Advertisment

Clash in Lok Sabha: କଂଗ୍ରେସ ଜନ୍ମକୁଣ୍ଡଳି କାଢ଼ିଲେ ଶାହା ! କହିଲେ ଏମିତି

ସଂସଦରେ ରାହୁଲଙ୍କ ଯୁକ୍ତିରେ ଶାହା ଖପ୍ପା । SIR ପ୍ରସଙ୍ଗରେ ଟକରାଟକରି ଦୁଇ ନେତା । ଗୃହମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗର୍ଜନରେ ବୁଧବାର କମ୍ପିଥିଲା ପୂରା ସଂସଦ ।

author-image
Manas Ranjan Mohanty
SIR-row-debate-in-Lok-Sabha

SIR-row-debate-in-Lok-Sabha Photograph: (OTV)

ସଂସଦରେ ରାହୁଲଙ୍କ ଯୁକ୍ତିରେ ଶାହା ଖପ୍ପା । SIR ପ୍ରସଙ୍ଗରେ ଟକରାଟକରି ଦୁଇ ନେତା । ଗୃହମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗର୍ଜନରେ ବୁଧବାର କମ୍ପିଥିଲା ପୂରା ସଂସଦ । SIRକୁ ନେଇ ଗୃହରେ ବିବୃତି ରଖିଲା ବେଳେ ଦେଖିବାକୁ ମିଳିଥିଲା ଶାହା ଏବଂ ରାହୁଲଙ୍କ ଗର୍ଜନ । ନକଲି ଭୋଟର ପ୍ରସଙ୍ଗ ନେଇ ଗୃହମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ରାହୁଲ ଗାନ୍ଧି । ECIଙ୍କ ଭୂମିକାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ ବି କରିଥଲେ । ଆଉ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଡିବେଟ୍ କରିବାକୁ ଆହ୍ନାନ ଦେଇଥିଲେ । 

Advertisment

ସେପଟେ ରାହୁଲଙ୍କ ଏଭଳି ଚ୍ୟାଲେଞ୍ଜ ପରେ ଖୁବ୍ ବର୍ଷିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଥିଲେ, ଆମେ ନଥିବା ଆଗରୁ ଦେଶରେ ନିର୍ବାଚନ କମିଶନ ରହିଛି । ବିତର୍କରେ ସେ ଉତ୍ତର କେତେବେଳେ ଦେବେ, ତାହା ସେ ନିଜେ ନିଷ୍ପତ୍ତି ନେବେ । ତାଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳ ନେତା ନିଷ୍ପତ୍ତି ନେବେ ନାହିଁ ବୋଲି କହିଛନ୍ତି ଅମିତ ଶାହା । ଖାଲି ଏତିକି ନୁହେଁ, ଶାହା ବ୍ୟଙ୍ଗାତ୍ମକ ଭାବରେ ଆହୁରି କହିଛନ୍ତି, ଯେତେବେଳେ କଂଗ୍ରେସ ଜିତେ, ସବୁକିଛି ଠିକ୍ ଥାଏ, କିନ୍ତୁ ହାରିବା ମାତ୍ରେ ସେମାନେ ଭୋଟର ତାଲିକାରେ ତ୍ରୁଟି ଖୋଜିବା ଆରମ୍ଭ କରନ୍ତି । 

ତେବେ ରାହୁଲଙ୍କ ଏହି କଥାରେ ଖୁବ୍ କ୍ଷୁବ୍ଧ ହୋଇଥିଲେ ଗୃହମନ୍ତ୍ରୀ । ସେପଟେ ୱାନ ନେସନ ୱାନ ପୋଲ୍ ସପକ୍ଷରେ ମତ ରଖି କଂଗ୍ରେସକୁ ଖୁବ୍ ଧୁଲେଇ କରିଥିଲ ବିଜେପି ସାଂସଦ କଙ୍ଗନା ରଣାୱତ । ସଂସଦରେ ଶାସକ ବିରୋଧୀଙ୍କ ଏହି କଥା କଟାକଟି ବେଶ୍ କିଛି ସମୟ ଲାଗି ରହିଥିଲା । 

Advertisment
Related Articles
Advertisment