Advertisment

Daily Horoscope 15th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ଶାରିରୀକ କ୍ରିଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ ।

author-image
Deepak Acharya

ମେଷ-
ଅଶ୍ୱନୀ- ଶାରିରୀକ କ୍ରିଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ ।
ଦ୍ୱିଜା- ନିଜ  ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ । ପ୍ରେମିକା , ପ୍ରେମିକ ଦର୍ଶନୀୟ ସାନକୁ ବୁଲି ଯିବେ ।  
କୃତିକା- ସମସ୍ୟା ରହିଥିଲେ ମଧ୍ୟ କାମ ହାସଲ ପାଇଁ ପ୍ରତିବନ୍ଧକ ସାଜିବ ନାହିଁ। ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁଙ୍କୁ ପରାସ୍ତ କରିବାରେ ସହାୟକ ହେବେ। ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

Advertisment

ବୃଷ-
କୃତିକା- ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଚାକିରି କ୍ଷେତ୍ରରେ ମନସ୍କାମନା ପୂରଣ ହେବ । କୈାଣସି ନୂତନ ଯାନ, ବାହନ କିଣି ପାରନ୍ତି । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।
ରୋହିଣୀ- ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।
ମୃଗଶିରା- ବାଧାନିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ । କୋଟ୍ କଚେରୀ ମାମଲାର ଫଇସଲା ଆପଣଙ୍କ ପକ୍ଷରେ ରହିବ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା- ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ ।
ଆଦ୍ରା- ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ । ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ କାର‌୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। 
ପୁନର୍ବସୁ- ମହିଳା ମାନଙ୍କୁ ସମ୍ମାନ ଦେବେ । ଶତୃ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ଶାରୀରିକ କ୍ଲାନ୍ତି ଦୂର ହେବ । ପରିବାରରେ ପରସ୍ପରକୁ ସାହାର୍ଯ୍ୟ ସହଯୋଗ କରି ଗଠନ ମୂଳକ ଦିଗ ପ୍ରତି ଆଗ୍ରହୀ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ ।
ପୁଷ୍ୟା- ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇପାରିବେ । କର୍ମକ୍ଷେତ୍ରରେ ସମନ୍ୱୟ ରକ୍ଷା କରିବା ଫଳରେ ବନ୍ଧୁତ୍ୱ ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ମାନ ସମ୍ମାନ ପାଇବେ ।
ଅଶ୍ଲେଷା- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଛାତ୍ର ଛାତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ ।   
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ମଘା-ପାରିବାରିକ ଜୀବନରେ ଅବହେଳା ପ୍ରଦର୍ଶନ କରିବେ । ସରକାରୀ ଚାକିରିଆଙ୍କୁ ମନ ପସନ୍ଦ ଜାଗାକୁ ବଦଳି ହେବ । ଆଜି ଯେଉଁ କାମ କରିବେ ସେଥିରେ ସଫଳତା ପାଇବେ ।
ପୂ,ଫାଲଗୁନି- ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ । ସାମାଜିକ ସ୍ତରରୁ ଅର୍ଥଲାଭ ଓ ବନ୍ଧୁମିଳନ ଅବଶ୍ୟ ଘଟିବ।
ଉ,ଫାଲଗୁନି- ପରିସ୍ଥିତିବଶତଃ ଅନ୍ୟମାନଙ୍କୁ ବିଶ୍ୱାସକରି ପ୍ରତାରିତ ହୋଇପାରନ୍ତି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଇଷ୍ଟ ଦେବୀ  ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା-
ଉ,ଫଳଗୁନି- ପ୍ରେମିକା , ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବେପାରରେ ପ୍ରଚୁର  ଲାଭ ମିଳିବାର ସମ୍ଭାବନା ରହିଛି । ବୈବାହିକ ପ୍ରସ୍ତାବ ଦେଦ୍ଦେଶ୍ୟରେ ବନ୍ଧୁ ସମ୍ପର୍କ ଯୋଡିବାକୁ ଚେଷ୍ଟା କଲେ ଉପକୃତ ହେବେ ।
ହସ୍ତା- ରାଜନୈତିକ କ୍ଷେତ୍ରରେ ଶତ୍ରୁ ମାନେ ବୃଦ୍ଧି ପାଇବେ । ଜିବିକା ଅର୍ଜନରେ ସଫଳତା ଲାଭ  ପାଇବେ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ ।  
ଚିତ୍ରା- ସମ୍ପତି କିଣିବାର ଯୋଗ ରହିଛି । କୈାଣସି କାର୍ଯ୍ୟରେ ସାହାସିକ ପଦକ୍ଷପ ନେବେ । ଯାନବାହନ, ବ୍ୟବସାୟରେ ସଫଳତା ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ତୁଳା-
ଚିତ୍ରା- କମ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । 
ସ୍ୱାତୀ- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ  ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ
ବିଶାଖା- ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ବଡ ଯୋଜନାର ଶୁଭାରମ୍ଭ କରିପାରନ୍ତି । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ

