/odishatv-khabar/media/media_files/2025/12/01/jajpur-love-suiside-2025-12-01-18-11-31.jpg)
Jajpur--Love-Suiside Photograph: (OTV)
ଜଣେ ମା’ର କୋହ ଭରା ଗୁହାରୀ । ମୋ ପୁଅକୁ ନ୍ୟାୟ ମିଳୁ । ନହେଲେ ଏମିତି କେତେ ପୁଅଙ୍କୁ ଝିଅ ହତ୍ୟା କରିବେ । ସେଦିନ ଭେଣ୍ଡିଆ ପୁଅଟାର ମୃତଦେହ ମଶାଣିକୁ ଯିବା ପୂର୍ବରୁ, ଇଏ ମା’ ଧୈର୍ଯ୍ୟ ହରାହୋଇ ମୁଣ୍ଡ ପିଟୁଥିଲା । ଗାଁର ଶହଶହ ଲୋକ କାନ୍ଦି କାନ୍ଦି ତା’ ପୁଅକୁ ମଶାଣିରେ ଶେଷ ବିଦାୟ ଦେଇଥିଲେ । ଆଉ ଆଜି ସେହି ମା’ଟା ଛାତିରେ ପଥରକୁ ଚାପି ରଖି ପୁଅ ପାଇଁ ନ୍ୟାୟ ମାଗୁଛି । ଦଶ ବର୍ଷରୁ ଅଧିକ ପ୍ରେମ ସମ୍ପର୍କକୁ ଭୁଲି କେମିତି ଗୋଟେ ଝିଅ ତା’ ପୁଅ ପ୍ରତି ଅନ୍ୟାୟ କରିଛି ସେ ସବୁ କହୁଛି । କୋହ ଭରା କଣ୍ଠରେ ନ୍ୟାୟ ପାଇଁ ନିବେଦନ କରୁଛି ।
ଯାଜପୁର ଜିଲ୍ଲା କୁଆଖିଆ ଥାନା କୋଳଥଳ ଗାଁର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ । ସେହି ଗାଁର ଚତୁର୍ଭୂଜ ଦାଶ ଓରଫ ରିଣ୍ଟୁ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ପିଲାବେଳୁ ଗଢ଼ି ଉଠିଥିଲା । ରିଣ୍ଟୁ ଅନେକ ସମୟରେ ନିଜ ପ୍ରେମିକାଙ୍କ ପାଇଁ ଅନେକ କିଛି କରିଛନ୍ତି । ଏମିତିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବି.ଏଡ୍ ପଢ଼ାବାରେ ସାହାଯ୍ୟ କରିଛନ୍ତି । ହେଲେ ଯୁବତୀ ଜଣକ ଏବେ ଏକ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି ପାଇବା ପରେ ତାଙ୍କୁ ବିବାହ ନକରିବାକୁ କହିବା ସହ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ । ଫଳରେ ରିଣ୍ଟୁ ବିଷ ପିଇ ଜୀବନ ହାରିଥିବା ଥାନାରେ ଅଭିଯୋଗ କରିଛି ପରିବାର ।
ସେପଟେ ଏହି ଘଟଣାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅନ୍ୟପଟେ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଫୋନକୁ ନିଜ ହେପାଜତକୁ ନେଇ ପ୍ରମାଣ ଯୋଗାଡ଼ କରିବାକୁ ପୋଲିସ ପ୍ରଚେଷ୍ଟା ଜାରି ରଖିଥିବା ଥାନା ଅଧିକାରୀ କହିଛନ୍ତି ।
Tragedy at KIIT: କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ତାଙ୍କ ଘର ଛତିଶଗଡ଼ରେ

Odisha Citizens Award 2025: ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫ର ମନୋରଞ୍ଜନ କ୍ଷେତ୍ରରେ ବିଜେତା ହେଲେ ଚିତ୍ତ ରଂଜନ ତ୍ରିପାଠୀ

His Voice Mesmerizes All: ଗୋଡ଼ ଦୁଇଟି ଅଚଳ, ହେଲେ ଗଳାରେ ସଂଗୀତର ଯାଦୁ

Together We Can Defeat AIDS: ଜିତିବ ଜୀବନ ହାରିବ ଏଡସ୍, ଆଜି ବିଶ୍ବ ଏଡସ୍ ଦିବସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)