/odishatv-khabar/media/media_files/2025/12/13/messi-2025-12-13-20-24-22.jpg)
MESSI Photograph: (OTV)
କୋଲକାତାରେ ମେସୀ ସୋ' ପାଲଟିଲା ରଣକ୍ଷେତ୍ର। ବ୍ୟାପକ ଭଙ୍ଗାରୁଜା ସହ ସଲ୍ଟ ଲେକ୍ ଷ୍ଟାଡିୟମରେ ଉତ୍ୟକ୍ତ ଲୋକ ଚେୟାର, ବୋତଲ ଫିଙ୍ଗିବା ସହ ପ୍ରବଳ ହଙ୍ଗାମା କରିଥିଲେ। ହଜାର ହଜାର ଟଙ୍କାରେ ଟିକେଟ୍ କିଣି ଲିଜେଣ୍ଡ ଫୁଟବଲ ଷ୍ଟାର୍ ମେସୀଙ୍କୁ ଦେଖି ନପାରିବାରୁ ଫ୍ୟାନଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ଆୟୋଜନରେ ଚରମ ବିଭ୍ରାଟ ଓ ବିଶୃଙ୍ଖଳାକୁ ଦାୟୀ କରିଛନ୍ତି ଫ୍ୟାନ୍। ଘଟଣାରେ ମୁଖ୍ୟ ଆୟୋଜକଙ୍କୁ ପୋଲିସ ଗିରଫ କରିଛି। ବିଶୃଙ୍ଖଳା ପାଇଁ ମେସୀ ଓ ଫ୍ୟାନଙ୍କୁ କ୍ଷମା ମାଗିବା ସହ ଏକ ତଦନ୍ତ କମିଟି ଗଠନ କରିଥିବା ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ମେସୀଙ୍କ ପାଇଁ ମହାଭାରତ । ଷ୍ଟାଡିୟମ ପାଲଟିଲା ରଣକ୍ଷେତ୍ର । ତାତିଲେ ଫ୍ୟାନ୍, ଝାଡ଼ିଲେ ରାଗ । ଉଡ଼ିଲା ଚେୟାର, ଫିଙ୍ଗିଲେ ବୋତଲ । ବ୍ୟାରିକେଡ୍ ଭାଙ୍ଗିଲେ, ଷ୍ଟାଡିୟମରେ ହଙ୍ଗାମା କଲେ ।
କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସୀଙ୍କୁ ଦେଖି ନପାରି ଆକ୍ରୋଶ ଝାଡିଲେ ଫ୍ୟାନ୍। କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖିବାକୁ ମିଳିଲା ଖଣ୍ଡଯୁଦ୍ଧ।
ମେସୀଙ୍କୁ ଟିକିଏ ଝଲକ ନପାଇବାରୁ ସୀମା ସରହଦ ଟପିଥିଲା ଫ୍ୟାନଙ୍କ ରାଗ। ତାପରେ ଯାହା ଘଟିଲା ସମସ୍ତଙ୍କ କଳ୍ପନା ବାହାରେ ଥିଲା। ଗ୍ୟାଲେରୀରୁ ଫ୍ୟାନ୍ ଫିଙ୍ଗିଥିଲେ ଚେୟାର ଓ ବୋତଲ। ଷ୍ଟାଡିୟମ୍ ଭିତରେ ବ୍ୟାପକ ଭଙ୍ଗାରୁଜା ଓ ଫିଙ୍ଗା ଫୋପଡା କଲେ। ଟ୍ରାକକୁ ନଷ୍ଟ ବି କରିଥିଲେ। ଉତ୍ୟକ୍ତ ଲୋକଙ୍କୁ ଅଟକାଇବାକୁ ନାକେଦମ୍ ହୋଇଥିଲା ପୋଲିସ। ଅସମ୍ଭାଳ ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଆଣିବ ପୋଲିସ ମୁଣ୍ଡ କାମ କରି ନଥିଲା। ଲାଠି ଚାର୍ଜ କରି ଷ୍ଟାଡିୟମରୁ ଲକୋଙ୍କୁ ଘଉଡ଼ାଇଥିଲା ପୋଲିସ। ମେସୀଙ୍କୁ ଷ୍ଟାଡିୟମ ଭିତରେ ନେତା, ମନ୍ତ୍ରୀ, ପୋଲିସ ଘେରି ରହିବାରୁ ଦେଖି ପାରି ନଥିବା ଅଭିଯୋଗ ହୋଇଛି। ଫ୍ୟାନ୍ କହିଛନ୍ତି, ଆମ ଟଙ୍କା, ଭାବପ୍ରବଣତା ଓ ସମୟ ନଷ୍ଟ ହୋଇଗଲା। ଖରାପ୍ ଆୟୋଜନ ଓ ଚରମ ବିଶୃଙ୍ଖଳା ବିରୋଧରେ ବିଷୋଦଗାର କରିଛନ୍ତି ମେସୀ ପ୍ରଶଂସକ। ...
ଭାରତ ଗସ୍ତରେ ଆସିଥିବା ଆର୍ଜେଣ୍ଟିନାର ଫୁଟବଲ୍ ସୁପରଷ୍ଟାର୍ ଲିଓନାଲ୍ ମେସୀ ଆଜି ଆସିଥିଲେ କୋଲକାତା। ସଲ୍ଟ ଲେକ୍ ଷ୍ଟାଡିୟମରେ ତାଙ୍କ ପାଇଁ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର ସୋ। ତାଙ୍କର ଗୋଟିଏ ଝଲକ ପାଇବାକୁ ସକାଳୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ହଜାର ହଜାର ଫ୍ୟାନ୍।
