Advertisment

India vs South Africa T20: ଚାହୁଁ ଚାହୁଁ ସରିଗଲା ବାରବାଟୀ ଅନଲାଇନ୍ ଟିକେଟ୍ , ହଜାର ହଜାର ଫ୍ୟାନ୍ ନିରାଶ...ଦର୍ଶକ ଖପ୍ପା

ବାରବାଟୀରେ ଫଟାଫଟ୍ କ୍ରିକେଟର ମଜା ନେବାକୁ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଆଗ୍ରହ। ଘଣ୍ଟା ଘଣ୍ଟା ଧରି ଧାଡ଼ି ଦହଗଞ୍ଜରୁ ମୁକ୍ତି ଲକ୍ଷ୍ୟରେ ଅନଲାଇନ ଟିକଟକୁ ଆଖେଇ ଥିଲେ।  ଭୁବନେଶ୍ବରରୁ କଟକ, ବ୍ରହ୍ମପୁରରୁ ବାଲେଶ୍ବର ସବୁଠି ସକାଳ ପହରୁ ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ’ ଏବଂ ୱେବସାଇଟ୍ ଖୋଲି ବସିଥିଲେ

author-image
Manas Ranjan Mohanty
India vs South Africa T20

India vs South Africa T20 Photograph: (OTV)

ବାରବାଟୀରେ ଫଟାଫଟ୍ କ୍ରିକେଟର ମଜା ନେବାକୁ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଆଗ୍ରହ। ଘଣ୍ଟା ଘଣ୍ଟା ଧରି ଧାଡ଼ି ଦହଗଞ୍ଜରୁ ମୁକ୍ତି ଲକ୍ଷ୍ୟରେ ଅନଲାଇନ ଟିକଟକୁ ଆଖେଇ ଥିଲେ। 
ଭୁବନେଶ୍ବରରୁ କଟକ, ବ୍ରହ୍ମପୁରରୁ ବାଲେଶ୍ବର ସବୁଠି ସକାଳ ପହରୁ ‘ଡିଷ୍ଟ୍ରିକ୍ଟ ବାଏ ଜୋମାଟୋ ଆପ’ ଏବଂ ୱେବସାଇଟ୍ ଖୋଲି ବସିଥିଲେ, କିନ୍ତୁ ଧୋକା ଖାଇଗଲେ। କାରଣ ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍ ପାଇଁ ଆଜି ଅନଲାଇନରେ ଟିକେଟ୍ ବିକ୍ରି ପାଇଁ ଯେଉଁ ଧାର୍ଯ୍ୟ ସମୟ ଅପରାହ୍ନ ୨ଟା ଥିଲା, ସାଇଟ୍ ଖୋଲିବାର ମାତ୍ର କିଛି ସମୟ ଭିତରେ ସବୁ ଟିକେଟ୍ ସରି ଯାଇଥିଲା। ଅନଲାଇନରେ ୨ ହଜାର ଟିକେଟ୍ ବିକ୍ରି ପାଇଁ ଘୋଷଣା କରିଥିଲା ଓସିଏ, କିନ୍ତୁ କିଣିବାକୁ କ୍ୟୁରେ ଥିଲେ ପ୍ରାୟ ୪୦ ହଜାରରୁ ଅଧିକ ଦର୍ଶକ। ଜଣ ପିଛା ମାତ୍ର ୨ଟି ଲେଖାଏଁ ଟିକେଟ୍ ଖର୍ଦ୍ଦି କରିବା ନିୟମ ରହିଥିଲା। ହେଲେ କେଇ ମିନିଟ୍ ଭିତରେ ସବୁ ଟିକେଟ୍ ସେଲ୍ ଦର୍ଶାଯାଇଥିଲା। ସୌଭାଗ୍ୟବସତଃ ଯିଏ ଟିକେଟ୍ ଖଣ୍ଡିଏ ପାଇଗଲା ସିଏ ଖୁସ୍, ଆଉ ଯିଏ ନପାଇଲା ନିରାଶ...

Advertisment

ତେବେ ଏଠି ପ୍ରଶ୍ନ, ମାତ୍ର କେଇ ମିନିଟ୍ ରେ କେମିତି ସରିଗଲା ୨ ହଜାର ଟିକେଟ୍ ? ବାସ୍ତବରେ ସବୁ ଟିକେଟ୍ ବିକ୍ରି ହୋଇଛି ନା ଗଫଲତି ହୋଇଛି ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା କ୍ରମେ ଯେଉଁମାନେ ଅନଲାଇନ୍ ଟିକେଟ୍ କାଟିଛନ୍ତି, ସେମାନେ ଆସନ୍ତା ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ୍ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକଟ୍ ର ହାର୍ଡକପି ପାଇବେ। ଗ୍ୟାଲେରି ନଂ-୨, ୪ ଓ ୭ ସହ ନ୍ୟୁ-ପ୍ୟାଭିଲିୟନ, ସ୍ପେସିଆଲ ଏନକ୍ଲୋଜର ଏବଂ ଏସି ଗ୍ୟାଲେରୀ ବକ୍ସର ଟିକଟ୍ ଅନଲାଇନ୍ ରେ ବୁକିଂ ହୋଇଛି। ଆଗକୁ ଡିସେମ୍ବର ୩ ଓ ୪ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟ୍ ମାନକୁ ଟିକଟ୍ ବିକ୍ରି ହେବ। ମୋଟ ୪୨ହଜାର ଟିକଟରୁ କେବଳ ୧୧ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣି ନେବେ। ଅଫଲାଇନ୍ ବା କାଉଣ୍ଟରରେ ମାତ୍ର ୧୦ହଜାର ଟିକଟ୍ ବିକ୍ରି ପାଇଁ ସ୍ଥିର ହୋଇଛି। ଡିସେମ୍ବର ୫ରେ ଷ୍ଟାଡିୟମ ନିକଟ କାଉଣ୍ଟରରେ ଟିକଟ୍ ବିକ୍ରି ହେବ। ଯେହେତୁ ଗତ ଥର ଟିକେଟ୍ ବିକ୍ରିବେଳେ ବିଶୃଙ୍ଖଳା ଯୋଗୁଁ ଲାଠି ମାଡ଼ ଓ ପାଣି ମାଡ଼ ହୋଇଥିଲା। ବହୁ କ୍ରିକେଟ୍ ଅଜ୍ଞ ଲୋକ ବି ଲାଇନ୍ ଲଗାଇଥିଲେ- ତେଣୁ ସେଥିରୁ ଟିକେଟ୍ କଳାବଜାରୀ ସ୍ପଷ୍ଟ ଭାବେ ସାମ୍ନାକୁ ଆସିଥିଲା। ତେଣୁ ସେ ଦିଗରେ ଓସିଏ ଏଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଉଠିଛି ଦାବି।...

ଡିସେମ୍ବର ୯ରେ ବାରବାଟୀରେ ଚତୁର୍ଥ ଥର ପାଇଁ ଟି-୨୦ ମ୍ୟାଚ୍ ଖେଳାଯିବ। ଗତ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ କେବଳ ଟିକେଟ୍ ବିକ୍ରି ବେଳେ ବିଶୃଙ୍ଖଳା ହୋଇନଥିଲା, ମ୍ୟାଚ୍ ଅଧାରୁ ଫ୍ଲଡ ଲାଇଟ୍ ବି କଟି ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା।

Advertisment
Related Articles
Advertisment