Advertisment

Military Drill 'Trishul': ତୀବ୍ର ହେଲା ଭାରତର ରଣନୈତିକ କାର୍ଯ୍ୟକଳାପ; ଭୟରେ ଥରିଲା ପାକିସ୍ତାନ

ତୀବ୍ର ହେଲା ଭାରତର ରଣନୈତିକ କାର୍ଯ୍ୟକଳାପ। ପାକିସ୍ତାନ ସୀମାରେ ଗର୍ଜିଲା ଟ୍ୟାଙ୍କ୍‌, ଉଡିଲା ଲଢ଼ୁଆ ବିମାନ। ଭୟରେ ଥରିଲା ପାକିସ୍ତାନ। ଦେଖାଇଲା ମିଛ ଧମକାଣ।

author-image
Chinmayee Sahoo
India Launches Trishul

India Launches Trishul Photograph: (OTV)

ଭାରତୀୟ ସଶସ୍ତ୍ର ବାହିନୀର ଏହି ଶକ୍ତି ପ୍ରଦର୍ଶନର ଏକ ଚମତ୍କାର ଭିଡିଓ ସାମ୍ନାକୁ ଆସିଛି।, ଯେଉଁଥିରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମିଳିତ ଭାବରେ "ତ୍ରିଶୂଳ ଅଭ୍ୟାସ" ମାଧ୍ୟମରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ମିଳିତ ସାମରିକ ଅଭ୍ୟାସ ଭାରତର ପଶ୍ଚିମ ସେକ୍ଟରରେ ହେଉଛି।
ଭିଡିଓଟି ଭାରତୀୟ ସୈନିକଙ୍କ ଅଦମ୍ୟ ଶକ୍ତି ଏବଂ ଆଧୁନିକ ଟେକ୍ନୋଲୋଜୀର ଏକ ଶକ୍ତିଶାଳୀ ପ୍ରଦର୍ଶନକୁ ଦେଖାଇଛି। ଟ୍ୟାଙ୍କଗୁଡ଼ିକର ଗର୍ଜନ, ଲଢ଼ୁଆ ବିମାନର ଉଡ଼ାଣ ଏବଂ ନୌସେନାର ପ୍ରସ୍ତୁତି ଭାରତର ପ୍ରତିରକ୍ଷା କ୍ଷମତାକୁ ଦର୍ଶାଇ ଦେଇଛି। ନୌସେନାର ୨୦ ରୁ ୨୫ ଯୁଦ୍ଧଜାହାଜ ଏବଂ ବାୟୁସେନାର ୪୦ ଟି ଯୁଦ୍ଧ ବିମାନ ଏହି ଅଭ୍ୟାସରେ ସାମିଲ ରହିଛି। ସୂଚନା ମୁତାବକ ଏହି ଅଭ୍ୟାସ ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।
"ତ୍ରିଶୂଳ" କେବଳ ଏକ ଅଭିଯାନ ନୁହେଁ ବରଂ ଏହା ଏକ ସହଭାଗୀ ଶକ୍ତି, ଆତ୍ମନିର୍ଭରତା ଏବଂ ନବସୃଜନ ଭାବନାର ଏକ ଜୀବନ୍ତ ପ୍ରତୀକ। ଏହି ଭିଜୁଆଲ୍ ସ୍ପଷ୍ଟ କରିଦେଇଛି ଯେ ଭାରତ ଯେକୌଣସି ଆହ୍ୱାନର ସମ୍ମୁଖୀନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଏହା ପରେ, ଭାରତକୁ ଧମକେଇବା ପାଇଁ ପାକିସ୍ତାନ ଆରବ ସାଗରରେ ଏକ ନୂଆ ନୌସେନା ନାଭିଗେସନାଲ୍ ଆଲର୍ଟ ଜାରି କରିଛି। ଏଥିରୁ ପାକିସ୍ତାନର ଭୟ ସ୍ପଷ୍ଟ୍ ବାରି ହେଉଛି। ଏହି ଆଲର୍ଟ ଅନୁଯାୟୀ, ପାକିସ୍ତାନୀ ନୌସେନା ନଭେମ୍ବର ୨ ରୁ ୫ ମଧ୍ୟରେ ସର୍ କ୍ରିକ୍ ଅଞ୍ଚଳ ନିକଟରେ ଲାଇଭ୍ ଫାୟାରିଂ ଏବଂ ନୌସେନା ଅଭ୍ୟାସ କରିବ।
ତେବେ ଏହା ହେଉଛି ସେହି ଅଞ୍ଚଳ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମୁଦ୍ରିକ ସୀମାକୁ ନେଇ ଦଶନ୍ଧି ଧରି ବିବାଦ ରହିଛି। ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ନାଭିଗେସନାଲ୍ ଆଲର୍ଟରେ ୧୩୫ କିଲୋମିଟର ଲମ୍ବା ସମୁଦ୍ର କ୍ଷେତ୍ର ସାମିଲ୍ ରହିଛି। ଏହି ସମୟ ମଧ୍ୟରେ ସମସ୍ତ ବାଣିଜ୍ୟିକ ଏବଂ ବେସାମରିକ ଜାହାଜକୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment

ଅଧିକ ଦେଖନ୍ତୁ:

Indian Military
Advertisment
Related Articles
Advertisment