କିଏ ବେଙ୍ଗାଳୁରୁରୁ କିଏ ମୁମ୍ବାଇ ତ ପୁଣି କେହି ହାଇଦ୍ରାବାଦରୁ ଆସିଥିଲେ କୋଲକାତ। କିଏ ଅଫିସରୁ ଛୁଟି ନେଇ ତ କେହି ଏକଜାମ୍ ଛାଡ଼ି ମେସୀଙ୍କୁ ଦେଖିବାକୁ ଧାଇଁ ଆସିଥିଲେ। କିଏ ୧୨ ହଜାରରେ କିଣିଥିଲା ଟିକେଟ ତ କେହି କେହି ଗଣିଥିଲେ ୧୬ ହଜାର। ମେସି ଷ୍ଟାଡିୟମରେ ଏଣ୍ଟ୍ରି କରିବା କ୍ଷଣି ଉଛୁଳିଥିଲା ଷ୍ଟାଡିୟମ୍। କିନ୍ତୁ ମାତ୍ର ୧୦-୧୫ ମିନିଟ ରହିବା ଓ ତାଙ୍କୁ ଦେଖି ନପାରିବା ଫ୍ୟାନଙ୍କୁ ନିରାଶ କରିଥିଲା।
ଲୁଚି ଯାଇଥିଲେ ମେସୀ
ଆୟୋଜକ ଏମିତି ଘେରି ରହିଥିଲେ ଯେ ଭିଡ଼ ଭିତରେ ଲୁଚି ଯାଇଥିଲେ ମେସୀ। ତାଙ୍କୁ ଘେରି ରହିଥିଲେ ସମସ୍ତେ । ହଜାର ହଜାର ଟଙ୍କାରେ ଟିକେଟ କିଣି ନିଜ ଫେଭରିଟ୍ ଫୁଟବଲର ଷ୍ଟାରଙ୍କୁ ଦେଖି ନପାରିବାରୁ ପ୍ରଂଶସକଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଷ୍ଟାଡିୟମକୁ ଆସିବା ଅଧା ବାଟରୁ ଫେରି ଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ...
ଏହି ଘଟଣାରେ ମୁଖ୍ୟ ଆୟୋଜ ଶତଦ୍ରୁ ଦତ୍ତାଙ୍କୁ ଗିରଫ କରିଛି ପୋଲିସ। ମାମଲା ରୁଜୁ ସହ ତଦନ୍ତ ଚାଲିଛି। ବିକ୍ରି ଟିକେଟର ଟଙ୍କା ଫେରସ୍ତ ଦେବ ବୋଲି ଆୟୋଜକ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପଶ୍ଚିମବଙ୍ଗ ଆଇ ଶୃଙ୍ଖଳା ଏଡିଜି। ଅନ୍ୟପଟେ ସଲ୍ଟ ଲେକ୍ ଷ୍ଟାଡିୟମ ବିଶୃଙ୍ଖଳତା ନେଇ ମେସି ଓ ତାଙ୍କ ଫ୍ୟାନଙ୍କୁ କ୍ଷମା ମାଗିଛନ୍ତି ମମତା ବାନାର୍ଜୀ। ସୋସିଆଲ୍ ମିଡିଆ ଏକ୍ସରେ କ୍ଷମା ପ୍ରାର୍ଥନା କରିବା ସହ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଥିବା ସୂଚନା ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଅସୀମ ରାୟଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି। ...
କୋଲକାତା ଗସ୍ତରେ ଆସି ଶ୍ରୀଭୂମି ସ୍ପୋଟିଂ କ୍ଲବ ପକ୍ଷରୁ ନିର୍ମିତ ନିଜର ୭୦ ଫୁଟ୍ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ଲିଓନେଲ୍ ମେସୀ ।
Student Death Row: କିଟ୍ ପରେ ଛାତ୍ର ମୃତ୍ୟୁକୁ ନେଇ ଅଡୁଆରେ କିସ୍, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Political Earthquake in Kerala: କେରଳ ନିର୍ବାଚନରେ ସବୁ ଓଲଟପାଲଟ, ଶଶି ଥରୁରଙ୍କ ଗଡ଼ରେ ଉଡ଼ିଲା ବିଜେପି ପତାକା

From Frenzy to Fury: ମେସିଙ୍କୁ ନେଇ କୋଲକାତାରେ ଗଣ୍ଡଗୋଳ, ନିୟନ୍ତ୍ରଣ ବାହାରକୁ ଚାଲିଗଲା ସ୍ଥିତି

Power vs People: ସାଢ଼େ ୩ ଲକ୍ଷ ଦରମାରେ ସନ୍ତୁଷ୍ଟ ନୁହଁନ୍ତି ମନ୍ତ୍ରୀ ଓ ବିଧାୟକ, ଜନତାଙ୍କ ମତ କିନ୍ତୁ…

KISS in the Dock: କିଟ୍ ପରେ କିସ୍ ମୁଣ୍ଡରେ ଲାଗିଛି କଳଙ୍କ, ନବମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ହତ୍ୟା ଅଭିଯୋଗ

From Soil to Success:୨୦ ଦିନରେ ୨୦ ହଜାର ରୋଜଗାର, ଗେଣ୍ଡୁ ଚାଷ କରି ମାଲେମାଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)