Advertisment

Jaishankar speaks to Iran FM Araghchi: ଇରାନ ବିଦେଶ ମନ୍ତ୍ରୀଙ୍କ କଲ୍, ଇରାନ୍ ନଯିବାକୁ ଆଡଭାଇଜରୀ ଜାରି

ଇରାନ୍ ସ୍ଥିତି ନେଇ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ତାଙ୍କ ଇରାନ ପ୍ରତିପକ୍ଷ ସଏଦ ଆବ୍ବାସ ଆରାଗଚି।

author-image
Chinmayee Sahoo
Iran

Iran Photograph: (OTV)

ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଜଳୁଛି ଇରାନ୍। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଦେଶବ୍ୟାପୀ ଲାଗି ରହିଛି ହିଂସା ଓ ବିକ୍ଷୋଭ। ଏହି ଆନ୍ଦୋଳନରେ ଏବେସୁଦ୍ଧା ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

Advertisment

ବିକ୍ଷୋଭ, ଆନ୍ଦୋଳନ ଓ ଆକ୍ରମଣ ଆଶଙ୍କା ପାଇଁ ତୁରନ୍ତ ଇରାନ ଛାଡ଼ିଦେବାକୁ ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷକରି ଇରାନରେ ରହୁଥିବା ଛାତ୍ର, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ବ୍ୟବସାୟୀମାନଙ୍କୁ ଯେ କୌଣସି ଯାତାୟତ ମାଧ୍ୟମ ଏପରିକି ବାଣିଜ୍ୟିକ ବିମାନରେ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଇରାନ୍ ସ୍ଥିତି ନେଇ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ତାଙ୍କ ଇରାନ ପ୍ରତିପକ୍ଷ ସଏଦ ଆବ୍ବାସ ଆରାଗଚି। ଇରାନ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ କଲ୍ ଆସିଥିବା କଥା ଏକ୍ସରେ ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ଉଭୟ ଇରାନର ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରିଥିଲେ। 

Advertisment

ଇରାନକୁ ଏବେ କୌଣସି ପ୍ରକାର ଯାତ୍ରା ନକରିବାକୁ ଭାରତ ପକ୍ଷରୁ ପୁଣି ନୂଆ ଆଡଭାଇଇଜରି ଜାରି କରାଯାଇଛି। ଏହାର କିଛି ସମୟ ପରେ ହିଁ ଇରାନ ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କଲ୍ ଆସିଥିବା ବେଳେ ଉଭୟ ଆଲୋଚନା କରିଥିବା କଥା ସୂଚନା ଦେଇଛନ୍ତି ଜୟଶଙ୍କର।

ଇରାନ ବିଦେଶ ମନ୍ତ୍ରୀଙ୍କ କଲ୍
ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଆସିଲା ଇରାନ୍ ବିଦେଶ ମନ୍ତ୍ରୀଙ୍କ କଲ୍
ଇରାନ୍ ସ୍ଥିତି ନେଇ ଫୋନ୍ ଯୋଗେ ଆଲୋଚନା କଲେ ଏସ୍ ଜୟଶଙ୍କର
ଇରାନର ବର୍ତ୍ତମାନର ସ୍ଥିତି ନେଇ ଦୁଇ ବିଦେଶ ମନ୍ତ୍ରୀଙ୍କ ଆଲୋଚନା
ଏକ୍ସରେ ସୂଚନା ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର
ଭାରତୀୟମାନେ ଇରାନ୍ ନଯିବାକୁ ଆଡଭାଇଜରୀ ଜାରି କରିଛି ଭାରତ

Protest Iran External Affairs Minister Jaishankar
Advertisment
Related Articles
Advertisment