Advertisment

Clash at Nepal Border: ନେପାଳରେ ପୁଣି ମାତିଲେ ଜେନ୍ ଜି , ପୁରା ଅଞ୍ଚଳ ପାଲଟିଲା ଯୁଦ୍ଧ କ୍ଷେତ୍ର

ପୁଣି ମାତିଲେ ଜେନ୍ ଜି। ନେପାଳ ସୀମାନ୍ତ ସୀମରାରେ ସଂଘର୍ଷ। ଦୁଇ ଓ୍ବାର୍ଡ ଅଧ୍ୟକ୍ଷ ଗିରଫ, ପୁରା ଅଞ୍ଚଳ ଯୁଦ୍ଧକ୍ଷେତ୍ରରେ ପରିଣତ। ଗିରଫ ବ୍ୟକ୍ତି ହେଲେ ଧନ ବାହାଦୁର ଶ୍ରେଷ୍ଠ ଏବଂ କାଇମୁଦ୍ଦିନ ଆନସାରୀ।

author-image
Manas Ranjan Mohanty
NEPAL

NEPAL Photograph: (OTV)

ପୁଣି ମାତିଲେ ଜେନ୍ ଜି। ନେପାଳ ସୀମାନ୍ତ ସୀମରାରେ ସଂଘର୍ଷ। ଦୁଇ ଓ୍ବାର୍ଡ ଅଧ୍ୟକ୍ଷ ଗିରଫ, ପୁରା ଅଞ୍ଚଳ ଯୁଦ୍ଧକ୍ଷେତ୍ରରେ ପରିଣତ। ଗିରଫ ବ୍ୟକ୍ତି ହେଲେ ଧନ ବାହାଦୁର ଶ୍ରେଷ୍ଠ ଏବଂ କାଇମୁଦ୍ଦିନ ଆନସାରୀ। ଦୁହେଁ ସିପିଏନ୍-ଇଉଏମଏଲ ପାର୍ଟିରୁ ନିର୍ବାଚିତ ଅଧ୍ୟକ୍ଷ। ବୁଧବାର ସୀମରା ଚୌକରେ ସଂଘର୍ଷ ହୋଇଥିଲା। ଯୋଜନାବଦ୍ଧ ଆକ୍ରମଣର ଅଭିଯୋଗରେ ସୀମରା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଆଜି ସକାଳୁ ସୀମରା ଅଞ୍ଚଳର ଯୁବକମାନେ ଟାୟାର ପୋଡ଼ି ପ୍ରତିବାଦ କରୁଛନ୍ତି ଏବଂ ସୀମରା-ପଥଲୈୟା ରାଜପଥ ଅବରୋଧ କରିଛନ୍ତି। ବଜାର ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଦୋକାନଗୁଡ଼ିକ ବନ୍ଦ ରହିଛି । ଯାନବାହାନ ଚଳାଚଳ ବନ୍ଦ ରହିଛି। ସେହି ଅଞ୍ଚଳରେ ପୁଣି ଥରେ କର୍ଫ୍ୟୁ ଲଗାଯାଇଛି।

Advertisment

ନେପାଳରେ ପୁଣି ମାତିଲେ ଜେନ୍ ଜି 
ସୀମରାରେ ସଂଘର୍ଷ, ଦୁଇ ଓ୍ବାର୍ଡ ଅଧ୍ୟକ୍ଷ ଗିରଫ
ପୁରା ଅଞ୍ଚଳ ପାଲଟିଲା ଯୁଦ୍ଧ କ୍ଷେତ୍ର 
ଧନ ବାହାଦୁର ଶ୍ରେଷ୍ଠ ଏବଂ କାଇମୁଦ୍ଦିନ ଆନସାରୀ ଗିରଫ 
ଦୁହେଁ ସିପିଏନ୍-ଇଉଏମଏଲ ପାର୍ଟିରୁ ନିର୍ବାଚିତ ଅଧ୍ୟକ୍ଷ
ସୀମରା-ପଥଲୈୟା ରାଜପଥ ଅବରୋଧ 
ବଜାରରେ ଦୋକାନ ଓ ଯାନବାହାନ ଚଳାଚଳ ବନ୍ଦ 

Advertisment
Related Articles
Advertisment