Advertisment

Check What's Open And Closed on Bharat Bandh: ଆସନ୍ତାକାଲି ଭାରତ ବନ୍ଦ, କ’ଣ ଖୋଲା ଓ କ’ଣ ବନ୍ଦ ଜାଣନ୍ତୁ

ବନ୍ଦ ପ୍ରଭାବରେ ପ୍ରମୁଖ ସହରଗୁଡ଼ିକରେ ବଜାର ଏବଂ ଦୋକାନ ବଜାର ବନ୍ଦ ରହିପାରେ। ବିଭିନ୍ନ ଅଞ୍ଚଳରେ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିପାରେ।

author-image
Chinmayee Sahoo
Bharat Bandh

Bharat Bandh Photograph: (OTV)

ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେନ ୟୁନିଅନ ସଂସ୍ଥା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।  ଚାଷୀ ସଂଗଠନ ସମର୍ଥନରେ ଅନେକ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। 

Advertisment

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥନ ନୀତି ବିରୁଦ୍ଧରେ ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ। ଅଂଶଗ୍ରହଣ କରୁଥିବା ପ୍ରମୁଖ ଟ୍ରେଡ ୟୁନିଅନଗୁଡ଼ିକ ମଧ୍ୟରେ ରହିଛନ୍ତି CITU, AITUC, INTUC, HMS, AICCTU, LPF ଏବଂ UTUC।

ଭାରତ ବନ୍ଦରେ କଣ ଖୋଲା ରହିବ ଆଉ କଣ ବନ୍ଦ ଜାଣନ୍ତୁ:-

ବନ୍ଦ ପ୍ରଭାବରେ ପ୍ରମୁଖ ସହରଗୁଡ଼ିକରେ ବଜାର ଏବଂ ଦୋକାନ ବଜାର ବନ୍ଦ ରହିପାରେ। ବିଭିନ୍ନ ଅଞ୍ଚଳରେ ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିପାରେ। ପ୍ରଭାବିତ ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିପାରେ। ସେହିପରି ରାସ୍ତା ଅବରୋଧ ସୃଷ୍ଟି ହେଲେ ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହୋଇପାରେ। ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରହିପାରେ।

Advertisment

ଭାରତ ବନ୍ଦରେ ଯେଉଁ ସବୁ ଅନୁଷ୍ଠାନ ଖୋଲା ରହିବ, ସେଗୁଡିକ ମଧ୍ୟରେ ରହିଛି ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଚିକିତ୍ସା ଅନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ, ବିମାନବନ୍ଦର, ଏଟିଏମ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବା ରହିଛି। 

ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଯୋଗୁଁ ଅନେକ ଅଞ୍ଚଳରେ ବଡ଼ ଧରଣର ଅବରୋଧ ସୃଷ୍ଟି ଆଶଙ୍କା କରାଯାଉଛି। ଲୋକମାନେ ନିଜ ଅଞ୍ଚଳର ସ୍ଥିତି ଯାଞ୍ଚ କରି ସେହି ଅନୁସାରେ ଯାତ୍ରା ଯୋଜନା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାରବାର କିମ୍ବା ସରକାରୀ-ସମ୍ବନ୍ଧୀୟ କାର୍ଯ୍ୟ ପୂର୍ବରୁ ଶେଷ କରିବାକୁ ଅନୁରୋଧ କରିଛନ୍ତି ସମ୍ପୃକ୍ତ ସଂଗଠନ।

Bharat Bandh
Advertisment
Related Articles
Advertisment