/odishatv-khabar/media/media_files/2025/11/20/humane-sagar-death-controversy-2025-11-20-19-44-48.jpg)
Humane-Sagar-Death-Controversy Photograph: (OTV)
ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ଷଡ଼ଯନ୍ତ୍ରର ଶିକାର ହୋଇନାହାନ୍ତି ତ ହ୍ୟୁମାନ୍ ? ହଠାତ୍ ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଏତେ ବିଗିଡ଼ିଲା କେମିତି ? ମା’ଙ୍କ ଅଭିଯୋଗ ପଛରେ ଲୁଚିଛି କି ସତ ? ଏଭଳି ଅନେକ ପ୍ରଶ୍ନ ଏବେ ହ୍ୟୁମାନ ଫ୍ୟାନ୍ସ ମାନଙ୍କ ମନରେ ଉଙ୍କିମାରୁଛି । ସୋମବାର ରାତି ୯ଟାରେ ହ୍ୟୁମାନଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଏମ୍ସ ମେଡିକାଲ୍ ପରିସରରେ ଆରମ୍ଭ ହୋଇଥିଲା କଥା କଟାକଟି । ହ୍ୟୁମାନ ମା’ ଶେଫାଳୀ ସୁନା ପୁର ମୃତ୍ୟୁ ପାଇଁ ସିଧାସଳଖ କିଛି ବ୍ୟକ୍ତିଙ୍କୁ ଦାୟୀ କରିଥିଲେ । ଏପରିକି ହ୍ୟୁମାନଙ୍କୁ ୟୁଜ୍ କରାଯାଇଥିବା କହିଥିଲେ । ତା’ ଛଡ଼ା ସିଙ୍ଗର ଅର୍ପିତା ଚୌଧୁରୀ ଏବଂ ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ ପପୁଙ୍କ ନାଁ ନେଇ ପୁଅର ମୃତ୍ୟୁ ପାଇଁ ଏମାନେ ଦାୟୀ ବୋଲି କହିଥିଲେ ।
ହ୍ୟୁମାନଙ୍କ ମୃତ୍ୟୁ ପରଠୁ ବିବାଦ ଥମିବାର ନାଁ ଧରୁନି । ବୁଧବାର ଦିନ ପୁଣି ସାମ୍ନାକୁ ଆସିଛି ଆଉ ଏକ ଭାଇରାଲ ଭିଡିଓ । ଯେଉଁଥିରେ ମ୍ୟାନେଜର ଦିନେଶ ହ୍ୟୁମାନଙ୍କ ମା’ଙ୍କୁ ଗାଳି କରିବା ସହ ଅଭଦ୍ର ଭାଷା ପ୍ରୟୋଗ କରିବାକୁ ପଛାଉନାହାନ୍ତି । ଆଗ ଗାଡିରେ ପୁଅର ମୃତଦେହ, ଆଉ ପଛ ଗାଡ଼ିରେ ମାଆଙ୍କୁ ମିଳୁଥିବା ଏ ଧମକ ଦେଖି ସମସ୍ତଙ୍କ ହୃଦୟ ଯେମିତି ଚହଲିଯାଇଛି । ଏଠି ପ୍ରଶ୍ନ ଉଠୁଛି, ଦିନେଶ ହ୍ୟୁମାନଙ୍କ ମା’ଙ୍କୁ ଧମକ ଦେଉଛନ୍ତି କାହିଁକି ? ଏ ଧମକ ପଛରେ କ’ଣ ଲୁଚିଛି ସତ ? ପ୍ରୋଗ୍ରାମ୍ ନାଁରେ ସତରେ ହ୍ୟୁମାନଙ୍କୁ ୟୁଜ୍ କରାଯାଇନି ତ ? ହ୍ୟୁମାନ ମା’ଙ୍କ ଅଭିଯୋଗ ଯଦି ସତ ହୁଏ ତା’ ହେଲେ କଥା ସାଂଘାତିକ ।
ଏସବୁ ଭିତରେ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ହ୍ୟୁମାନଙ୍କ ମାଆ । ତାଙ୍କ ସହ ସେ ଦିନ ଯାହା ହେଲା ସେ ସବୁ ପାଇଁ ଦିନେଶ କ୍ଷମା ମାଗନ୍ତୁ ବୋଲି ସେ କହିଥିବା ବେଳେ ଦିନେଶ କିନ୍ତୁ ଏଯାଏଁ ମୁହଁ ଖୋଲି ନାହାନ୍ତି । କି ଯେଉଁ ବ୍ୟକ୍ତି ମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନେ ମଧ୍ୟ କ୍ୟାମେରା ସାମ୍ନାକୁ ଆସିନାହାନ୍ତି ।
Surprise School Visit: ସ୍କୁଲ ଭିଜିଟରେ ଆସିଥିଲେ, ଅଳନ୍ଦୁ ଦେଖି ଝାଡୁ ମାରିଲେ DEO

Health Secrets: ଏହି ଶାଗ ଖାଇଲେ ବଢ଼ିବ ସ୍ମରଣ ଶକ୍ତି , ଗ୍ଲୋ କରିବ ଆପଣଙ୍କ ସ୍କିନ୍

Fear of Rising Storms: ବଢିଲା ବାତ୍ୟା ଭୟ ! ନଭେମ୍ବର ଶେଷ ବେଳକୁ ଆସିବ ?

Heart Attack: ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ହେଲେ ବଞ୍ଚାଇଦେଲେ ୨୫ ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)