Advertisment

Daily Horoscope 31st January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି । ସନ୍ତାନଙ୍କ ପାଇଁ କୈାଣସି ମହତ୍ୱ ପୂର୍ଣ୍ଣ କାମ ହୋଇପାରେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ ।

author-image
Deepak Acharya
undefined

ମେଷ-    
ଅଶ୍ୱନୀ- ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି । ସନ୍ତାନଙ୍କ ପାଇଁ କୈାଣସି ମହତ୍ୱ ପୂର୍ଣ୍ଣ କାମ ହୋଇପାରେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ ।        
ଦ୍ୱିଜା- ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାର୍ଯ୍ୟ ପାଇବେ ।  ରାଜନିତିରେ ପ୍ରବଳ ଲୋକ ସମର୍ଥନ ମିଳିବା ଫଳରେ ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ ।     
କୃତିକା-ପରହାତ ଥିବା ସହଜ ରେ ପ୍ରାପ୍ତି ହେବା ଫଳରେ ସାଂସାରିକ ଜୀବନ ସୁଖମୟ ହେବ । ଦାଦବିବାଦ, ମାଲିମକଦ୍ଦମା ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ବାଧା  ଆସିପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

Advertisment

ବୃଷ-
କୃତିକା-ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । 
ରୋହିଣୀ- ଛାତ୍ର ଛାତ୍ରୀ ମାନେ ମାନସିକ ସ୍ତରରେ ଖୁସି ରହିବେ ।  ବହୁ ଦିନର ମନସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ ।
ମୃଗଶିରା- ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସୋମାନେ ଏଥିରେ ସଫଳ ହେବେ । ବିଦ୍ୟାର୍ଥୀ ମାନେ ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପାଇବେ । ଅନ୍ୟମାନଙ୍କ ପାଇଁ ପରାମର୍ଶ ଦାତା ହୋଇ ପ୍ରଶଂସିତ ହେବେ ।     
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ-
ମୃଗଶିରା- ଗାଡି ସତର୍କତାର ସହିତ ଚଳାଇବାକୁ ପଡିବ । ପରିବାରିରେ କୌଣସି ଏକ ଖୁସି ଖବର ଶୁଣିବେ । ବିଦେଶୀ ସମ୍ବନ୍ଧୀୟ ବ୍ୟବସାୟ ଅଭିବୃଦ୍ଧି ପାଇଁ ସୁଯୋଗ ରହିବ ।
ଆଦ୍ରା- କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ କାରଣରୁ ଆର୍ଥିକ ଚାପ ଦେଖାଦେଇ ପାରେ । ଜୀବନ ସାଥୀଙ୍କ ମଙ୍ଗଳ ଓ ତାଙ୍କର ଭାବନାକୁ ବିଚାର କରି କାର‌୍ୟ୍ୟ କରିବେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ ।
ପୁନର୍ବସୁ- କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି । ସରକାରି କ୍ଷେତ୍ରରେ ପ୍ରୋତ୍ସାହନ ମିଳିପାରେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ-
ପୁନର୍ବସୁ- ଆଧାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା  ଦିଗକୁ ମନ ବଳେଇ ପାରନ୍ତି । ନୂତନ ବନ୍ଧୁଙ୍କ ଭେଟ ହେବା ଫଳରେ ଅଟକି ଯାଇଥିବା କାମକୁ ସମ୍ପୂର୍ଣ୍ଣ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।
ପୁଷ୍ୟା- ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହୋଇ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ଶତୃ ଓ ବିରୋଧି ଅପଦସ୍ଥ ହେବେ । ପତୀପତ୍ନୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ
ଅଶ୍ଲେଷା- ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ସକରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ ।  ଖେଳକୁଦରେ ମନ ଦେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ

