Advertisment

Congress Expels: ମୋକିମ ଝଡ଼ରେ ରାଜ୍ୟ କଂଗ୍ରେସରେ କମ୍ପନ , ମୁହଁ ଖୋଲିଲେ ବିଦା ହେଲେ

ମୋକିମ ଝଡ଼ରେ ରାଜ୍ୟ କଂଗ୍ରେସରେ କଂପନ । ପଞ୍ଚାୟତ ପଲିଟିକ୍ସ ପୂର୍ବରୁ କଂଗ୍ରେସରେ ବଡ ହଲଚଲ ! ପ୍ରଥମେ ଚିଠି ଲେଖି ବିଷ ଝାଡ଼ିଥିଲେ, ପରେ ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେଇ ନେତାଙ୍କୁ ପୂରା ଘାଇଲା କରିଦେଲେ ବରିଷ୍ଠ ନେତା ମହମ୍ମଦ ମୋକିମ ।

author-image
Manas Ranjan Mohanty
Congress-Action

Congress-Action Photograph: (OTV)

ମୋକିମ ଝଡ଼ରେ ରାଜ୍ୟ କଂଗ୍ରେସରେ କଂପନ । ପଞ୍ଚାୟତ ପଲିଟିକ୍ସ ପୂର୍ବରୁ କଂଗ୍ରେସରେ ବଡ ହଲଚଲ ! ପ୍ରଥମେ ଚିଠି ଲେଖି ବିଷ ଝାଡ଼ିଥିଲେ, ପରେ ଗଣମାଧ୍ୟମରେ ଖୋଲାଖୋଲି ମନ୍ତବ୍ୟ ଦେଇ ନେତାଙ୍କୁ ପୂରା ଘାଇଲା କରିଦେଲେ ବରିଷ୍ଠ ନେତା ମହମ୍ମଦ ମୋକିମ । ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେଙ୍କୁ ଧୂମ ଧୋଇବା ସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏବେର ସଭାପତି ଭକ୍ତ ଦାସଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଥିଲେ । ଶେଷକୁ ଯାହା ଆଶଙ୍କା କରାଯାଉଥିଲା ସେଇଆ ହେଲା । ଏବେ କଂଗ୍ରେସ ତାଙ୍କୁ ଦଳରୁ ବିଦା କଲା । 

Advertisment

ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମଙ୍କ ଉପରେ ଆକ୍ସନ୍ ହୋଇଛି । ଖଡ଼ଗେ, ରାହୁଲ, ଭକ୍ତ ଦାସଙ୍କ ବିରୋଧରେ ବିଷୋଦଗାର କରି ସୋନିଆଙ୍କୁ ଚିଠି ଲେଖିଥିଲେ ଖଡ଼ଗେ । ଏହାକୁ ନେଇ ଖପ୍ପା ପିସିସି, ଦଳ ସୁପ୍ରିମୋଙ୍କୁ ରିପୋର୍ଟ ଦେଇଥିଲା । ଆଉ ଏବେ ଆସିଛି ଏହାର ରିଆକ୍ସନ୍ । ତେଣୁ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟରୁ ବହିଷ୍କାର କରିଛି । ବହିଷ୍କାର ପରେ ମୋକିମ କହିଛନ୍ତି, ଯାହା କହିଛି ଅନୁଶୋଚନା ନାହିଁ ।  ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି ।  କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି । କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି ବୋଲି କହିଛନ୍ତି ମୋକିମ । 

ଭକ୍ତଙ୍କ ନେତୃତ୍ବକୁ ନେଇ ମୋକିମଙ୍କ ବିଷୋଦଗାର ତାଙ୍କୁ ଭାରି ପଡ଼ିପାରେ ଚର୍ଚ୍ଚା ହେଉଥିଲା, ଏବେ ତାହା ହିଁ ହେଲା । ହେଲେ ମୋକିମଙ୍କ ପରି ଆହୁରି ଦଳରେ ଅନେକ ଅସନ୍ତୋଷ ନେତା ରହିଥିବା କୁହାଯାଥିବା ବେଳେ ଆଗକୁ କ’ଣ ହେଉଛି ଏବଂ କଂଗ୍ରେସ କିପରି ଘର ସଜାଡ଼ୁଛି ତା’ ଦେଖିବାକୁ ବାକି ରହିଲା । 

Advertisment
Related Articles
Advertisment