Advertisment

Historic World Cup Glory: ୫୨ ବର୍ଷର ସ୍ବପ୍ନ ହେବ ପୁରଣ; ବିଶ୍ବକପ ଜିତିବ ଇଣ୍ଡିଆ, ଦେଖିବ ସାରା ବିଶ୍ବ

ସୁପରସଣ୍ଡେରେ ହେବାକୁ ଥିବା ହାଇଭୋଲଟେଜ ମ୍ୟାଚରେ ସାଉଥଆଫ୍ରିକାକୁ ଭେଟିବାକୁ ଯାଉଛି ଭାରତୀୟ ମହିଳା କ୍ରିକେଟ ଦଳ। ୫୨ ବର୍ଷ ହେଲା ଉଭୟ ଦଳ ବିଶ୍ୱ ଚାମ୍ପିଅନ୍ ହେବାକୁ ଚେଷ୍ଟା କରୁଛନ୍ତି।

author-image
Chinmayee Sahoo
Ind-Vs-SA-Final

Ind-Vs-SA-Final Photograph: (OTV)

ମହିଳା ବିଶ୍ୱକପ୍ 2025ର ଆଜି ହେଉଛି ଫାଇନାଲ ମ୍ୟାଚ୍। ସୁପରସଣ୍ଡେରେ ହେବାକୁ ଥିବା ଏହି ହାଇଭୋଲଟେଜ ମ୍ୟାଚରେ ସାଉଥଆଫ୍ରିକାକୁ ଭେଟିବାକୁ ଯାଉଛି ଭାରତୀୟ ମହିଳା କ୍ରିକେଟ ଦଳ। ମାୟା ନଗରୀ ମୁମ୍ୱାଇର DY-ପାଟିଲ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଏକ୍ସାଇଟେଡ୍ ଅଛନ୍ତି ଫ୍ୟାନ୍। ତେବେ ୫୨ ବର୍ଷ ହେଲା ଉଭୟ ଦଳ ବିଶ୍ୱ ଚାମ୍ପିଅନ୍ ହେବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଭାରତୀୟ ଦଳ ଦୁଇଥର ଫାଇନାଲରେ ପହଞ୍ଚିଥିବାବେଳେ, ଏହା ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଆଫ୍ରିକୀୟ ଦଳ। ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି, ଯେତେବେଳେ ଲୌରା ୱୋଲଭାର୍ଡ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଉଛନ୍ତି। 
ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ 125 ରନ୍‌ରେ ପରାସ୍ତ କରିଛି, ଯେଉଁଠାରେ ଅଧିନାୟିକା ଲୌରା ୱୋଲଭାର୍ଡ ଦଳ ପାଇଁ 169 ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ, ଭାରତୀୟ ଦଳ ସେମିଫାଇନାଲ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିରୁଦ୍ଧରେ 339 ରନ୍‌ର ଟାର୍ଗେଟ୍‌କୁ ସହଜରେ ପିଛା କରିଥିଲା। ଭାରତ ପାଇଁ ଜେମିମା ରୋଡ୍ରିଗେଜ ଦୃଢ଼ ବ୍ୟାଟିଂ କରିଥିଲେ ଏବଂ ୧୨୭ ରନ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ମଧ୍ୟ ୮୯ ରନ କରିଥିଲେ। ତେଣୁ ଦେଖିବାକୁ ଗଲେ ଦୁଇଟି ଦଳ ବିଶ୍ବକପ ଜିତିବା ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ହେଲେ ଭାରତ ମହିଳା ଦଳ ନିଶ୍ଚିତ ବିଶ୍ବକପ ଜିତିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ।
ତେବେ ଯଦି ଆମେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ତଥ୍ୟକୁ ଅନୁଧ୍ୟାନ କରିବା ତେବେ ସାଉଥଆଫ୍ରିକା ଉପରେ ଭାରି ପଡ଼ିଛି ଟିମ୍ ଇଣ୍ଡିଆ। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା 34 ଟି ODI ମ୍ୟାଚ ମଧ୍ୟରୁ ଭାରତ 20 ଏବଂ ଦକ୍ଷିଣ ଆଫ୍ରିକା 13 ଟି ଜିତିଛି। ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଦଶଟି ଦିନିକିଆ ବିଷୟରେ କହିବାକୁ ଗଲେ, ଭାରତ ପାଞ୍ଚଟିରେ ବିଜୟୀ ହୋଇଛି, ଯେତେବେଳେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟାରେ ବିଜୟୀ ହୋଇଛି। ଏପରିକି ଲିଗ୍ ପର୍ଯ୍ୟାୟରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ମଧ୍ୟ ହୋଇଛି। ତେଣୁ ତଥ୍ୟ କହୁ, ଟିମ୍ ସାଉଥଆଫ୍ରିକାକୁ କେବେବି ଅଣ୍ଡରଏସଟିମେଟ୍ କରିବନି ଭାରତୀୟ ଦଳ। ଆଉ ଆଜି ନିଶ୍ଚିତ ଏକ ଲୋମ ଟାଙ୍କୁରା ଫାଇନାଲର ମଜା ଉଠାଇବେ ଦର୍ଶକ। ଆଉ ସଭିଙ୍କ ବିଶ୍ବାସ ହରମନ୍ ପ୍ରୀତ୍ ଆଣ୍ଡ କୋ ନିଶ୍ଚିତ ଚମ୍ପିଆନ ହେବ। ଏବଂ ସୃଷ୍ଟି କରିବେ ଇତିହାସ ।

Advertisment

World Cup
Advertisment
Related Articles
Advertisment