Advertisment

Medicine for Diabetic: ଡାଏବେଟିସ୍‌ର ନୂଆ ମେଡିସିନ୍ , ଷ୍ଟ୍ରୋକ୍ ଭଳି ବିପଦକୁ ବି କମେଇବ...ଶରୀରରେ ରହିବ ନାହିଁ ମୋଟାପା

ଡାଏବେଟିସ୍‌ର ନୂଆ ମେଡିସିନ୍। ଷ୍ଟ୍ରୋକ୍ ଭଳି ବିପଦକୁ ବି କମେଇବ। ଶରୀରରେ ରହିବ ନାହିଁ ମୋଟାପା। କେନ୍ଦ୍ର ସରକାର Type-2 ଡାଏବେଟିସ୍ ପାଇଁ ଡେନ୍‌ମାର୍କର ଏକ ଔଷଧକୁ ଅନୁମୋଦନ କରିଛନ୍ତି।

author-image
Manas Ranjan Mohanty
New-Diabetic-Medicine

New-Diabetic-Medicine Photograph: (OTV)

କେନ୍ଦ୍ର ସରକାର Type-2 ଡାଏବେଟିସ୍ ପାଇଁ ଡେନ୍‌ମାର୍କର ଏକ ଔଷଧକୁ ଅନୁମୋଦନ କରିଛନ୍ତି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା CDSCO ଭାରତୀୟ ବଜାରକୁ ସେମାଗ୍ଲୁଟାଇଡ୍ (Semaglutide) ନାମକ ଏହି ଔଷଧକୁ ଆଣିବା ନେଇ ଅନୁମତି ଦେଇଛି। ଏହି ଔଷଧକୁ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯିବ ଆଉ ଏହା ଶରୀରରେ ଇନ୍‌ସୁଲିନ୍ ପରି କାମ କରିବ।

Advertisment

ତେବେ ସବୁଠାରୁ ବଡ କଥା ହେଲା, ଏହି ଔଷଧ ସେହି ରୋଗୀମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନଙ୍କର ରକ୍ତ ଶର୍କରା କେବଳ ଖାଦ୍ୟ ଏବଂ ବ୍ୟାୟାମ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ନାହିଁ, କିମ୍ବା ଯେଉଁମାନଙ୍କ କ୍ଷେତ୍ରରେ ପୁରୁଣା ଔଷଧ କାମ କରୁ ନାହିଁ ବା ସେମାନେ ଏହାକୁ ସହ୍ୟ କରିପାରୁ ନାହାନ୍ତି।

ଖାଲି ସେତିକି ନୁହେଁ, ଏହି ଔଷଧ ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ବିପଦକୁ ମଧ୍ୟ କମେଇଦେବ। ବିଶ୍ୱବ୍ୟାପୀ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରେ ଜଣାପଡିଛି ଯେ ଏହା ମଧ୍ୟ ଶରୀରର ଓଜନକୁ କମାଇଦେବ। 

Advertisment

ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ପ୍ରାୟ ୧୦.୧୦ କୋଟି ଲୋକ ଡାଏବେଟିସ୍‌ରେ ପୀଡିତ ଏବଂ ଆଗାମୀ ସମୟରେ ପ୍ରାୟ ୧୩.୬ କୋଟି ଲୋକ ଏଥିରେ ପ୍ରଭାବିତ ହୋଇପାରନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ନିଜେ କିଣିବା କିମ୍ବା ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଔଷଧ ଆମେରିକା ଏବଂ ୟୁରୋପରେ ବହୁତ ମହଙ୍ଗା। ଭାରତରେ, ଯେଉଁଠାରେ ଅଧିକାଂଶ ଡାଏବେଟିସ୍ ରୋଗୀ ମଧ୍ୟମ ଏବଂ ନିମ୍ନ ଆୟ ଗୋଷ୍ଠୀର, ସେମାନଙ୍କ ପାଇଁ ଏହି ଔଷଧ ସୁଲଭ ହେବ ନା ସେହିପରି ମହଙ୍ଗା ରହିବା ତାହା ବଜାରକୁ ଆସିଲା ପରେ ଜଣା ପଡିବ।

Advertisment
Related Articles
Advertisment