/odishatv-khabar/media/media_files/2025/11/17/subhman-gill-2025-11-17-14-50-21.jpg)
Subhman Gill Photograph: (OTV)
ICUରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍। ବେକରେ ଲାଗିଛି ଗୁରୁତର ଆଘାତ। ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍ ।
ଭାରତୀୟ ଦଳକୁ ଘାରିଛି ଇଞ୍ଜୁରୀ ଟେନସନ୍। ସିଡନୀରେ ଆଘାତ ପାଇଥିବା ଶ୍ରେୟସ ଆୟର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ ଏବେ ଭାରତୀୟ ଟେଷ୍ଟ ଏବଂ ODI ଅଧିନାୟକ ଶୁଭମନ ଗିଲଙ୍କୁ ICUରେ ଭର୍ତ୍ତି କରାଯାଇଛି। କୋଲକାତାରେ ଚାଲିଥିବା ଇଣ୍ଡିଆ vs ସାଉଥଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସାଇମନ ହାର୍ମରଙ୍କ ବଲରେ ସ୍ଲଗ୍ ସ୍ୱିପ୍ ଚେଷ୍ଟା କରିବା ସମୟରେ 26 ବର୍ଷୀୟ ଗିଲଙ୍କ ବେକରେ ଆଘାତ ଲାଗିଥିଲା। ପଡ଼ିଆରେ ପ୍ରାରମ୍ଭିକ ଚିକିତ୍ସାରେ ଆରାମ ନମିଳିବାରୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା।
ଉନ୍ନତ ଚିକିତ୍ସା ପାଇଁ ICUରେ ଭର୍ତ୍ତି
ରିପୋର୍ଟ ମୁତାବକ, ଗିଲଙ୍କୁ ଏବେ ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ଯେଉଁଠାରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ସ୍କାନ ଏବଂ MRI ପରୀକ୍ଷା ମଧ୍ୟ ସମାପ୍ତ ହୋଇଛି। ଭାରତୀୟ ଅଧିନାୟକ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହି କାରଣରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ICUରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସକାରାତ୍ମକ ପ୍ରଭାବ ଦେଖାଦେଇଛି।
ତେବେ ଗିଲଙ୍କ ଆଘାତକୁ ନେଇ ପ୍ରଶିକ୍ଷକ ମୋର୍ନେ ମୋର୍କେଲ୍ କହିଛନ୍ତି, "ଆମକୁ ଜାଣିବାକୁ ପଡିବ ଯେ ତାଙ୍କ ବେକରେ ଆଘାତ କିପରି ହେଲା। ହୁଏତ ସେ ଗତକାଲି ରାତିରେ ଭଲ ଶୋଇ ନଥିଲେ। ତେବେ ଗିଲ୍ ବହୁତ ଫିଟ୍ ଅଛନ୍ତି ଏବଂ ନିଜର ବହୁତ ଯତ୍ନ ନେଉଛନ୍ତି। ତାଙ୍କର ବେକରେ ଆଘାତ ଲାଗିବା ଦୁର୍ଭାଗ୍ୟଜନକ।"
ତେବେ ଶୁଭମନ ଗିଲ୍ କିଛି ଦିନ ମଧ୍ୟରେ ICUରେ ଭର୍ତ୍ତି ହୋଇଥିବା ପ୍ରଥମ ଖେଳାଳି ନୁହଁନ୍ତି। ସିଡନୀରେ ଆଘାତ ପାଇବା ପରେ ଷ୍ଟାର ODI ବ୍ୟାଟସମ୍ୟାନ୍ ଶ୍ରେୟସ ଆୟରଙ୍କୁ ମଧ୍ୟ ICUରେ ଭର୍ତ୍ତି କରାଯାଇଥିଲା। ୩୦ ବର୍ଷୀୟ ଖେଳାଳି କ୍ୟାଚ୍ ନେବା ସମୟରେ ତାଙ୍କର ଛାତି ପଞ୍ଜରାରେ ଆଘାତ ଲାଗିଥିଲା। ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ମଧ୍ୟ ହୋଇଥିଲା, ଯାହା ଫଳରେ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି।
Sheikh Hasina sentenced to death: ବଡ ଖବର: ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ, ରାୟ ଶୁଣାଇଲେ ICT

Should You Eat Curd In Winter: ଶୀତଦିନରେ ଦହି ଖାଇବା ଭଲ ନା ଖରାପ ? ଜାଣନ୍ତୁ ଖାଇବାର ସଠିକ ଉପାୟ

Mastermind Behind Delhi Explosion Exposed: ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍; ସ୍ପଷ୍ଟ କଲେ ପାକିସ୍ତାନୀ ସାମ୍ବାଦିକ

Heartwarming Send-Off: ଅବସର ନେବା ପରେ ପ୍ରସେସନ କରି ଶିକ୍ଷକଙ୍କୁ ଗାଁ ବୁଲାଇଲେ ଲୋକେ, ଅବଦାନ ସ୍ମରଣୀୟ ହୋଇରହିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)