/odishatv-khabar/media/media_files/2025/11/14/bihar-2025-11-14-07-37-39.jpg)
BIHAR Photograph: (OTV)
ବିହାରରେ ଏକଜାଟ୍ ହେବ କି ଏକଜିଟ୍ ପୋଲ ? ଏନଡିଏ କ୍ଷମତା ବଜାୟ ରଖିବ ନା ମହାମେଣ୍ଟ ବାଜି ଜିତିବ ? ଆଜି ଖୋଲିବ ଇଭିଏମ୍ ପେଡ଼ି। ମୋଟ୍ ୨ହଜାର ୬୧୬ ପ୍ରାର୍ଥୀଙ୍କ ଭାଗ୍ୟଫଳ ବାହାରିବ। ବିହାରରେ ଏଥର ଐତିହାସିକ ଭୋଟିଂ ହୋଇଛି। ମୋଟ୍ ୬୬.୯୧ ପ୍ରତିଶତ ମତଦାନ କରିଛି ବିହାର। ଯାହା ୧୯୫୧ ପରଠୁ ସର୍ବାଧିକ। ସେହିପରି ୨୦୨୦ ବିଧାନସଭା ନିର୍ବାଚନ ଅପେକ୍ଷା ୯.୬ ପ୍ରତିଶତ ଓ ୨୦୨୪ ଲୋକସଭା ନିର୍ବାଚନ ଅପେକ୍ଷା ୧୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି ଏଥର। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୫.୦୮ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର ରହିଥିଲା ୬୮.୭୮ ପ୍ରତିଶତ।
ବିହାରରେ ନେତା ବାଛିଛନ୍ତି ୭କୋଟି ୪୫ ଲକ୍ଷରୁ ଅଧିକ ଭୋଟର। ପ୍ରଥମ ପର୍ଯ୍ୟାୟରେ ୩କୋଟି ୭୫ଲକ୍ଷ ୧୩ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଥିଲେ ୩ କୋଟି ୭୦ ଲକ୍ଷ ୧୩ ହଜାର ଭୋଟର। ପୂର୍ବରୁ ୨୦୦୦ ମସିହାରେ ବିହାର ବିଧାନସଭା ନିର୍ବାଚନରେ ସର୍ବାଧିକ ୬୨.୫୭ ପ୍ରତିଶତ ଭୋଟିଂ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ସର୍ବାଧିକ ୬୪.୬୦ ପ୍ରତିଶତ ଭୋଟିଂ ହୋଇଥିଲା। ସେସବୁ ରେକର୍ଡକୁ ଏଥର ଟପିଯାଇଛି ବିହାର ଭୋଟିଂ।
ଏଥର ଅଧିକ ସଂଖ୍ୟକ ମହିଳା ବି ଭୋଟ୍ ଦେଇଛନ୍ତି। ମୋଟ୍ ୭କୋଟି ୪୫ ଲକ୍ଷ ଭୋଟରଙ୍କ ଭିତରୁ ମହିଳା ଭୋଟରଙ୍କ ସଂଖ୍ୟା ୩କୋଟି ୫୧ ଲକ୍ଷ ଓ ପୁରୁଷ ଭୋଟ୍ ଦେଇଛନ୍ତି ୩ କୋଟି ୯୩ଲକ୍ଷରୁ ଅଧିକ। ମହିଳାଙ୍କ ଭୋଟ୍ ହାର ରହିଛି ୭୧.୬ପ୍ରତିଶତ ଓ ପୁରୁଷ ଭୋଟ ହାର ୬୨.୮ ପ୍ରତିଶତ ରହିଛି। ...
ବିହାରରେ ଏକଜାଟ୍ ହେବ କି ଏକଜିଟ୍ ପୋଲ ?
ଏନଡିଏ କ୍ଷମତା ବଜାୟ ରଖିବ ନା ମହାମେଣ୍ଟ ବାଜି ଜିତିବ ?
ଖୋଲିବ EVM ପେଡ଼ି, ବାହାରିବ ୨୬୧୬ ପ୍ରାର୍ଥୀଙ୍କ ଭାଗ୍ୟଫଳ
ବିହାର ନିର୍ବାଚନ ଇତିହାସରେ ରେକର୍ଡ ଭୋଟିଂ
ବିହାରରେ ଏଥର ମୋଟ୍ ୬୬.୯୧% ମତଦାନ
୧୯୫୧ ପରଠୁ ବିହାରରେ ସର୍ବାଧିକ ଭୋଟିଂ
ଗତ ବିଧାନସଭା ନିର୍ବାଚନ ଅପେକ୍ଷା ୯.୬% ଅଧିକ ଭୋଟିଂ
୨୦୨୪ ଲୋକସଭା ନିର୍ବାଚନ ଅପେକ୍ଷା ୧୦% ଅଧିକ ମତଦାନ
ବିହାରରେ ନିର୍ଣ୍ଣାୟକ ହୋଇପାରନ୍ତି ମହିଳା ଭୋଟର
The Mind Games of Terror: ରହସ୍ୟ ଭେଦୁଛି NIA, ଉଚ୍ଚଶିକ୍ଷିତଙ୍କ ମସ୍ତିଷ୍କରେ ଆତଙ୍କର ବିଷ ଭରୁଥିଲା କିଏ ?

Ajit Patra in CBI Net: କୁଖ୍ୟାତ ଦଲାଲ ଅଜିତ ପାତ୍ରକୁ ଗିରଫ କଲା ସିବିଆଇ, ପୂର୍ବ ସରକାରରେ ପାଉଥିଲା ଭିଆଇପି ସୁବିଧା

Babri Masjid Revenge: ଡିସେମ୍ବର ୬ର ଦୋହଲି ଯାଇଥାନ୍ତା ଦିଲ୍ଲୀ, ବାବ୍ରି ମସଜିଦ ଭଙ୍ଗା ପ୍ରତିଶୋଧ ନେଇଥାନ୍ତେ ଆତଙ୍କୀ

Election Fever Peaks: କାଲି ଖୋଲିବ ଇଭିଏମରେ ସିଲ୍ ଥିବା ପ୍ରାର୍ଥୀଙ୍କ ଭାଗ୍ୟ, ଶେଷ ହୋଇଛି ପ୍ରସ୍ତୁତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)