/odishatv-khabar/media/media_files/2026/01/31/sunetra-pawar-2026-01-31-09-02-41.jpg)
Sunetra Pawar Photograph: (OTV)
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର। ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ଅଜିତ ପାୱାରଙ୍କ ସ୍ଥାନ ନେବେ ପତ୍ନୀ ସୁନେତ୍ରା ପାୱାର। ଏନସିପିର ଦିବଂଗତ ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ଏବେ ମହାରାଷ୍ଟର ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଏନସିପି ପକ୍ଷରୁ ସୁନେତ୍ରାଙ୍କୁ ପ୍ରସ୍ତାବ ମିଳିବା ପରେ ଏହାକୁ ସେ ଗ୍ରହଣ କରିଛନ୍ତି।
ସୁନେତ୍ରା ପାୱାର ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଉପମୁଖ୍ୟନ୍ତ୍ରୀ ପଦ ସହ ତାଙ୍କ ହାତରେ କ୍ରୀଡ଼ା ଓ ଅବକାରୀ ବିଭାଗ ମଧ୍ୟ ରହିବା ଚର୍ଚ୍ଚା ହେଉଛି। ଏନସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ମେଣ୍ଟ ସରକାରରେ ଅର୍ଥ ମନ୍ତ୍ରାଳୟ ଏବେ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତରେ ରହିବ।
ଦୁଇ ଦିନ ତଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ଏନସିପି ନେତାଙ୍କ ବୈଠକ ବସି, ଅଜିତଙ୍କ ପତ୍ନୀ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ସମ୍ମତି ଦେଇଥିଲେ ସୁନେତ୍ରା।
Historic Supreme Court Verdict: ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ଋତୁସ୍ରାବ ସ୍ବଚ୍ଛତା ମୌଳିକ ଅଧିକାର

Corruption Case: ଭୁବନେଶ୍ବର ସିବିଆଇ VS ଦିଲ୍ଲୀ ସିବିଆଇ: MCLରେ ଚଢ଼ଉ ପରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

Daily Horoscope 31st January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 31st January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)