବର୍ଷରୁ କମ ବୟସର ଅତ୍ୟଧିକ ଚନ୍ଦାପଣ ଥିବା ପୁରୁଷମାନଙ୍କରେ କରୋନାରୀ ହାର୍ଟ ଡିଜିଜ ହେବାର ସମ୍ଭାବନା ୪୪% ଅଧିକ ଥିଲା। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଥିଲା ଯେ ଚନ୍ଦା ଥିବା ପୁରୁଷମାନଙ୍କରେ ହୃଦୟ ରୋଗ ହେବାର ସମ୍ଭାବନା ୭୦% ଅଧିକ ଥିଲା ଏବଂ କମ ବୟସର ପୁରୁଷମାନଙ୍କ ପାଖରେ ଏହା ୮୪% ଅଧିକ ଥିଲା। ଅଧ୍ୟୟନରେ ଆହୁରି ଜଣାପଡ଼ିଥିଲା ଯେ ଅଧିକ ଚନ୍ଦା ଥିବା ଲୋକଙ୍କ ନିକଟରେ ହାର୍ଟ ଆଟାକର ରିସ୍କ ଅଧିକ ଥାଏ ।
୨୦୧୭ରେ ଭାରତରେ କରାଯାଇଥିବା ଏକ ଅଧ୍ୟୟନରେ ଦେଖାଯାଇଥିଲା ଯେ ପୁରୁଷମାନଙ୍କ ଚନ୍ଦାପଣ ଓ ୪୦ ବର୍ଷ ବୟସ ପୂର୍ବରୁ ଶୀଘ୍ର ଚୁଟି ଧଳା ହେବା ହୃଦରୋଗର ଆଶଙ୍କାକୁ ୫ ଗୁଣ ବଢ଼ାଇଥାଏ ।
ଶରୀର ଭିତରେ ହେଉଥିବା ରକ୍ତ ସଞ୍ଚାଳନ ସମସ୍ୟାର ସଙ୍କେତ ହୋଇପାରେ ଚୁଟି ଝଡ଼ିବା । ଯେତେବେଳେ ହୃଦୟ ଠିକଭାବ ରକ୍ତ ଯୋଗାଣ କରିପାରୁନାହିଁ ସେତେବେଳେ ପର୍ଯ୍ୟପ୍ତ ଅମ୍ଲଜାନ ଓ ପୋଷକ ତତ୍ତ୍ବ ମୁଣ୍ଡରେ ପହଞ୍ଚିପାରେ ନାହିଁ । ଫଳରେ ଶୀଘ୍ର ଚୁଟି ଝଡ଼ିଥାଏ ।
ଜୀବନଶୈଳୀର ପ୍ରଭାବ
ଭୁଲ ଖାଦ୍ୟପେୟ, ବ୍ୟାୟାମର ଅଭାବ, ଧୂମପାନ ଓ ମଦ୍ୟପାନ କେବଳ ହୃଦୟକୁ ଦୁର୍ବଳ କରେନି ଅକାଳରେ ଚୁଟି ଝଡ଼ିବାର କାରଣ ପାଲଟିଥାଏ । ବିଶେଷ କରି ୩୦ବର୍ଷ ପରେ ଏହି ସମସ୍ୟା ଦେଖାଦିଏ । ଯଦି ଏହି ସମସ୍ୟା ଦୃତଗତିରେ ବୃଦ୍ଧି ପାଉଛି ତାହାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)