ବିଛା-
ବିଶାଖା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ । ଆର୍ଥିକ ସମସ୍ୟା ନିଶ୍ଚିନ୍ତ ରୂପେ ସମାଧାନ ହୋଇଯିବ ।  କୈାଣସି ବଡ ସୁବିଧା ମିଳିବା  ଯୋଗୁଁ ଧନ ଲାଭ ହେବ । ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ 
ଅନୁରାଧା- ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଛାତ୍ର ଛାତ୍ରୀ ମାନେ ବନ୍ଧୁଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ଜ୍ୟେଷ୍ଠା- ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ । ଆୟର ପରିମାଣ ଅଧିକ ହୋଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ମୂଳା- ଦାମ୍ପତ୍ୟ ସୁଖରେ ଆସାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହେବ । ଉନ୍ନତ ଜ୍ଞାନ କୈାଶଳରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ ।
ପୂ,ଷାଢା- କର୍ତୁପକ୍ଷ ଆପଣଙ୍କୁ କୌଣସି  ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ। ଆପଣ କୈାଣସି ବିଷୟରେ ବଡ ନିଷ୍ପତି ନେଇପାରନ୍ତି ।
ଉ,ଷାଢା- ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ଧ୍ୟାନ ଧାର୍ମୀକ କାର‌୍ୟ୍ୟରେ ଲାଗି ରହିବ । ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଉ,ଷାଢା- ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
ଶ୍ରବଣା- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ ।
ଧନିଷ୍ଠା- ପରିବାରରେ ଅବହେଳା ପଦର୍ଶନ କରି ସମାଲୋଚିତ ହୋଇପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ଭାତୃ ବିବାଦ ଦେଖାଦେଇ ପାରେ ।  ସଡକ ଦୁର୍ଘଟଣାର ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା ଓ କ୍ଷେତ୍ରରେ ଶୁଭଫଳ ପାଇବେ । ବନ୍ଧୁ ମାନଙ୍କ ସହଯୋଗୀ ମନୋଭାବ ପ୍ରତି ପ୍ରେମାନୁରାଗୀ ହୋଇପାରନ୍ତି।
ଶତଭିଷା-ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟି ହେବ ।  ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ ।
ପୂ,ଭାଦ୍ରପଦ- ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ । ସମ୍ମାନିତ ଲୋକଙ୍କ ସହ ମିଶିବେ । ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ-
ପୂ,ଭାଦ୍ରପଦ-ପ୍ରେମି ଯୁଗଳ ମାନେ ନିଜ ମନ କଥା  ଜୀବନ ସାଥୀ ଙ୍କ ଆଗରେ ପ୍ରକାଶ କରିବେ । ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ । ଭାଇ-ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ରହିବ ।
ଉ,ଭାଦ୍ରପଦ- ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ  
ରେବତୀ- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି ।  ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ରାଜନୀତିରେ ଚେଷ୍ଟା ସଫଳ ହେବ ଓ ଲାଭବାନ୍ ହେବେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Horoscope
Advertisment
Related Articles
Advertisment