Advertisment

Shreemayee Mishra & Elina Das Rebel: ବିଜେଡିର ମଙ୍ଗ ଧରିବେ କି ସୁଜାତା କାର୍ତ୍ତିକେୟନ ? ଶ୍ରୀମୟୀ ଓ ଏଲିନାଙ୍କ ହାଇଜାକ୍ ଯୋଜନା ପୋଷ୍ଟକୁ ନେଇ ଚର୍ଚ୍ଚା

ବିଜେଡିରୁ ସସପେଣ୍ଡ ହୋଇଥିବା ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ ନୂଆ ସଙ୍କେତକୁ ଇଙ୍ଗିତ କରୁଛି। ନିଜ ପୋଷ୍ଟରେ ଶ୍ରୀମୟୀ ପାଣ୍ଡିଆନ୍ ଦମ୍ପତ୍ତିଙ୍କ ଆଡ଼କୁ ଇସାରା କରି ଦଳର ଅନ୍ୟ ନେତାଙ୍କୁ ଟାର୍ଗେଟ କରିଛନ୍ତି ।

author-image
Manas Ranjan Mohanty
BJD

BJD Photograph: (OTV)

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ନେଇପାରନ୍ତି କି ବଡ ନିଷ୍ପତ୍ତି । ଘୋଷଣା କରିପାରନ୍ତି କି ଉତ୍ତରାଧିକାରୀ । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍। ତେଣେ ରାଜ୍ୟ ରାଜନୀତିରେ ଆଗ୍ରହ ରଖିଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ । ବିଜେଡିରେ କିଏ ହେବେ ପରବର୍ତ୍ତୀ ଉତ୍ତରାଧିକାରୀ ? ଦଳ ଭିତରୁ ନେତା ହେବେ ।  ନା ସିଧା ବାହାରୁ କାହାକୁ ଆଣି ମୁଖ୍ୟ କରାଯିବ । 

Advertisment

ଆଉ ଏହି ସମୟରେ ବିଜେଡିରୁ ସସପେଣ୍ଡ ହୋଇଥିବା ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ ନୂଆ ସଙ୍କେତକୁ ଇଙ୍ଗିତ କରୁଛି। ନିଜ ପୋଷ୍ଟରେ ଶ୍ରୀମୟୀ ପାଣ୍ଡିଆନ୍ ଦମ୍ପତ୍ତିଙ୍କ ଆଡ଼କୁ ଇସାରା କରି ଦଳର ଅନ୍ୟ ନେତାଙ୍କୁ ଟାର୍ଗେଟ କରିଛନ୍ତି । ଗତକାଲି ଶ୍ରୀମୟୀ ନିଜ ପୋଷ୍ଟରେ ଲେଖି ପଚାରିଛନ୍ତି, ବିଜୁ ବାବୁଙ୍କ ନାଁରେ ଗଠିତ ଦଳରେ ରହି ନିଜ ସ୍ବାଭିମାନ ଓ ଆଦର୍ଶ ସହ ସାଲିସ କଣ ପାଇଁ ?  ଦଳର ଦୟନୀୟ ସ୍ଥିତି ପରେ ବି ମୁହଁ ଖୋଲିବାକୁ ଡର କାହିଁକି ?  କିଛି ନେତା ମୁଣ୍ଡ ବିକ୍ରି କରି କେବଳ ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ବି କରୁଛନ୍ତି । ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି। ନୂଆପଡ଼ା ବିପର୍ଯ୍ୟୟ ପରେ ମଧ୍ୟ ସମୀକ୍ଷା ନ କରି ବିଜେଡିର କିଛି ଚାଟୁକାର ଗୋଷ୍ଠୀ ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳକୁ ତାମିଲ ହାତକୁ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ....କେବଳ ଶ୍ରୀମୟୀ ନୁହଁନ୍ତି ବିଜେଡି ଯୁବ ନେତ୍ରୀଏଲିନା ଦାସ ମଧ୍ୟ ଦଳକୁ ହାଇଜାକ୍ କରିବାକୁ ଚେଷ୍ଟା କରାଯାଉଥିବା ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, କୋଟେରି ଗ୍ରୁପ୍ ଓ ହାରୁ ନେତା ଦଳ ପାଇଁ ବିପଦ ଆଣିଛନ୍ତି। ଅଣଓଡିଆ ରାଜୁତି ଭଳି କ୍ରୀତଦାସ ମଧ୍ୟ ଦଳକୁ ରସାତଳକୁ ଠେଲି ଦେଇଛନ୍ତି । କୋଟେରି ହଟାଇ ବିଜେଡିକୁ ବଞ୍ଚାଇବା ଲାଗି ସେ କର୍ମୀଙ୍କୁ ବିଦ୍ରୋହର ଆହ୍ବାନ ବି ଦେଇଛନ୍ତି।