ସିଂହ-
ମଘା- ମାନସିକ ସ୍ତରରେ ଉନ୍ନତି ଆସିବ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।  
ପୂ- ଫାଲ୍‌ଗୁନୀ- ରାଜନିତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ ।
ଉ- ଫାଲ୍‌ଗୁନୀ- କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ଉ,ଫଳଗୁନି- ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ଭାବପ୍ରବଣତା ବୃଦ୍ଧି ଯୋଗୁ ମନୋବଳ ହ୍ରାସ ପାଇବ । ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ ।
ହସ୍ତା- ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିବେ ।  
ଚିତ୍ରା- ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ । ଘର ପାଇଁ ନୂଆ ଆସବାବ କ୍ରୟ କରିବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ଚିତ୍ରା- ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । କର୍ମକ୍ଷେତ୍ରରେ ଅହେତୁକ ବାଧା ବିଘ୍ନ ଦେଇ ଗତିକରିବେ । ସାମୟିକ ଭାବରେ ଶଯ୍ୟାଶାୟି ହୋଇ ପାରନ୍ତି । ସାଂସାରିକ କ୍ଷେତ୍ରରେ ଭୁଲ ବୁଝାବଣା ଦେଖାଦେବ
ସ୍ୱାତୀ- ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ ।  ଜିବିକା ଅର୍ଜନରେ ସଫଳତା ଲାଭ  ପାଇବେ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ ।  
ବିଶାଖା- ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ । ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ ।
ଅନୁରାଧା- ନିର୍ମାଣ କାର‌୍ୟ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ । ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସରେ ସମୟ ଅତିବାହିତ କରିବେ ।
ଜ୍ୟେଷ୍ଠା- ନିଜର କର୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ବାଦବିବାଦ, ମାଲିମକଦ୍ଦମାରେ ବିଜୟୀ ଲାଭ କରିବେ । ଅଫିସରେ ସହକର୍ମୀ ମାନେ ପରାମର୍ଶ ଲୋଡିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ

ଧନୁ-
ମୂଳା- ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ ।
ପୂ, ଷାଢା- ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ । ରାଜନିତି କ୍ଷେତ୍ରରେ ବିଜୟ ଲାଭ କରିବେ । ଶିକ୍ଷାତ୍ରି ମାନେ ଅଧ୍ୟୟନ ରତ ରହିବେ । 
ଉ,  ଷାଢା- ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ । ସାସ୍କୃତିକ କାର‌୍ୟ୍ୟରେ ସମ୍ମାନିତ ହେବାର ଯୋଗ ରହିଛି । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
ଉ,ଷାଢା- ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ । କଳା, ସାହିତ୍ୟ ପ୍ରତି ଆଗ୍ରହ ବଢିବ । ଆଲୋଚନା ଅନୁଯାୟୀ କାମ ସବୁ ଠିକ୍‌ରେ ହୋଇଯିବ ।
ଶ୍ରବଣା- ଛାତ୍ରଛାତ୍ରି ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ଅଫିସରେ କୌଣସି ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ ।
ଧନିଷ୍ଠା- ନିଜର ବ୍ୟବହାର ସଂଯମତା ରଖନ୍ତୁ ନଚେତ୍ ଗ୍ରାହକଙ୍କ ସହ ତର୍କବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ବିଶେଷ କ୍ଷତି ହୋଇପାରେ । ପିଲାଙ୍କ ପଢାକୁ ନେଇ ଚିନ୍ତିତ ରହିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା  ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ
ଧନିଷ୍ଠା- ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ । କରିବେ କର୍ମକ୍ଷେତ୍ରରେ ସବୁ କାର୍ଯ୍ୟକୁ ନିଜ ହାତକୁ ନେଇ ଶେଷ କରିବେ ।
ଶତଭିଷା- ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଛାତ୍ର ଛତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ ।   ପ୍ରେମ ସମ୍ପର୍କ ମଜବୁତ ରହିବ ।
ପୂ,  ଭାଦ୍ରପଦ- କୋର୍ଟରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ । ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଚୟନ ଭୁମିକୁ କ୍ରୟ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ-
ପୂ,ଭାଦ୍ରପଦ- କୈାଣସି ସହପାଠୀ ଆପଣଙ୍କର ସାହାଯ୍ୟ ଆଶା କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କରିବା ଶୈଳୀରେ ପରିବର୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନିତ ହେବେ ।
ଉ,ଭାଦ୍ରପଦ- ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ ।  ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ନୂତନ ପ୍ରେମ ସମ୍ପର୍କରେ ବାନ୍ଧି ହେବା ପାଇଁ ଯାଉଛନ୍ତି ।    
ରେବତୀ- କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ବୈବାହିକ ଜୀବନରେ ସୁଖ ଶାନ୍ତିରେ କଟିବ ।  ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବିଷ୍ଣୁ ସାହସ୍ରନାମା  ପାଠ କରନ୍ତୁ

Horoscope
Advertisment
Related Articles
Advertisment