/odishatv-khabar/media/media_files/2026/01/22/netaji-jayanti-preparation-2026-01-22-09-03-39.jpg)
Netaji Jayanti Preparation Photograph: (OTV)
ଆସନ୍ତାକାଲି ନେତାଜୀ ଜୟନ୍ତୀ। ଏହି ଦିବସକୁ ସରକାରଙ୍କ ତରଫରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ସେଥିପାଇଁ ସଜେଇ ହେଲାଣି ନେତାଜୀଙ୍କ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନ ଜାନକୀନାଥ ଭବନ ଓ ସଂଗ୍ରହାଳୟ। ଗ୍ୟାଲେରୀରୁ ଆରମ୍ଭ କରି ଉଦ୍ୟାନ ଯାଏ ସବୁଠି ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ।
ଏହି ଅବସରରେ ନୂଆକରି ଉଦଘାଟନ ହେବ ପୋଷ୍ଟଲ ଗ୍ୟାଲେରୀ ସହ ନେତାଜୀଙ୍କ ନାମରେ ନାମିତ ଜିଲ୍ଲା ସଂସ୍କୃତି ଭବନ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନଙ୍କ ସହ ରାଜ୍ୟପାଳ ଡ଼ଃ ହରିବାବୁ କମ୍ବମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ।
ଏହାସହ ରାଜ୍ୟ ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା ଶିବିର ମଧ୍ୟ ଅନୁଷ୍ଠିତ ହେବ। ସକାଳ ୭.୩୦ ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂସ୍କୃତି ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହି ସମୟରେ କେବଳ ନିମନ୍ତ୍ରିତ ଅତିଥିଙ୍କୁ ପ୍ରବେଶ ଅନୁମତି ମିଳିବ। ଏହାପରେ ପୁଣି ସାଧାରଣ ଦର୍ଶକ ପ୍ରବେଶ କରିପାରିବେ।
ଆସନ୍ତାକାଲି ନେତାଜୀ ଜୟନ୍ତୀ
ପରାକ୍ରମ ଦିବସ ପାଳନ କରିବେ ସରକାର
ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ
ଯୋଗଦେବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନ
ଉଦଘାଟିତ ହେବ ନେତାଜୀ ଜିଲ୍ଲା ସଂସ୍କୃତି ଭବନ
Temperatures Rise Across Odisha: ରାଜ୍ୟରେ ଧୀରେଧୀରେ ବଦଳୁଛି ପାଗ, ଆଗକୁ ବଢିପାରେ ତାପମାତ୍ରା

New Motor Vehicle Rules: ଆସିଲା କଡା ନିୟମ; ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ସାବଧାନ! ହେବନି ଗାଡିର ପଞ୍ଜୀକରଣ

Again Thar Claims Lives: ଥରହର କଲାଣି ଥାର୍, ମୁଣ୍ଡ ପରେ ମୁଣ୍ଡ ଗଡ଼ାଉଛି; ଗୋଟିଏ ଦିନରେ ଗଲା ୩ ଜୀବନ

Subhadra Assistance Disbursal Today:: ଆଜି ମିଳିବ ସୁଭଦ୍ରା ଟଙ୍କା, ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)