Advertisment

Maha Shivratri: ଆଜି ପବିତ୍ର ମହାଶିବରାତ୍ରି, ଚଳଚଞ୍ଚଳ ଶୈବପୀଠ

ଆଜି ପବିତ୍ର ମହାଶିବରାତ୍ରି। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଜମିଲାଣି ଭିଡ଼। ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା।

author-image
Chinmayee Sahoo
Maha Shivratri

Maha Shivratri Photograph: (OTV)

ଆଜି ପବିତ୍ର ମହାଶିବରାତ୍ରି। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଭୋରରୁ ହିଁ ଭକ୍ତଙ୍କ ଗହଳିଚହଳି ଆରମ୍ଭ ହୋଇଯାଇଛି। ଲିଙ୍ଗରାଜଙ୍କ ଠାରୁ ପୁରୀ ଲୋକନାଥ, ଧବଳେଶ୍ବରରୁ କପିଳାସ, ସବୁଠି ଉଠିବ ମହାଦୀପ। ତେଣୁ ମହାଦେବଙ୍କ ଉପାସନା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। 

Advertisment

ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆଜି ରାତି ୧୦ଟାରେ ଉଠିବ ମହାଦୀପ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମର ସମ୍ଭାବନା ଥିବାରୁ ସେମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର। ସୁରକ୍ଷା ଦାୟିତ୍ବରେ ରହିବେ ୪୧ ପ୍ଲାଟୁନ ଫୋର୍ସ, ୨୦୦ ଅଧିକାରୀ। ନକଲି ପାସ୍ ଧରାପଡ଼ିଲେ ଆକ୍ସନ ହେବ ବୋଲି କହିଛନ୍ତି ପୋଲିସ କମିଶନର।

ସେପଟେ ଶ୍ରୀକ୍ଷେତ୍ରରେ ବାବା ଲୋକନାଥଙ୍କ ମହାଶିବରାତ୍ରି ବା ଜାଗର ଯାତ୍ରା ନିମନ୍ତେ ବ୍ୟାପକ ଆୟୋଜନ କରାଯାଇଛି।  ସୁରକ୍ଷା ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୁରୀ ଏସପି କହିଛନ୍ତି। କଟକ ଜିଲ୍ଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଠାରେ ଆଜି ରାତି ଗୋଟାଏରେ ଉଠିବ ମହାଦୀପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Advertisment

Maha Shivratri
Advertisment
Related Articles
Advertisment