Advertisment

Nationwide Strike: ଭାରତ ବନ୍ଦକୁ କଂଗ୍ରେସ ଓ ବାମ ଦଳର ସମର୍ଥନ, ବିଜେପିର ସମାଲୋଚନା

କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧକରି ଆସନ୍ତାକାଲି କେନ୍ଦ୍ର ସରକାର ବିରୁଦ୍ଧରେ ଦେଶବ୍ୟାପି ହରତାଳ ଓ ଧର୍ମଘଟ କରିବ ବାମପନ୍ଥୀ ଓ କଂଗ୍ରେସ ଦଳ। ବିଜେଡି ନିଜର ସମର୍ଥନ ଜଣାଇ ନାହିଁ।

author-image
Chinmayee Sahoo
CONGRESS

CONGRESS Photograph: (OTV)

କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧକରି ଆସନ୍ତାକାଲି କେନ୍ଦ୍ର ସରକାର ବିରୁଦ୍ଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବ ବାମପନ୍ଥୀ ଓ କଂଗ୍ରେସ ଦଳ। ଏଥିରେ ବିଜେଡି ନିଜର ସମର୍ଥନ ଜଣାଇ ନାହିଁ। ଦେଶରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ହଟାଇ GVG RAM G ଯୋଜନା କୁ ବିରୋଧ, ବିଦ୍ୟୁତ୍ ବିଲ, ଶାନ୍ତି ବିଲ ଏବଂ ଶ୍ରମିକ ମାନଙ୍କର ଅଧିକାରକୁ ଛାଡ଼ି ନେବା ବିରୁଦ୍ଧରେ ଏହି ହରତାଳ ହେବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ଓ ବାମପନ୍ଥୀ ଦଳ। 

Advertisment

କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିକାଲ ଏବଂ ପରୀକ୍ଷାକୁ ଛାଡ଼ି ସବୁ କିଛି ବନ୍ଦ ରହିବ ବୋଲି କହିଛି ସିପିଆଇ ଏବଂ କଂଗ୍ରେସ। ସେପଟେ ଶ୍ରମିକ ସଂଗଠନ, ବାମ ଦଳ ଓ କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କରିଛି ବିଜେପି। ସଂଗଠନମାନେ ଶ୍ରମିକମାନଙ୍କୁ ନେଇ ବେପାର କରୁଛନ୍ତି। ଶ୍ରମିକ ନାଁରେ ବର୍ଷ ବର୍ଷ ଧରି ରାଜନୀତି କରୁଛନ୍ତି। ପୂର୍ବରୁ ୨୯ଟି ଶ୍ରମ ଆଇନ ଥିଲା ଯାହାର କ୍ଷତି ଭାରତର ଶ୍ରମିକ ମାନେ ପାଉଥିଲେ। 

ଶ୍ରମ ଆନ୍ଦୋଳନ ପାଇଁ ଅନେକ କାରଖାନା ବନ୍ଦ ହେଇ ଯାଉଥିଲା। ଏବେ ସଂସ୍କାରକୁ ଯେଉଁମାନେ ବିରୋଧ  ଓ ଆନ୍ଦୋଳନ କରୁଛନ୍ତି ସେମାନେ ଆଗରୁ କଳ କାରଖାନା ବନ୍ଦ ର ସୂତ୍ରଧର ଥିଲେ।  ସବୁ ସଂଶୋଧନ ଶ୍ରମିକଙ୍କ ହିତରେ ଆସିଛି ବୋଲି କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ।

Advertisment
Bharat Bandh Nationwide Strike
Advertisment
Related Articles
Advertisment