/odishatv-khabar/media/media_files/2025/12/05/indigo-2025-12-05-14-14-07.jpg)
INDIGO Photograph: (OTV)
ଲଗାତର ଚତୁର୍ଥ ଦିନ ପାଇଁ କୋମାରେ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା। ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ଉଡ଼ାଣ ଆଜି ବାତିଲ୍। ମଧ୍ୟରାତ୍ରି ଯାଏଁ ଦିଲ୍ଲୀରୁ ସମସ୍ତ ଘରୋଇ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ। ଫଳରେ ଏୟାରପୋର୍ଟରେ ହନ୍ତହନ୍ତ ହେଉଛନ୍ତି ଯାତ୍ରୀ। ବିମାନବନ୍ଦ ପରିସରରେ ସୃଷ୍ଟି ହୋଇଛି ଅସ୍ବାଭାବିକ ପରିସ୍ଥିତି। ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ ଦେଖିବାକୁ ମିଳିଛି। ଜରୁରୀ କାମରେ ବାହାରିଥିବା ଯାତ୍ରୀ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଘାଣ୍ଟି ସନ୍ତୁୁଳି ହେଉଛନ୍ତି।
ରେଲୱେ ଷ୍ଟେସନରେ ଅପେକ୍ଷା କରିବା ଭଳି ଏୟାରପୋର୍ଟ ପରିସରରେ ଯାତ୍ରୀମାନେ ବସିବା ସହ ଶୋଉଛନ୍ତି। ଏଣେତେଣେ ଗଦା ଗଦା ହୋଇ ପଡ଼ିଛି ଯାତ୍ରୀଙ୍କ ଲଗେଜ୍ ବ୍ୟାଗ। ଉଭୟ ଦେଶ ଓ ଦେଶ ବାହାରକୁ ଉଡିବାକୁ ଥିବା ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ପରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।
ଗତକାଲି କେବଳ ଗୋଟିଏ ଦିନ ଦିଲ୍ଲୀ ସମେତ ବିଭିନ୍ନ ବିମାନବନ୍ଦରରେ ୫୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ଯାହାକି ଇଣ୍ଡିଗୋ ଦ୍ୱାରା ବାତିଲ କରାଯାଇଥିବା ସର୍ବାଧିକ ବିମାନ।
ଯାତ୍ରୀଙ୍କ ସୁରକ୍ଷା ନେଇ ବିମାନ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ସରକାର ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ ବା କ୍ରିୟୁ ରୋଷ୍ଟରିଂ ରୁଲରେ ପରିବର୍ତ୍ତନ ଆଣିବା ପରେ, ଏଇ ନିୟମରେ ଫସିଯାଇଛି ଇଣ୍ଡିଗୋ। ଗୋଟେପଟେ କ୍ରିଉ ସଦସ୍ୟଙ୍କ ଅଭାବ ଅନ୍ୟପଟେ ସିଷ୍ଟମରେ ସ୍ଲୋଡାଉନ୍ ଇଣ୍ଡିଗୋ ପାଇଁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି କରିଛି।
ଦିଲ୍ଲୀରୁ ଇଣ୍ଡିଗୋର ସବୁ ବିମାନ ବାତିଲ୍
କୋମାରେ ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା
ଆଜି ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ବାତିଲ୍
ଆଜି ମଧ୍ୟରାତ୍ରି ଯାଏଁ ଦିଲ୍ଲୀରୁ ବିମାନ ଉଡ଼ାଣ ବାତିଲ
ଏୟାରପୋର୍ଟରେ ହନ୍ତସନ୍ତ ଯାତ୍ରୀ
ଏୟାରପୋର୍ଟରେ ଅସ୍ବାଭାବିକ ପରିସ୍ଥିତି
ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ
PF Holders May Get: PF ଆକାଉଣ୍ଟ ଥିଲେ ମିଳିବ ୪୫ ହଜାର ! ଜାଣି ନିଅନ୍ତୁ ପୂରା ପ୍ରକ୍ରିୟା

Police Station Turns: ଥାନାରେ କୁନି କୁନି ପିଲା, ଚାଲିଛି ଛିନଛତ୍ର ଖେଳ

No Degree Required For Job: ବିନା ଡିଗ୍ରୀରେ ମିଳିଛୁ ଚାକିରି , କେଉଁଠି ଓ କେମିତି ଜାଣନ୍ତୁ ଏହି ଖବରରେ

Maraghura Village: ବର୍ଷାଦିନେ ପାଠପଢାରେ ବନ୍ଧା ହୁଏ ଡୋରି , ଚୁଆ ପାଣି ପିଇ ବଞ୍ଚୁଛନ୍ତି ଲୋକେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)