Advertisment

India vs West Indies: ପ୍ରଥମ ଦିନରେ ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍ , ଭାରତ ୨ ୱିକେଟ୍ ହରାଇ କରିଛି ୧୨୧ ରନ୍

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଗତକାଲି ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ୍ ହରାଇ ୧୨୧ ରନ କରିଛି । ଭାରତର ତରଫରୁ ଜୟସ୍ବାଲ ୩୬ ରନ କରି ଆଉଟ୍ ହୋଇଥିବାବେଳେ ସାଇସୁଦର୍ଶନ ୭ ରନ କରି ପାଭିଲିଅନ ଫେରିଛନ୍ତି । କେଏଲ. ରାହୁଲ ୫୩ ଓ କ୍ୟାପଟେନ୍ ଗିଲ୍ ୧୮ ରନ କରି ଅପରାଜିତ ରହିଛନ୍ତି ।

author-image
Manas Ranjan Mohanty
CRICKET

CRICKET Photograph: (OTV)

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଗତକାଲି ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ୍ ହରାଇ ୧୨୧ ରନ କରିଛି । ଭାରତର ତରଫରୁ ଜୟସ୍ବାଲ ୩୬ ରନ କରି ଆଉଟ୍ ହୋଇଥିବାବେଳେ ସାଇସୁଦର୍ଶନ ୭ ରନ କରି ପାଭିଲିଅନ ଫେରିଛନ୍ତି । କେଏଲ. ରାହୁଲ ୫୩ ଓ କ୍ୟାପଟେନ୍ ଗିଲ୍ ୧୮ ରନ କରି ଅପରାଜିତ ରହିଛନ୍ତି ।  ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଥିଲା । ମହମ୍ମଦ ସିରାଜଙ୍କୁ ୪ ୱିକେଟ୍ ମିଳିଥିବାବେଲେ ବୁମରାଙ୍କୁ ୩, କୁଲଦୀପଙ୍କୁ ୨ ଓ ୱାଶିଂଟନ ହାତେଇଥିଲେ ଗୋଟିଏ ୱିକେଟ୍ । ମାତ୍ର ୪୪.୧ ଓଭରରେ ଶେଷ ହୋଇଯାଇଥିଲା ଇନିଂସ । ୱେଷ୍ଟଇଣ୍ଡିଜର କୌଣସି ଖେଳାଳି ୫୦ ଟପିପାରିଲେନି । 

Advertisment

ଭାରତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ 
ପ୍ରଥମ ଦିନରେ ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍ 
ଭାରତ ୨ ୱିକେଟ୍ ହରାଇ କରିଛି ୧୨୧ ରନ୍ 
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍

Advertisment
Related Articles
Advertisment