Advertisment

Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ସାରା ଦେଶରେ ଉତ୍ସବର ପରିବେଶ

ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଭାରତରେ ଉତ୍ସବର ପରିବେଶ। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଉଛି।

author-image
Chinmayee Sahoo
Makar Sankranti

Makar Sankranti Photograph: (OTV)

ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଭାରତରେ ଉତ୍ସବର ପରିବେଶ। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଉଛି। ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି।

Advertisment

ମକର ସଂକ୍ରାନ୍ତିରେ ଶୁଭ ମୁହୁର୍ତରେ ସ୍ନାନ ଓ ଦାନ କଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

ଏଣେ ମୟୂରଭଞ୍ଜ ଜିଲ୍ଲାର ଲୋକେ ଏହାକୁ ଗଣପର୍ବ ଭାବେ ପାଳନ କରୁଛନ୍ତି। ଜିଲ୍ଲାର ଲୋକେ ନୂଆ ପୋଷାକ ପିନ୍ଧିବା ସହ ଘରେ ପିଠାପଣା କରୁଛନ୍ତି। ସେପଟେ ଦକ୍ଷିଣ ଓଡ଼ିଶାରେ ଭୋଗି ପର୍ବ ପାଳିତ ହେଉଛି । ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର। ପର୍ବ ତିନି ଦିନ ଧରି ପାଳନ କରାଯାଉଥିବା ବେଳେ ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଆନନ୍ଦ।

Advertisment

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ବିଭିନ୍ନ ନାମରେ ଜଣାଯାଏ। ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ। ଦକ୍ଷିଣରେ ଏହି ପର୍ବ ପୋଙ୍ଗଲ ବୋଲି ଜଣାଯାଏ। ଅନ୍ୟପଟେ କର୍ଣ୍ଣାଟକରେ ସଂକ୍ରାନ୍ତି, ପଂଜାବ ଓ ହରିୟାଣାରେ ମାଘୀ, ଗୁଜରାଟ ଓ ରାଜସ୍ଥାନରେ ଉତ୍ତରାୟଣ ଏବଂ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ମକର ସଂକ୍ରାନ୍ତି ପ୍ରସିଦ୍ଧ।

ମକରରେ ମହା ଆୟୋଜନ
ଆଜି ପବିତ୍ର ମକର ସଂକ୍ରାନ୍ତି
ସାରା ଦେଶରେ ଉତ୍ସବର ପରିବେଶ
ଦକ୍ଷିଣ ଭାରତରେ ସ୍ବତନ୍ତ୍ର ସେଲିବ୍ରେସନ୍ 
ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଦେବାଳୟ
ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି

Makar Sankranti
Advertisment
Related Articles
Advertisment