/odishatv-khabar/media/media_files/2025/10/03/plane-accident-us-2025-10-03-08-13-59.jpg)
PLANE-ACCIDENT-US Photograph: (OTV)
ଲ୍ୟାଣ୍ଡିଂ ବେଳେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା । ଭାଙ୍ଗି ଚୁରମାର୍ ହୋଇଛି ବିମାନର ସାମ୍ନା ଭାଗ । ଆମେରିକା ନ୍ୟୁୟର୍କର ଏକ ବିମାନ ବନ୍ଦରରେ ଘଟିଛି ଏହି ବଡ ଦୁର୍ଘଟଣା । ମୁହାଁମୁହିଁ ପିଟି ହୋଇଛନ୍ତି ଦୁଇଟି ଜେଟ୍ ବିମାନ।
ବୁଧବାର ରାତି ପ୍ରାୟ ୯ଟା ୫୬ରେ ବିମାନ ଦୁର୍ଘଟଣା ଘଟିଥିଲା । ଲାଗାର୍ଡିଆ ଏୟାରପୋର୍ଟରେ ଧକ୍କା ହୋଇଥିଲା ଦୁଇ ବିମାନ । ଦୁଇଟି ଡେଲଟା ଜେଟ୍ ପାର୍କିଂ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଥିଲେ । ଗୋଟିଏ ବିମାନର ଡାହଣ ପଟ ଡେଣାରେ ପିଟି ହୋଇଥିଲା ଅନ୍ୟ ଏକ ବିମାନର ନୋଜ୍ ବା ସମ୍ମୁଖ ଭାଗ । ଫଳରେ ଦୁଇଟିଯାକ ବିମାନ ଭୀଷଣ କ୍ଷତିଗ୍ରସ୍ତ ହୋଇଛି । ବିମାନର ଆଗଭାଗ ଓ ୱିଣ୍ଡୋ ସ୍କ୍ରିନ୍ ଭାଙ୍ଗି ଯାଇଛି ।
ଦୁର୍ଘଟଣାରେ ଜଣେ ଫ୍ଲାଇଟ ଆଟେଣ୍ଡାଣ୍ଟ ଆହତ ହୋଇଛନ୍ତି । ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଆହତ ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନ୍ୟୁୟର୍କ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ମୁତାବକ, ଚାର୍ଲଟ ଡଗଲାସ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଆସୁଥିବା ଏକ ଯାତ୍ରୀବାହୀ ବିମାନ ନ୍ୟୁୟର୍କରେ ଅବତରଣ କରୁଥିବା ସମୟରେ ଏହାର ଡେଣା ଅନ୍ୟ ଏକ ଜେଟ୍ ବିମାନ ସହ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିମାନର ଡେଣା ଖସି ତଳେ ପଡିଥିଲା । ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁର୍ଘଟଣା ବେଳର ଭିଡିଓ । ଯେଉଁଥିରେ ଦୁର୍ଘଟଣା ପରେ ବିମାନ କ୍ଷତିଗ୍ରସ୍ତ ହେବାର ଦେଖାଯାଉଛି ।
Delhi Police Encounter: କମେଡିଆନ ମୁନାୱର ଫାରୁକିଙ୍କ ହତ୍ୟା ପ୍ଲାନ, ଦିଲ୍ଲୀ ପୋଲିସର ଏନକାଉଣ୍ଟର... ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ଦୁଇ ସୁଟର

Modern Comforts, Modern Threats: ଅତ୍ୟାଧୁନିକ ଘର, ଅତ୍ୟାଧୁନିକ ବିପଦ : କ’ଣ କହୁଛନ୍ତି ଏକ୍ସପର୍ଟ

Free Medicines Turn Fatal: ମାଗଣା ଔଷଧରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ, ଆଗରୁ ହୋଇଥିଲା କଳା ତାଲିକାଭୁକ୍ତ

Elon Musk Faces Setback: ଏଲନ୍ ମସ୍କଙ୍କୁ ବଡ଼ ଝଟକା... OpenAI SpaceXକୁ ପଛରେ ପକାଇଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)