ଶ୍ରୀମୟୀଙ୍କ ପୋଷ୍ଟ ସୁଜାତା କାର୍ତ୍ତିକେୟନଙ୍କ ଆଡକୁ ଇସାରା କରୁଛି । ତେବେ ସୁଜାତା କଣ ବିଜେଡିରେ ପ୍ରମୁଖ ଭୂମିକା ନେବେ । ନା ସିଧା ଉତ୍ତରାଧିକାରୀ ହେବେ । କିଛି ଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ଘରୋଇ ହସପିଟାଲ୍ ରେ ଭର୍ତ୍ତି ହୋଇଥିବାବେଳେ ସେ ସମୟରେ ପାଣ୍ଡିଆନ୍ ଦମ୍ପତ୍ତି ଛାଇ ଭଳି ରହିଥିଲେ। ଏବେ ବି ଉଭୟଙ୍କ ନବୀନ ନିବାସରେ ଅବାଧ ପ୍ରବେଶ। ଦଳର ସମସ୍ତ ନିଷ୍ପତ୍ତି ଏବେ ବି ପାଣ୍ଡିଆନ ନେଉଥିବା ଦଳ ଭିତରେ ଚର୍ଚ୍ଚା। ସୁଜାତା ସ୍ବେଚ୍ଛାକୃତ ଅବସର ନେବା ପରେ ଗତ ବର୍ଷ ପ୍ରତିଷ୍ଠା ଦିବସରେ ଦଳରେ ଯୋଗ ଦେବା ନେଇ ପ୍ରସ୍ତୁତି କରାଯାଇଥିଲା। ମାତ୍ର ଦଳ ଭିତରୁ ବିରୋଧ ପରେ ଚର୍ଚ୍ଚା ଥମିଥିଲା। ସେହିପରି ନବୀନ ହସପିଟାଲରେ ଆଡମିଟ୍ ସମୟରେ ବି ସମାନ ଚର୍ଚ୍ଚା ହେବାରୁ କିଛି ଗୋଷ୍ଠୀ ପ୍ରବଳ ବିଦ୍ରୋହ କରିଥିଲେ। ଆଉ ଏବେ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଥିବାବେଳେ ପ୍ରତିଷ୍ଠା ଦିବସ ପାଖଉ ଥିବାରୁ ଏହି ସୁଜାତାଙ୍କ ବିଜେଡି ମଙ୍ଗ ଧରିବା କଥା ପୁଣି ପଦାକୁ ଆସିଛି। ଯେଉଁଥିପାଇଁ ବରିଷ୍ଠ ଓ ଯୁବ ଗୋଷ୍ଠୀ ମେଳି ବାନ୍ଧି ବିଦ୍ରୋହ ଲାଗି ସଜବାଜ ହେଉଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ସୁଜାତାଙ୍କୁ ଦଳପତି କରିବା ଦଳ ପାଇଁ ଘାତକ ହୋଇପାରେ । 

ନୂଆପଡାରେ ବିଜେଡି ଥାର୍ଡ ଡିଭିଜନ ପାଇଲା। ଯେଉଁଥିପାଇଁ ଦଳ ଭିତରେ ବିଦ୍ରୋହ ଏବେ ତୀବ୍ର। କୋର୍ ଟିମ୍ ସହ ମୁହାଁ ମୁହିଁ ଫ୍ଲୋର ଟିମ୍ ବା ବିଧାୟକ ଗୋଷ୍ଠୀ। ଏଭଳି ସ୍ଥଳେ ନବୀନ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଦାୟିତ୍ବ ପାଣ୍ଡିଆନ୍ ଦମ୍ପତ୍ତିଙ୍କ ହାତରେ ଦେଲେ ବିସ୍ଫୋରଣ ସୁନିଶ୍ଚିତ। ତେବେ ଶଙ୍ଖପତି କି ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା।.

Advertisment
Related Articles
Advertisment