/odishatv-khabar/media/media_files/2026/01/22/new-motor-vehicle-rules-2026-01-22-08-50-59.jpg)
New Motor Vehicle Rules Photograph: (OTV)
ଚାଲାଣ ନଭରିଲେ ହେବନି ଗାଡ଼ିର ପଞ୍ଜୀକରଣ । ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। କୌଣସି ଗାଡ଼ି ଉପରେ ବର୍ଷକୁ ୫ କିମ୍ବା ତା’ଠାରୁ ଅଧିକ ଥର ଚାଲାଣ କଟିଥିଲେ, ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମନା କରିବାକୁ ପଡ଼ିବ।
କୋର୍ଟଙ୍କ ନିର୍ଦ୍ଦେଶରେ ଚାଲାଣ ବକେୟା ଥିବା ଗାଡ଼ିକୁ ଜବତ କରାଯାଇପାରିବ। ଚାଲାଣ କଟିବାର ୧୫ ଦିନ ମଧ୍ୟରେ ପ୍ରତ୍ୟେକ୍ଷ ଭାବେ ଖିଲାପିଙ୍କ ପାଖକୁ ପଠାଯିବ। ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ତିନି ଦିନରେ ଏହା ପଠାଯିବ। ଗାଡ଼ିର ପଞ୍ଜୀକୃତ ମାଲିକଙ୍କ ପାଖରେ ଏସଏମଏସ୍ ଓ ଇମେଲ୍ ମାଧ୍ୟମରେ ମଧ୍ୟ ଚାଲାଣ ପହଞ୍ଚିପାରିବ।
ସୂଚନା ପାଇବାର ୪୫ ଦିନ ମଧ୍ୟରେ ଚାଲାଣ ପ୍ରଦାନ କିମ୍ବା ଅଭିଯୋଗ କରିପାରିବେ ଗାଡ଼ି ମାଲିକ । ସମୟ ସୀମା ଶେଷ ପରେ କୌଣସି ପଦକ୍ଷେପ ନନେଲେ ମୋଟର ଯାନ ନିୟମ ଉଲ୍ଲଂଘନ ବୋଲି ଧରିନିଆଯିବ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂଶୋଧିତ ନିୟମକୁ ନୂଆବର୍ଷରୁ ଲାଗୁ କରାଯାଇଛି।
୫ରୁ ଅଧିକ ଚାଲାଣ ଥିଲେ ଗାଡ଼ି ଜବତ !
ଚାଲାଣ ନଭରିଲେ ହେବନି ଗାଡ଼ିର ପଞ୍ଜୀକରଣ
ଡ୍ରାଇଭିଂ ଲାଇସେନସ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ
ମୋଟର ଯାନ ନିୟମରେ ହେଲା ସଂଶୋଧନ
ବର୍ଷରେ ୫ କିମ୍ବା ଅଧିକ ଥର ଚାଲାଣ କଟିଥିଲେ, ହେବ ଆକ୍ସନ୍
କୋର୍ଟଙ୍କ ନିର୍ଦ୍ଦେଶରେ ଗାଡ଼ିକୁ ଜବତ କରାଯାଇପାରିବ
ଚାଲାଣ କଟିଲେ ୩ ଦିନରେ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯିବ
୪୫ ଦିନ ମଧ୍ୟରେ ଚାଲାଣ ପ୍ରଦାନ କିମ୍ବା ଅଭିଯୋଗ କରିପାରିବେ ଗାଡ଼ି ମାଲିକ
ସମୟ ସୀମା ମଧ୍ୟରେ ପଦକ୍ଷେପ ନନେଲେ ନିୟମ ଉଲ୍ଲଂଘନ ଧରାଯିବ
Again Thar Claims Lives: ଥରହର କଲାଣି ଥାର୍, ମୁଣ୍ଡ ପରେ ମୁଣ୍ଡ ଗଡ଼ାଉଛି; ଗୋଟିଏ ଦିନରେ ଗଲା ୩ ଜୀବନ

Subhadra Assistance Disbursal Today:: ଆଜି ମିଳିବ ସୁଭଦ୍ରା ଟଙ୍କା, ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

Daily Horoscope 22nd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 22nd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)