/odishatv-khabar/media/media_files/2025/11/03/celebration-2025-11-03-08-36-05.jpg)
Celebration Photograph: (OTV)
ICC ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଏହି ମୁହୂର୍ତ୍ତ ମହିଳା କ୍ରିକେଟର ପ୍ରଦର୍ଶନକୁ ଉଚ୍ଚକୋଟୀର କରିବ । ଆମ ଝିଅ ମାନେ ଯେପରି ଭାରତକୁ ଗର୍ବିତ କଲେ ତାକୁ ମୁଁ ପ୍ରଶଂସା ନକରି ରହିପାରୁନି ବୋଲି କହିଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହିଳା କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳର ଏକ ଚମତ୍କାର ବିଜୟ। ଫାଇନାଲରେ ଆମ ଖେଳାଳିଙ୍କର ପ୍ରଦର୍ଶନ ବେଶ ଭଲ ଥିଲା । ସାରା ଟୁର୍ଣ୍ଣାମେଣ୍ଟରେ ଟିମ୍ ୱାର୍କ ଦେଖିବାକୁ ମିଳିଥିଲା । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ ଭାରତୀୟ ମହିଳା ଟିମର ବିଶ୍ୱକପ୍ ବିଜୟ ପରେ ସାରା ଦେଶରେ ସେଲିବ୍ରେସନ । ବିଜୟ ଖୁସିରେ ବାଣ ଫୁଟାଇ ନାଚ ଗୀତରେ ମସଗୁଲ୍ କ୍ରିକେଟ୍ ପ୍ରେମୀ । ଭାରତୀୟ ଟିମରେ ଖେଳୁଥିବା ଶେଫାଳି ବର୍ମା ଓ କ୍ରାନ୍ତି ଗୌଡ଼ଙ୍କ ପରିବାର ଲୋକେ ମଧ୍ୟ ବିଜୟକୁ ସେଲିବ୍ରେସନ କରିଛନ୍ତି ।
• ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
• 'ଏହି ମୁହୂର୍ତ୍ତ ମହିଳା କ୍ରିକେଟର ପ୍ରଦର୍ଶନକୁ ଉଚ୍ଚକୋଟୀର କରିବ'
• ଆମ ଝିଅମାନେ ଭାରତକୁ ଗର୍ବିତ କରିଛନ୍ତି
• ତାକୁ ମୁଁ ପ୍ରଶଂସା ନକରି ରହିପାରୁନି - ରାଷ୍ଟ୍ରପତି
• ଭାରତର ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
• ଭାରତର ବିଜୟକୁ ଚମତ୍କାର କହିଲେ ପ୍ରଧାନମନ୍ତ୍ରୀ
• ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରେରଣା ଦେବ
• ମହିଳା ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
World Cup Champion: ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍: ବିଶ୍ବକପ ଚାଂପିଅନ୍ ଟାଇଟଲ ହାତେଇଲା

Weekly Horoscope From 3rd November 2025 To 9th November 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Daily Horoscope 3rd November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 3rd November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)