/odishatv-khabar/media/media_files/2025/11/30/subhankar-2025-11-30-19-59-39.jpg)
Subhankar Photograph: (OTV)
ଥାନାରେ ଏତଲା, ମାମଲା ପଞ୍ଜୀକୃତ। ତେଣୁ ପ୍ରଶ୍ନ- ଗିରଫ ହେବେ କି ସୋସିଆଲ୍ ମିଡିଆ ଇନଫ୍ଲୁଏନସର ଶୁଭଙ୍କର ମିଶ୍ରା। ଶ୍ରୀମନ୍ଦିର ବିରୋଧରେ ସେ ଦେଇଥିବା ଆପତ୍ତିଜନକ ଟିପ୍ପଣୀ ବିରୋଧରେ ସିଂହଦ୍ବାର ଥାନାରେ ଜଣେ ସେବାୟତଙ୍କ ଲିଖିତ ଏତଲା ପରେ ବଢ଼ିଛି ଏ ଚର୍ଚ୍ଚା। ପୁରୀ ଏସପି ବି କହିଲେଣି- ଜଗନ୍ନାଥ ମନ୍ଦିର ପ୍ରଶାସନର ମତାମତ ନେଇ ତଦନ୍ତ ଆଗକୁ ନେବୁ।
ତେଣେ ଜଗନ୍ନାଥ ଭକ୍ତ ମଧ୍ୟ ଶୁଭଙ୍କରଙ୍କ ମନ୍ତବ୍ୟକୁ ଶସ୍ତା ନିଜସ୍ବ ପ୍ରଚାର ବୋଲି କହିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ମ୍ୟାନେଜିଂ କମିଟି ମେମ୍ବର ମଧୁସୂଦନ ସିଂହାରୀ।...
ବନ୍ଧା ହେବେ କି ଶୁଭଙ୍କର ମିଶ୍ରା ? ମହଙ୍ଗା ପଡ଼ିବ କି ଶ୍ରୀମନ୍ଦିର ଉପରେ ଦେଇଥିବା ବିବାଦୀୟ ଟିପଣୀ ?
ପୁରୀ ସିଂହଦ୍ବାର ଥାନାରେ ଲିଖିତ ଏତଲା ପରେ ଏବେ ବଢ଼ିଛି ଏହି ସୋସିଆଲ୍ ମିଡିଆ ଇନଫ୍ଲୁଏନସରଙ୍କ ପାଇଁ ବିରାଟ ଅଡୁଆ
ଇଏ ସେହି ଏତଲା- ଯେଉଁଥିରେ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ଅଭିଯୋଗ କରିଛନ୍ତି- ଶୁଭଙ୍କର ମିଶ୍ରା, କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ତଥା ଜଗନ୍ନାଥ ମନ୍ଦିର ନାଁରେ ମିଥ୍ୟା ଅପପ୍ରଚାର କରି ଯୁବପିଢ଼ିଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି।
ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ କଥା ସେ କେଉଁ ପୁରାଣରୁ ଜାଣିଲେ, ଏହା କେବଳ ଏକ ଶସ୍ତା ପ୍ରଚାର। ଏଭଳି କୁତ୍ସାରଟନାକାରୀଙ୍କୁ ଆଦୌ ବରଦାସ୍ତ କରି ହେବନି। ସେପଟେ ଏତଲାକୁ ଗ୍ରହଣ କରାଯାଇଥିବା ପୁରୀ ଏସପି କହିବା ସହ- ଶ୍ରୀମନ୍ଦିର ଉପରେ ଅପପ୍ରଚାର ହୋଇଥିବା ନେଇ ଆସିଥିବା ଅଭିଯୋଗର ତଦନ୍ତ ହେବ ବୋଲି କହିଛନ୍ତି।
ତାସହ ମାମଲା ପଞ୍ଜିକୃତ ହୋଇଛି, ଶୁଭଙ୍କର କଣ କହିଛନ୍ତି- ତାର ଅଡିଓ ଓ ଭିଡ଼ିଓ ଯାଞ୍ଚ କରାଯିବ। ଦରକାର ପଡ଼ିଲେ ୟା ଉପରେ ଆଇନଗତ ଦିଗକୁ ବିଚାରକୁ ନିଆଯିବା ସହ ଜଗନ୍ନାଥ ମନ୍ଦିର ପ୍ରଶାସନର ମତାମତ ନେଇ ତଦନ୍ତ ଆଗକୁ ନିଆଯିବ। ତେବେ ପୂରା ଘଟଣାରେ ଏଯାଏଁ ଶୁଭଙ୍କର ମିଶ୍ରାଙ୍କ ପ୍ରତିକ୍ରିୟା ମିଳିନାହିଁ।...
ଜଗନ୍ନାଥ ମନ୍ଦିର ନାଁରେ ମିଥ୍ୟା ଅପପ୍ରଚାର ଅଭିଯୋଗ
ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା, କ୍ଷୁବ୍ଧ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ। ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ପଡିଛି, ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଆସିଲେ ସେମାନଙ୍କ ସମ୍ପର୍କ ତିଷ୍ଠିବନି ବୋଲି ଶୁଭଙ୍କର ଯାହା କହିଛନ୍ତି- ତାକୁ ସିଧା ସିଧା ନାପସନ୍ଦ କରିଛନ୍ତି ଭକ୍ତ। ଏମିତିକି ଏଭଳି ଭୁଲ୍ ତଥ୍ୟ କେବଳ ନିଜ ପ୍ରଚାର ଉଦ୍ଦେଶ୍ୟ ବୋଲି ଦର୍ଶାଇବା ତାଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି।
ମ୍ୟାନେଜିଂ କମିଟି ମେମ୍ବର ମଧୁସୂଦନ ସିଂହାରୀ ମଧ୍ୟ ଶୁଭଙ୍କରଙ୍କ ଏ ମନ୍ତବ୍ୟରେ ଖପ୍ପା ହେବା ସହ ଏହି ପ୍ରସଙ୍ଗକୁ ସେ ଆଗମୀ ପରିଚାଳନା କମିଟି ମିଟିଂରେ ଉଠାଇବେ ବୋଲି କହିଛନ୍ତି।...
ଜଗନ୍ନାଥ ମନ୍ଦିର, ମହାପ୍ରଭୁ ଜଗନ୍ନାଥ ଓ ତାଙ୍କ ମହାନ ସଂସ୍କୃତି, ଏସବୁ ଉପରେ କେହି ଆକ୍ଷେପ କି ଅପପ୍ରଚାର କଲେ କିମ୍ବା ବିଭ୍ରାନ୍ତିକର ତଥ୍ୟ ଦେଲେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ଆଇନ ଆଣିବାକୁ ରାଜ୍ୟ ସରକାରଙ୍କୁ ବି ପ୍ରସ୍ତାବ ଦେଇସାରିଛି ଶ୍ରୀମନ୍ଦିର ପ୍ରଶାସନ। ତେଣୁ ଏଭଳି ସ୍ଥିତିରେ ଶୁଭଙ୍କର ମିଶ୍ରାଙ୍କ ଆପତ୍ତିଜନକ ଟିପ୍ପଣୀକୁ ନେଇ ଚାରିଆଡୁ ବିରୋଧ ହେଉଥିବାବେଳେ ଥାନାରେ ଏତଲା ହେଲାଣି। ଏବେ ଦେଖିବାର କଥା ଶୁଭଙ୍କର ବିରୋଧରେ କି ଆକ୍ସନ ନେଉଛି ପୁରୀ ପୋଲିସ୍।...
Love Story Ends in Shock: ୧୪ ବର୍ଷର ପ୍ରେମ ସଂପର୍କ, ଏଇ କାରଣରୁ ବିଷ ପିଇ ପ୍ରେମିକ…

T20 Match at Barabati: ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ୫ ତାରିଖରେ କାଉଣ୍ଟରରେ ଟିକେଟ୍ ମିଳିବ

Another Ton from Virat Kohli: ବିରାଟ କୋହଲି ମାରିଲେ ଶତକ, ଭାଙ୍ଗିଲେ ସଚିନ ତେନ୍ଦୁଲକର ଏବଂ ରିକି ପଣ୍ଟିଂଙ୍କ ବିଶ୍ୱ ରେକର୍ଡ

Record-Breaking Six: ODIରେ ଛକା ମାରି ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା, ସମସ୍ତଙ୍କୁ ଟପିଗଲେ

Karna’s Loyalty Prevails: କର୍ଣ୍ଣଙ୍କୁ କୃଷ୍ଣ ଓ କୁନ୍ତୀ ପ୍ରସ୍ତାବ ଦେଲେ, କିନ୍ତୁ ସେ ରାଜି ହେଲେନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)