/odishatv-khabar/media/media_files/2026/01/15/world-cup-2026-01-15-09-17-36.jpg)
World Cup Photograph: (OTV)
ଆଜିଠୁ ଆରମ୍ଭ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍ ର ଷୋଡ଼ଶ ସଂସ୍କରଣ। ଏହି ୧୬ ଦଳୀୟ ପ୍ରତିଯୋଗିତା ୨୩ ଦିନ ଧରି ଚାଲିବାକୁ ଥିଲା ବେଳେ ମୋଟ ୪୧ ମ୍ୟାଚ୍ ଜିମ୍ବାୱେ ଓ ନାମିବ୍ୟାର ୫ଟି ସ୍ଥାନରେ ଖେଳାଯିବ। ଉଦଘାଟନୀ ମୁକାବିଲାରେ ଆଜି ଭାରତ-ୟୁଏସଏ ଟକ୍କର। ଏହି ମ୍ୟାଚ୍ ଜିମ୍ବାୱେର ବୁଲାୱାଓରେ ଖେଳାଯିବ।
ଏହି ମ୍ୟାଚ୍ ବାଦ୍ ପ୍ରଥମ ଦିନରେ ଆୟୋଜକ ଜିମ୍ବାୱେକୁ ଭେଟିବ ସ୍କଟଲାଣ୍ଡ ଏବଂ ପ୍ରଦାର୍ପଣକାରୀ ତାଞ୍ଜାନିଆକୁ ଭେଟିବ ୱେଷ୍ଟଇଣ୍ଡିଜ୍। ଗତ ୧୬ ସଂସ୍କରଣରୁ ୫ଟିରେ ବିଜେତା ହୋଇଥିବା ଭାରତ ଷଷ୍ଠ ଟ୍ରଫି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଗତ ୨୦୨୪ ସଂସ୍କରଣ ଫାଇନାଲ୍ ରେ ଅଷ୍ଟ୍ରେଲିଆଠୁ ହାରି ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।
ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ବିଜେତା ହୋଇଥିଲା। ବିଶ୍ବକପ୍ ଖେଳିବାକୁ ଯାଇଥିବା ଭାରତୀୟ ଟିମ୍ ଏକ ସନ୍ତୁଳିତ ଦଳ ରହିଛି। ଗତ ୧୬ ମ୍ୟାଚ୍ ରୁ ଏହି ଦଳ ୧୩ ଜିତିଛି। ଏଥିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା ବିପକ୍ଷ ଶୃଙ୍ଖଳା ବିଜୟ ମଧ୍ୟ ରହିଛି।
ଭାରତୀୟ ଦଳର ନେତୃତ୍ବ ଭାର ଆୟୁଷ ମହାତ୍ରେଙ୍କ ଉପରେ ଥିଲା ଉପଅଧିନାୟକ ରହିଛନ୍ତି ବିହାନ ମାଲହୋତ୍ରା। ଏଥିସହ ଦଳରେ ୧୪ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଥିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ଆଜିଠୁ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପ୍
ପ୍ରତିଯୋଗିତା ୧୬ ଦଳ, ୨୩ ଦିନ ଧରି ଖେଳାଯିବ ମ୍ୟାଚ୍
ଉଦଘାଟନୀ ମୁକାବିଲାରେ ଆଜି ଭାରତ-ୟୁଏସଏ ଟକ୍କର
ଷଷ୍ଠ ମୁକୁଟ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର
Cold Wave Tightens Grip Across State: ଲାଗି ରହିବ ଶୀତ ଲହରୀ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Fine Issued from Agra: ବ୍ରହ୍ମପୁରରେ ବସ୍, ଫାଇନ୍ କଟିଛି ଆଗ୍ରାରେ

Rakesh Agarwal New NIA DG: ରାକେଶ ଅଗ୍ରୱାଲ ନୂଆ NIA ଡିଜି, ମିଳିଲା କ୍ୟାବିନେଟ ମଞ୍ଜୁରୀ

Jaishankar speaks to Iran FM Araghchi: ଇରାନ ବିଦେଶ ମନ୍ତ୍ରୀଙ୍କ କଲ୍, ଇରାନ୍ ନଯିବାକୁ ଆଡଭାଇଜରୀ ଜାରି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)