/odishatv-khabar/media/media_files/2025/11/20/low-pressure-2025-11-20-20-04-57.jpg)
LOW-PRESSURE Photograph: (OTV)
ବଙ୍ଗୋପସାଗରରୁ ପୁଣି ମାଡ଼ିଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ଶନିବାର ଅର୍ଥାତ୍ 22 ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ପୂର୍ବାନୁମାନ ଥିବାରୁ ବାତ୍ୟାକୁ ନେଇ ବି ଘନେଇଲାଣି ଆଶଙ୍କା। ଯଦିଓ ପାଣିପାଗ ବିଭାଗ ବାତ୍ୟା ସଂପର୍କରେ ସ୍ପଷ୍ଟ କରିନି, ହେଲେ ଶୀତଦିନ ସାଙ୍ଗକୁ ଅମଳ ସମୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।....
କଲବଲ କରିବ । ଘାଣ୍ଟିବ । ଶୀତରେ ଆସୁଛି ବଡ଼ ବର୍ଷା ! ଘୂର୍ଣ୍ଣିବଳୟ ହୋଇ ସାରିଲାଣି । ଲଘୁଚାପ ହେବା ଥୟ ।
ବାତ୍ୟା ହେବ କି ନହେବ ଏବେଠୁ କହି ହେଉନି । ସଂକେତ ମିଳିଲେ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ
ଫସଲ ଅମଳର ମାସ। ପୁଣି ଶୀତ ଥୁରୁ ଥୁରୁ ନଭେମ୍ବର ଶେଷ ଆଡ଼କୁ ବଡ଼ ବର୍ଷା, ନହେଲେ ବାତ୍ୟା ଭୟ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଏ ସୂଚନା ପରେ ବଢ଼ିଲା ଛନକା। ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ ବଙ୍ଗୋପସାଗର ଦକ୍ଷିଣ ପୂର୍ବ ମାଲାକ୍କା ପ୍ରଣାଳୀରେ ୟା ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଲାଣି। ଇଏ ତାରି ଚିତ୍ର। ଧିରେ ଧିରେ ଏହା ଅଧିକ ବଳ ଗୋଟାଇ ଆଗକୁ ବଢିବା ସହ ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ୨୪ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି।
ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଆହୁରି ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ଯାଏଁ ଯିବାର ବି ସମ୍ଭାବନା ରହିଛି।...
ଅମଳ ସମୟରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଚାଷୀ ଛନକା
ହେଲେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରଟି ବାତ୍ୟା ହେବ ନା ନାହଁ , ବାତ୍ୟା ହେଲେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ନା ଓଡ଼ିଶା, କେଉଁ ରାଜ୍ୟ ମୁହାଁ ହେବ ? ଏସବୁ ପ୍ରଭାବରେ ବର୍ଷାର ପରିମାଣ କେଉଁ ଜିଲ୍ଲାରେ କେତେ ରହିବ ? ଆଇଏମଡି ପକ୍ଷରୁ ଏବେଠୁ ଏନେଇ ଆକଳନ କରାଯାଇ ନଥିଲା ବେଳେ କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପକ୍ଷରୁ 27-28 ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟାର ପୂର୍ବାନୁମାନ ଭୟ ବଢ଼ାଇଛି। ବିଶେଷକରି ଧାନ କଟାକଟି ଓ ଅମଳ ସମୟରେ ବର୍ଷା, ବର୍ଷକର ଦାନା ଉଜାଡ଼ିବାର ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀ।...
ଗତ ମାସ ସାମୁଦ୍ରିକ ଝଡ଼ ମୋନ୍ଥା ପ୍ରଭାବରୁ ଓଡ଼ିଶା ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ଚଳିତ ମାସ ଠିକ୍ ସେଇ ସମୟକୁ ବଙ୍ଗୋପାଗରରେ ଘନୋଉଥିବା ସାମୁଦ୍ରିକ ବିପଦ କି ରୂପ ନେଉଛି ଆସନ୍ତା ଦୁଇ ତିନି ଦିନରେ ସ୍ପଷ୍ଟ ହୋଇଯିବ।...
Mother of Humane Sagar Accuses: ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ଷଡ଼ଯନ୍ତ୍ରର ଶିକାର ହୋଇନାହାନ୍ତି ତ !

Shocking Confession: ଶୋଇଥିଲା ଝିଅ ହାଣିଦେଲା ବାପା, ଥାନାକୁ ଯାଇ କହିଲା...

Tragedy Upon Tragedy: ବାପାଙ୍କ ଦଶାହ ଯାଇନି, ଉଠିଲା ପୁଅର କୋକେଇ

Clash at Nepal Border: ନେପାଳରେ ପୁଣି ମାତିଲେ ଜେନ୍ ଜି , ପୁରା ଅଞ୍ଚଳ ପାଲଟିଲା ଯୁଦ୍ଧ କ୍ଷେତ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)