/odishatv-khabar/media/media_files/2026/01/14/makar-sankranti-2026-01-14-09-47-00.jpg)
Makar Sankranti Photograph: (OTV)
ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଭାରତରେ ଉତ୍ସବର ପରିବେଶ। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଉଛି। ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି।
ମକର ସଂକ୍ରାନ୍ତିରେ ଶୁଭ ମୁହୁର୍ତରେ ସ୍ନାନ ଓ ଦାନ କଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ମାଆ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆଣିଥିବା ମକର ଚାଉଳ ଆଜି ମହାପ୍ରଭୁଙ୍କୁ ପରସାଯିବ । ଭକ୍ତର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଏଣେ ମୟୂରଭଞ୍ଜ ଜିଲ୍ଲାର ଲୋକେ ଏହାକୁ ଗଣପର୍ବ ଭାବେ ପାଳନ କରୁଛନ୍ତି। ଜିଲ୍ଲାର ଲୋକେ ନୂଆ ପୋଷାକ ପିନ୍ଧିବା ସହ ଘରେ ପିଠାପଣା କରୁଛନ୍ତି। ସେପଟେ ଦକ୍ଷିଣ ଓଡ଼ିଶାରେ ଭୋଗି ପର୍ବ ପାଳିତ ହେଉଛି । ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର। ପର୍ବ ତିନି ଦିନ ଧରି ପାଳନ କରାଯାଉଥିବା ବେଳେ ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଆନନ୍ଦ।
ମକରରେ ମହା ଆୟୋଜନ
ଆଜି ପବିତ୍ର ମକର ସଂକ୍ରାନ୍ତି
ସାରା ଦେଶରେ ଉତ୍ସବର ପରିବେଶ
ଦକ୍ଷିଣ ଭାରତରେ ସ୍ବତନ୍ତ୍ର ସେଲିବ୍ରେସନ୍
ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଦେବାଳୟ
ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି
ମହାପ୍ରଭୁଙ୍କୁ ପରସାଯିବ ମକରଚାଉଳ
ମାଆ ଲକ୍ଷ୍ମୀ ଆଣିଥିବା ମକରଚାଉଳ ପରସାଯିବ
Baby Falls into Burning Stove: ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ, ଅଭାବନୀୟ ଘଟଣା

Bhogi Festivities Mark Makar Sankranti: ମକର ପାଇଁ ଉତ୍ସବମୁଖର, ରାତି ସାରା ‘ଭୋଗୀ’ ପାଳିଲେ ଲୋକେ

New Police District Declared: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Makar Sankranti: ଆଜି ପବିତ୍ର ମକର ସଂକ୍ରାନ୍ତି, ସାରା ଦେଶରେ ଉତ୍ସବର ପରିବେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)