କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ପ୍ରଥମେ ମେୟର ତାପରେ କର୍ପୋରଟର୍ମାନେ ଶପଥ ନେବେ। ଏହା ପରେ ପରେ ଡେପୁଟି ମେୟର ନିର୍ବାଚନ ହେବ।
ବିଜେଡିକୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଗୋଷ୍ଠୀର ଶକ୍ତି ନାହିଁ । ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଜଣେ ମହିଳା ହୋଇଥିବାରୁ ଡେପୁଟି ମେୟର ପଦବୀ ଜଣେ ପୁରୁଷଙ୍କ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୪୯ ନମ୍ବର ଓ୍ୱାର୍ଡର କର୍ପୋରେଟର ଦମୟନ୍ତୀ ମାଝି । ଏକମାତ୍ର ପ୍ରାର୍ଥୀ ଥିବାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଦମୟନ୍ତୀ ।
ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍ଜା ।
କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର ।
ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ହେବ ପୁନଃ ମତଦାନ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।
ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍ରେ କଂଗ୍ରେସଠାରୁ ଝଟ୍କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ ଆରମ୍ଭ କରିଛି ରଣନୀତି ।
କିଏ ହେବ ବ୍ରଜରାଜ ନଗରର ବିଜେଡି ପ୍ରାର୍ଥୀ ? ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଗୋଟିଏ ପଟେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଅନ୍ୟ ପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁକୁ ନେଇ ଏବେ ସରଗରମ ଜିଲ୍ଲା ରାଜନୀତି ।
ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ୬ଟି ବୁଥ୍ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।
ଶେଷ ହୋଇଛି ପୌର ଭୋଟ୍ । ନିର୍ବାଚନୀ ମୈଦାନରେ କିଏ ଜିତିଛି, କିଏ ହାରିଛି । ହେଲେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏମିତି କିଛି ବିରଳ, ଅସାଧାରଣ ପ୍ରାର୍ଥୀ, ଯେଉଁମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଜିମାତ୍ କରିଛନ୍ତି।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ବଢୁଛି କି ବିରୋଧୀଙ୍କ ଦବଦବା? ଶାସକ ଦଳ ବିରୋଧରେ ବଢୁଛି କି ଜନ ଅସନ୍ତୋଷ? ପୌର ଫଳାଫଳକୁ ଦେଖିଲେ କିଛି ଏମିତି ଜଣାପଡୁଛି। ୨୧ ୱାର୍ଡ ବିଶିଷ୍ଟ ଏହି ପୌରପାଳିକା ବିଜେଡି ଦଖଲକୁ ଯାଇଛି ସତ କିନ୍ତୁ ୨୧ ଟି ୱାର୍ଡ ଭିତରୁ ଶତ ପ୍ରତିଶତ ବିଜୟ ହାସଲ କରି ପାରିନି ବିଜେଡି।
ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି।
ତିନି କୁ ତିନ୍ । ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ସବୁଠି ଶଙ୍ଖନାଦ । ସବୁଠି ବିଡେଡି ଦଖଲରେ ମେୟର ଗାଦି ।
ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି।
ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍ମାର୍ କରିଛନ୍ତି।
ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।
ସଚେତନତା ସାଙ୍ଗକୁ ବୁଦ୍ଧିମତାର ପରିଚୟ ଦେଇଛନ୍ତି ସହରୀ ଭୋଟର। ଯାହାଦ୍ୱାରା ଅନେକ ପୌର ପରିଷଦରେ ଶାସକ ଦଳର ପ୍ରାର୍ଥୀ ଅଧିକ ସଂଖ୍ୟକ କାଉନ୍ସିଲର ପଦ ଜିତିଥିଲେ ବି କେତେକ ଜାଗାରେ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିରୋଧୀ ନହେଲେ ସ୍ୱାଧୀନ କ୍ୟାଣ୍ଡିଡେଟ୍।
ପୌର ଫାଇଟ୍ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ।
ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି।
ଏହା ଆମର ବିଜୟ ନୁହେଁ, ଲୋକଙ୍କ ବିଜୟ।
ଭୁବନେଶ୍ୱରର ବିକାଶକୁ ତ୍ୱରାନ୍ୱିତ କରିବା ସହ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବୁ।
ନୂଆପଡା ଜିଲ୍ଲାର ୩ଟି ଏନ୍ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା ।