Advertisment

Weekly Horoscope From 3rd November 2025 To 9th November 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ଆର୍ଥିକ ବିଷୟରେ ବହୁତ ଭଲ ସଫଳତା ମିଳିପାରେ। ପେସାଦାର ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ଜମି ଓ ଭବନରେ ନିବେଶରେ ନିବେଶ ପାଇଁ ଭାବିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ନିଜ ପରିସର ବଢ଼ାଇବା ଲାଗି ଯଥା ସମ୍ଭବ ଚେଷ୍ଟା କରିବେ।

author-image
Deepak Acharya
weekly horoscope

ମେଷ-
ଆର୍ଥିକ ବିଷୟରେ ବହୁତ ଭଲ ସଫଳତା ମିଳିପାରେ। ପେସାଦାର ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ଜମି ଓ ଭବନରେ ନିବେଶରେ ନିବେଶ ପାଇଁ ଭାବିପାରନ୍ତି। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ନିଜ ପରିସର ବଢ଼ାଇବା ଲାଗି ଯଥା ସମ୍ଭବ ଚେଷ୍ଟା କରିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ଜୀବନରେ ନୂଆ ଖୁସି ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ  ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
ବୃଷ-
ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। କୌଣସି ବଡ଼ ଓ ଅଲଗା କାମ କରିବା ପାଇଁ ଭାବିପାରନ୍ତି। ବ୍ୟବସାୟରେ କୌଣସି ବାହାର ବ୍ୟକ୍ତିଙ୍କ ସହିତ କଥା ହେବାବେଳେ ବହୁତ ଅଧିକ ଧୈର୍ଯ୍ୟ ଓ ସଂଯମ ରଖିବାର ଆବଶ୍ୟକତା ରହିଛି। ଅଫିସ୍‌ରେ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଦାମ୍ପତ୍ୟ ସମ୍ବନ୍ଧ ପୂର୍ଣ୍ଣ ରୂପେ ମଧୁରତା ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଅନୁକୂଳ ରହିବ। ପରିବାରରେ କୌଣସି ଲୋକଙ୍କର ବିବାହକୁ ନେଇ ବିଚାର ବିମର୍ଶ ହେବ। ଦେଇଥିବା ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ  ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ”  ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
ମିଥୁନ-
କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଟଙ୍କାପଇସା ସମ୍ବନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇ ପାରନ୍ତି। ଚାକିରିରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ମିଳିବ। ରାଜନୀତି କ୍ଷେତ୍ରରେ ବ୍ୟକ୍ତିମାନେ କୌଣସି କଥାକୁ ନେଇ ବହୁତ ଭାବିବେ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଜୀବନସାଥୀ ସହିତ ଆପଣଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପ୍ରାକୃତିକ ଭରା ଅଞ୍ଚଳକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଲାଭପ୍ରଦ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
କର୍କଟ-
