/odishatv-khabar/media/media_files/2026/02/05/solar-storms-2026-02-05-13-43-45.jpg)
Solar Storms Photograph: (OTV)
ସୂର୍ଯ୍ୟ ପୃଷ୍ଠରେ କ୍ରମାଗତ ଭାବେ ସୃଷ୍ଟି ହେଉଛି ଶଙ୍କିଶାଳୀ ସୌରଝଡ଼ ବା ସୋଲାର୍ ଫ୍ଲେୟାର୍ସ। ଯାହା ଆଗାମୀ ଭବିଷ୍ୟତ ପାଇଁ ବିପଦ ସଙ୍କେତ ସୃଷ୍ଟି ହୋଇଛି। ତେଣୁ ଇସ୍ରୋ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହା ମୁଖ୍ୟତଃ ଫେବ୍ରୁଆରି ୨୦୨୬ରେ ସୂର୍ଯ୍ୟରୁ ନିର୍ଗତ ହୋଇଥିବା ଶକ୍ତିଶାଳୀ X-class ଓ M-class ସୌର ଫ୍ଲେୟାର୍ଗୁଡ଼ିକ ଯୋଗୁଁ ହୋଇଛି।
ଫେବ୍ରୁଆରି ୧ ତାରିଖରୁ ସୂର୍ଯ୍ୟର ଏକ ସକ୍ରିୟ ଅଞ୍ଚଳ (Active Region 14366) ବାରମ୍ବାର ଶକ୍ତିଶାଳୀ ସୌର ଫ୍ଲେୟାର୍ (solar flares) ନିର୍ଗତ କରୁଛି। ଏହା ମଧ୍ୟରେ X8.1 କ୍ଲାସ୍ ଫ୍ଲେୟାର୍ ଅତ୍ୟନ୍ତ ଶକ୍ତିଶାଳୀ ଥିଲା, ଯାହା ୨୦୨୬ର ସବୁଠାରୁ ବଡ଼ ଏବଂ ଗତ କିଛି ବର୍ଷ ମଧ୍ୟରେ ଅନ୍ୟତମ ଶକ୍ତିଶାଳୀ ବୋଲି କୁହାଯାଉଛି। ମାତ୍ର କିଛି ଦିନରେ ୨୭ରୁ ଅଧିକ ସୌର ଝଡ଼ ରିପୋର୍ଟ ହୋଇଛି।
ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ, ଏହି ସୌରଝଡ଼ ଯୋଗୁଁ ବାୟୁମଣ୍ଡଳରେ ଷ୍ଟ୍ରଙ୍ଗ ରେଡିଓ ବ୍ଲାକଆଉଟ୍ (strong radio blackout) ହେବାର ଆଶଙ୍କା କରାଯାଉଛି। ଉଚ୍ଚ-ଫ୍ରିକ୍ୱେନ୍ସି ରେଡିଓ ସେବା, ସ୍ୱତନ୍ତ୍ର ନେଭିଗେସନ୍ ସିଷ୍ଟମ୍ (ଯେପରିକି GPS), ଟିଭି ସିଗନାଲ୍ ଓ ରାଡାର୍ ପ୍ରଭାବିତ ହୋଇପାରେ।
ଏହା ସୂର୍ଯ୍ୟର ୧୧ ବର୍ଷୀୟ ଚକ୍ରର ସୌର ମ୍ୟାକ୍ସିମମ୍ (solar maximum) ସମୟରେ ଘଟୁଛି, ଯେଉଁଥିରେ ସୌର କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ। ISROର Aditya-L1 ମିଶନ୍ରେ ଏହା ଉପରେ ନିରନ୍ତର ନଜର ରଖୁଛି ଓ ରିୟଲ୍-ଟାଇମ୍ ଡାଟା ଯୋଗାଉଛି।
ଏହି ସୌର ଝଡ଼ ଯୋଗୁଁ ମହାକାଶରେ ଥିବା ୫୦ରୁ ଅଧିକ ସକ୍ରିୟ ଉପଗ୍ରହକୁ ସୁରକ୍ଷିତ ରଖିବା ପାଇଁ ଇସ୍ରୋ ପ୍ରସ୍ତୁତି ଚଳାଇଛି। ସୌର ଝଡ଼ ଦ୍ୱାରା ଉପଗ୍ରହର ସେନ୍ସର୍ ଖରାପ ହେବା, ଯୋଗାଯୋଗରେ ବାଧାପ୍ରାପ୍ତ ହେବା ଓ ବିଦ୍ୟୁତ୍ ଗ୍ରିଡ୍ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏହା ହେବା ଦ୍ବାରା ମଣିଷ ଉପରେ ସିଧାସଳଖ ବିପଦ ନାହିଁ, କିନ୍ତୁ ଟେକ୍ନୋଲୋଜି ଉପରେ ପ୍ରଭାବ ପଡ଼ିପାରେ। ବିମାନ ଚଳାଚଳରେ ରେଡିଓ ଯୋଗାଯୋଗ ପ୍ରଭାବିତ ହେବାର ଆଶଙ୍କା ରହିଛି, କାରଣ ଏହା ମୁଖ୍ୟତଃ high-frequency (HF) ରେଡିଓ ସିଗନାଲ୍କୁ ବ୍ୟାଘାତ କରିଥାଏ।
Constable Found Dead: କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ, ସଙ୍ଗୀନ ଅଭିଯୋଗ ଆଣିଲେ ପରିବାର

Gold And Silver Prices Drop Again: ଖସିଲା ସୁନା, ରୁପା ଦର; ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

Illegal Cough Syrup Seized: ଭଦ୍ରକରେ ରେଡ୍; ଡ୍ରଗ୍ସ ସ୍କ୍ବାଡ୍ ଓ ପୋଲିସ୍ ର ମିଳିତ ଚଢାଉ

Train Derailed: ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ଟ୍ରେନ୍ର ଏକାଧିକ ବଗି ଲାଇନଚ୍ୟୁତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)