Advertisment

Murder: ରାଜଧାନୀରେ ଗଡିଲା ମୁଣ୍ଡ, ୟୁଟ୍ୟୁ‍ବରଙ୍କୁ ଛୁରୀ ଭୁଷି ନିର୍ମମ ହତ୍ୟା

ରାଜଧାନୀରେ ଗଡିଲା ମୁଣ୍ଡ। ଯୁବକଙ୍କୁ ନିର୍ମମ ହତ୍ୟା କେଲେ ଦୁର୍ବୃତ୍ତ। ମଞ୍ଚେଶ୍ୱର ଥାନା ରସୁଲଗଡ ଜିଜିପି କଲୋନି ସ୍କୁଲ ପଡିଆରେ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା।

author-image
Chinmayee Sahoo
Murder

Murder Photograph: (OTV)

ରାଜଧାନୀରେ ଗଡିଲା ମୁଣ୍ଡ। ଯୁବକଙ୍କୁ ନିର୍ମମ ହତ୍ୟା କେଲେ ଦୁର୍ବୃତ୍ତ। ମଞ୍ଚେଶ୍ୱର ଥାନା ରସୁଲଗଡ ଜିଜିପି  କଲୋନି ସ୍କୁଲ ପଡିଆରେ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା। ମୃତ ଯୁବକ ହେଲେ ଜଗନ୍ନାଥନଗରର ରାହୁଲ ମହାରଣା। ସେ ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରନ୍ତି। 

Advertisment

ରାତି ୧୦ଟା ସମୟରେ ମଦ୍ୟପାନ କରୁଥିବା ୩-୪ ଜଣ ଯୁବକ ରାହୁଲଙ୍କୁ ମରଣାନ୍ତନ ଆକ୍ରମଣ କରିଥିଲେ। ରାହୁଲଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ସାଙ୍ଗ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି, ମଞ୍ଚେଶ୍ବର ଥାନା ପୋଲସ, ସ୍ପେଶାଲ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ କରିଛି। 

ଘଟଣାରେ ୩ ଜଣ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ସ୍ଥାନୀୟ ଅଂଚଳ ସିସିଟିଭି ଓ ସାକ୍ଷୀଙ୍କ ବୟାନ ଅନୁସାରେ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତା କିମ୍ବା ଟଙ୍କା ଦେଣନେଣକୁ ନେଇ ହତ୍ୟା ହେଇଥିବା ସେନ୍ଦେହ କରୁଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା କହିଛନ୍ତି ଭୁବନେଶ୍ବର ଡିସିପି।

Advertisment

Bhubaneswar Murder
Advertisment
Related Articles
Advertisment