କୌଣସି ଏଭଳି ଲୋକଙ୍କ ସହିତ ମିଶିବେ ଯାହା ଦ୍ବାରା ତାଙ୍କ କଥାରେ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପଡ଼ିବ। ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଧନପ୍ରାପ୍ତି ପାଇଁ ନୂଆ ଉତ୍ସ ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ସମୟ ଭଲ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ଦେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ କାମରେ ସକ୍ରିୟ ଭୂମିକା ନିର୍ବାହ କରିବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ନବ ବିବାହିତ ଦମ୍ପତିଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ପ୍ରେମ ଜୀବନ ଭଲ ରହିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- “ଓଁ ଶ୍ରୀଂ କ୍ରୀଂ ଚଂ ଚନ୍ଦ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ସିଂହ-
ଭାଗ୍ୟର ଦ୍ବାର ଖୋଲିଯିବ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବା ଯୋଗୁଁ ନୂଆ ଶାଖା ଆରମ୍ଭ କରିବା ପାଇଁ ପରିବାର ସହିତ କଥା ହେବେ। ଚାକିରିଜୀବୀ ନିଜ କାମରେ ଅଧିକ ଧ୍ୟାନ ଦେବେ। ରାଜନୀତିକ ନେତାଙ୍କର ଲୋକ ପ୍ରିୟତା ବୃଦ୍ଧି ହେବ। ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚେଷ୍ଟା କରିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ପାରିବାରିକ ଝିଞ୍ଜଟରୁ ମୁକ୍ତି ପାଇଯିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀର ଭାବନାକୁ ବୁଝିବେ। ଛାତ୍ରଛାତ୍ରୀଙ୍କୁ କୌଣସି ବିଷୟ ବୁଝିବା ପାଇଁ ଶିକ୍ଷକଙ୍କର ସହଯୋଗ ମିଳବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର- “ଓଁ ହ୍ଲୀଂ ହ୍ଲୀଂ ସୂର‌୍ୟ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କନ୍ୟା-
ବ୍ୟବସାୟକୁ ନେଇ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ ଭଲ ରହିବ। ଆୟ ଆଉ ବ୍ୟୟର ଏକ ବଜେଟ୍ ପ୍ରସ୍ତୁତି କରି ଚାଲନ୍ତୁ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳର କୌଣସି ଦାୟିତ୍ବ ଗ୍ରହଣ କରିବେ। ଜନତାଙ୍କ ମଧ୍ୟରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ରହିବ। ଛାତ୍ରଛାତ୍ରୀ ନିଜର ଲେଖାପଢ଼ା ଓ କ୍ୟାରିୟର ପ୍ରତି ଗମ୍ଭୀରତାର ସହ ପ୍ରୟାସରତ ରହିବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
ତୁଳା-
ଆପଣ ନିଜର ଯୋଗ୍ୟତା ଓ କାର୍ଯ୍ୟ ନିପୁଣତା ଦ୍ବାରା ଆଶାଠୁ ଅଧିକ ଲାଭ ପାଇବେ। ଅଫିସ୍‌ରେ ସୃଜନଶୀଳ ଭଲ ରହିବ। କଂପାନି ତରଫରୁ ବିଦେଶ ଯିବାର ସୁଯୋଗ ଆସିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ରାଜନୀତିକ ନେତାଙ୍କର ଆତ୍ମବିଶ୍ବାସ ବହୁତ ଭଲ ରହିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲନ୍ତୁ ସଫଳତା ପାଇବେ। ଜୀବନସାଥୀ ସହିତ ତାଳମେଳ ଠିକ୍ ରହିବ। ପିଲାଙ୍କର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ ପ୍ରୋଜେକ୍ଟ ପୂରା କରିବା ପାଇଁ ମନ ଲଗାଇବେ। ମାନସିକ ସୁଖ ଶାନ୍ତି ପାଇଁ ଏକାନ୍ତ ଓ ଧାର୍ମିକ ସ୍ଥାନରେ ବିତାନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ  ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ”  ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
ବିଛା-
ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ମାଟି ତିଆରି ବ୍ୟବସାୟୀଙ୍କ ଲାଗି ସମୟ ବିଶେଷ ଲାଭପ୍ରଦ ରହିବ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟା କମ୍ ହେବ। ପ୍ରେମିକ ପ୍ରେମିକା ତର୍କବିତର୍କ ଓ ସମସ୍ୟା ଠାରୁ ଦୂରରେ ରହନ୍ତୁ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ  ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଧନୁ-
