Advertisment

Crime Surge Shakes Bhadrak: ଅଶାନ୍ତ ହେଉଛି ଭଦ୍ରକ, ଫୁଟୁଛି ଗୁଳି...ପଡୁଛି ବୋମା

ପାର୍ବଣ ପୂର୍ବରୁ ହଠାତ ଅସ୍ତଵ୍ୟସ୍ତ ହୋଇ ଉଠିଛି ଭଦ୍ରକ। ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ପୋଲିସର ନିଦ ହଜାଇ ଦେଇଛି। ସବୁଦିନ ଗୁଳି ଫୁଟୁଛି, ବୋମା ମାଡ ହେଉଛି ଆଉ ଭୁଜାଲି ବୁଲୁଛି। ପୋଲିସ ଯେତେ ସଜବାଜ ହେଉଛି ଅପରାଧି ଦୁଇପାଦ ଆଗକୁ ଯାଇ ଅପରାଧ ଘଟାଉଛନ୍ତି।

author-image
Manas Ranjan Mohanty
Bhadrak Bomb Blast

Bhadrak Bomb Blast Photograph: (OTV)

ପାର୍ବଣ ପୂର୍ବରୁ ହଠାତ ଅଶାନ୍ତ ହୋଇ ଉଠିଛି ଭଦ୍ରକ। ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ ପୋଲିସର ନିଦ ହଜାଇ ଦେଇଛିସବୁଦିନ ଗୁଳି ଫୁଟୁଛି, ବୋମା ମାଡ ହେଉଛି ଆଉଭୁଜାଲି ବୁଲୁଛି। ପୋଲିସ ଯେତେ ସଜବାଜ ହେଉଛି ଅପରାଧି ଦୁଇପାଦ ଆଗକୁ ଯାଇ ଅପରାଧ ଘଟାଉଛନ୍ତି।

Advertisment

ଥରହର ଭଦ୍ରକ

ଗତ ବର୍ଷକ ଭିତରେ ଡକାୟତି, ଛୁରା ମାଡ଼, ବୋମା ଆତଙ୍କରେ ଥରହର ହେଉଛନ୍ତି ଭଦ୍ରକବାସୀ।  ଲଗାତର ଅପରାଧିକ ଘଟଣା ଚରମ୍ପା ଓ ଆଖପାଖ ଅଞ୍ଚଳରେ ବଢୁଛି। ହେଲେ ପୋଲିସ୍ ହାତ ଖାଲି।

ଗତ ଜୁନ ୨୨ ତାରିଖ ସନ୍ଧ୍ୟାରେ ବେଲମଲା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାରି ଟଙ୍କା ଲୁଟ୍‌ର ଅଭିଯୋଗ ହୋଇଥିଲା। ଗୋ-ଖାଦ୍ୟ ବ୍ୟବସାୟୀ ବିଦ୍ୟାଧର ପାତ୍ର ବେପାର ସାରି ଘରକୁ ଫେରୁଥିଲେ। ନିଜ ଘର ସମ୍ମୁଖରେ ସ୍କୁଟି ରଖି ଓହ୍ଲାଉ ଥିବାବେଳେ ପଛପଟୁ ଗୁଳି ବର୍ଷି ଥିଲା। ୫ ରାଉଣ୍ଡ ଗୁଳିରୁ ୨ଟି ତାଙ୍କ ଶରୀରରେ ଲାଗିଥିଲା। ଏହି ଘଟଣାରୁ ପୁଲିସ ଏଯାଏ କାହାରି ଟେର ପାଇନି। 

Advertisment

ଏହି ଘଟଣାର ଠିକ ମାସକ ପରେ ବୁଲିଥିଲା ଖଣ୍ଡା। ସ୍କୁଲ ରୋଡ୍‌ରେ ଘଟିଥିଲା ଏଭଳି ଭୟଙ୍କର ଘଟଣା। ସ୍ଥାନୀୟ ଦୁର୍ଗା ପୂଜା ମଣ୍ଡପ ନିକଟରେ ବଚସାରୁ ଛୁରା ମାଡ଼ ଯାଏଁ କଥା ଗଲା।  ସେହିପରି ଚରମ୍ପା ନିକଟବର୍ତ୍ତୀ ରାଣୀତାଲ ବଜାରରେ ବି ନିୟମିତ ଭାବେ ଲୁଟପାଟ ଚାଲୁଛି। ତେବେସହର ବାସିନ୍ଦାଙ୍କ ଅଭିଯୋଗ ଯେ, ଏ ସଵୁ ଅପରାଧ ପଛରେ ରହିଛି ନିଶା କାରବାର।

ସେହିପରି ସେପ୍ଟେମ୍ବର ୧୮ ତାରିଖ ରାତିରେ ଚରମ୍ପା ଛକ ଓ ବିଶାଣିଖରିଦାର ଦୁଇଟି ସ୍ଥାନରେ ୭ଟି ହାତ ବୋମା ଓ ପେଟ୍ରୋଲ ବୋମା ପଡ଼ିଛି। ଭୟକର ଶବ୍ଦ ଭିତରେ ଚରମ୍ପା ସ୍କୁଲ ରୋଡ଼ ଅଞ୍ଚଳ ଥରହର ହୋଇଯାଇଛି ।ପୁଲିସ ଏହାର ତଦନ୍ତ କରୁଛି। 

Bhadrak
Advertisment
Related Articles
Advertisment