Advertisment

Gold And Silver Prices Drop Again: ଖସିଲା ସୁନା, ରୁପା ଦର; ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ପୁଣି ଖସିଲା ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏବେ ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କାକୁ କମିଛି।

author-image
Chinmayee Sahoo
Gold And Silver Rate Today

Gold And Silver Rate Today Photograph: (OTV)

ପୁଣି ଖସିଲା ସୁନା, ରୁପା ଦର। ୨୪ କ୍ୟାରେଟ୍  ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ୍  ପିଛା ୨୪ କ୍ୟାରେଟ୍ ସୁନା ଦର ଏବେ ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କାକୁ ହ୍ରାସ ପାଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୪ ହଜାର ୬ଶହ ଟଙ୍କା କମିଛି। ୨୨ କ୍ୟାରେଟ୍  ସୁନା ୧୦ ଗ୍ରାମ୍ ଦର ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କାକୁ ଖସିଛି। 

Advertisment

ରୁପା କେଜି ପିଛା ୨୦ ହଜାର କମି ହେଲା ୩ ଲକ୍ଷ ଟଙ୍କା। ଗତକାଲି ଉଭୟ ୨୪ ଓ ୨୨ କ୍ୟାରେଟ ସୁନା ଦର ୬ ହଜାରରୁ ଅଧିକ ଟଙ୍କା ବଢିଥିଲା। ୧୦ ଗ୍ରାମ୍  ପିଛା ୨୪ କ୍ୟାରେଟ୍  ସୁନା ଦର ୬ ହଜାର ୬୬୦ ଟଙ୍କା ବୃଦ୍ଧି ହୋଇ ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କାରେ ପହଞ୍ଚିଥିଲା। 

ସେହିପରି ୨୨ କ୍ୟାରେଟ୍  ସୁନା ଦର ୬ ହଜାର ୫୦ ଟଙ୍କା ବଢି ସୁନା ଦର ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କା ହୋଇଥିଲା। ରୁପା କେଜି ପିଛା ୨୦ ହଜାର ବଢ଼ି ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଥିଲା।

Advertisment

Silver Prices Fall Gold & Silver Price Updates Silver Price Gold Price Drops Gold Rate Today
Advertisment
Related Articles
Advertisment