ଘର ଏବଂ ବାହାରେ ପ୍ରତିଟି ଜାଗାରେ ଆପଣଙ୍କର ପ୍ରଶଂସା ହେବ। ବ୍ୟବସାୟରେ ଅନୁକୂଳତା ବଜାୟ ରହିବ। ଟଙ୍କାପଇସା ନେଣଦେଣରେ ସାବଧାନ ଅବଲମ୍ବନ କରନ୍ତୁ। ଅଫିସ୍ ସଂପର୍କିତ ଗତିବିଧିରେ ସୁଧାର ଆସିବ। ନିଜର କାମ ବହୁତ ସାବଧାନରେ କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଆହ୍ବାନର ପଛଘୁଞ୍ଚା ଦେବେନାହିଁ। ବାଣୀ ଉପରେ ସଂଯମ ରଖନ୍ତୁ। ଘରେ ଧାର୍ମିକ ଅନୁଷ୍ଠାନ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ ବଢ଼ିବ। ପ୍ରେମୀଯୁଗଳ କୌଣସି ଭଲ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ପ୍ରତିଯୋଗିତା ପରୀକ୍ଷାରେ ପରିଣାମ ଆପଣଙ୍କ ପକ୍ଷର ଆସିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
ମକର-
ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ସଂପର୍କୀୟଙ୍କ ସହାୟତାରେ ଆପଣଙ୍କ କାର‌୍ୟ୍ୟ ସଂପୂର୍ଣ୍ଣ ହେବ। ଜମି ସମ୍ବନ୍ଧୀୟ କାମରେ କୌଣସି ବଡ଼ ସଉଦା କରିବେ। ବହୁ-ରାଷ୍ଟ୍ରୀୟ କଂପାନିରୁ ଚାକିରିର କଲ୍ ଆସିବ। ରାଜନୀତିକ ନେତାଙ୍କ ଲାଗି ସମୟ ଭଲ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ବିରୋଧୀ ବନ୍ଧୁତା ପାଇଁ ହାତ ବଢ଼ାଇବେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁସ୍ଥ ଅନୁଭବ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 
କୁମ୍ଭ-
ଆହ୍ବାନକୁ ସ୍ବୀକାର କରି ନିଅନ୍ତୁ, ସଫଳତାର ମାର୍ଗ ଖୋଲିଯିବ। ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ। ପୁଞ୍ଜି ବଜାର କ୍ଷେତ୍ରରେ ଥିବା ଲୋକ ନିବେଶ କରିବା ସମୟରେ ଧୈର୍ଯ୍ୟ ଧରି କାମ କରନ୍ତୁ। ଅଫିସ୍‌ରେ ଆପଣଙ୍କର ପରିଶ୍ରମ ଦେଖି କର୍ତ୍ତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସକାରାତ୍ମକ ଚିନ୍ତା କାର୍ଯ୍ୟରେ ସହଯୋଗ କରିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ପାରିବାରିକ କାମ ପୂରା କରିବା ଲାଗି ପରିବାର ଲୋକଙ୍କ ସହଯୋଗ ପାଇବେ। ପ୍ରେମୀଯୁଗଳ କୌଣସି ଭଲ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀ କୌଣସି ବିଷୟ ଉପରେ ଶିକ୍ଷକଙ୍କ ସହିତ ଚର୍ଚ୍ଚା କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ”ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମୀନ-
ବ୍ୟବସାୟ ଚିନ୍ତାରେ ଲାଭର ନୂଆ ଉତ୍ସ ଖୋଲିବ। ଅର୍ଡର‌୍ ସପ୍ଲାଇଙ୍କୁ ଭଲ ଲାଭ ହେବ। ଅଫିସ୍ କାର‌୍ୟ୍ୟକୁ ନେଇ କାହାରି ଉପରେ ଭରସା କରନ୍ତୁ ନାହିଁ। ନିଜର କାମ ନିଜେ କରନ୍ତୁ। ରାଜନୀତିକ ନେତା କୌଣସି ଫଇସଲା କରିବାରେ ଟିକେ କଷ୍ଟ ହେବ। ଅନାବଶ୍ୟକ କଥାରେ ତର୍କ କରନ୍ତୁ ନାହିଁ। ମିଡିଆ ‌କ୍ଷେତ୍ରରେ କାମ କରୁଥିବା ଲୋକଙ୍କ କାମର ପ୍ରଶଂସା ହେବ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ଛାତ୍ରଛାତ୍ରୀ ଅଧ୍ୟୟନରେ ପରିବର୍ତ୍ତନ କରି ପାରନ୍ତି। ଶାରୀରିକ ଦୃଷ୍ଟିରୁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

Advertisment
Horoscope
Advertisment
Related Articles
Advertisment