/odishatv-khabar/media/media_files/2025/11/07/brazilian-model-2025-11-07-10-58-49.jpg)
BRAZILIAN-MODEL Photograph: (OTV)
ରାହୁଲଙ୍କ ପାଇଁ ଟ୍ରେଣ୍ଡରେ ବିଦେଶିନୀ । ଭାରତରେ ରାଜନୈତିକ ଝଡ ସୃଷ୍ଟି କରିଥିବା ବିଦେଶିନୀ ମହିଳା ଜଣଙ୍କ କିଏ ? ଯାହାଙ୍କ ଫଟୋ ଏବେ ଭାଇରାଲ୍ ହେଉଛି । ପ୍ରେସ କନଫରନେସରେ ରାହୁଲ ଗାନ୍ଧୀ ଯେଉଁ ଫଟୋ ଦେଖାଇଥିଲେ ତାହା ହେଉଛି ଜଣେ ବ୍ରାଜିଲିୟାନ୍ ମଡେଲଙ୍କର । ଯାହାଙ୍କ ଫଟୋକୁ ବ୍ୟବହାର କରି ଭୋଟ ଚୋରି ହୋଇଛି ବୋଲି ଅଭିଯୋଗ ହୋଇଛି । ତାଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିଆଣା ନିର୍ବାଚନ ସମ୍ପର୍କରେ ଯେତେବେଳେ ଭୋଟ ଚୋରି ଅଭିଯୋଗ ଉଠାଇଲେ, ସେହି ସମୟରେ ସେ ଏହି ବ୍ରାଜିଲିୟ ମହିଳାଙ୍କ ଫଟୋ ଦେଖାଇ କହିଲେ ଇଏ ହରିଆଣାରେ ୨୨ ଥର ଭୋଟ ଦେଇଛନ୍ତି । କେବେ ସୀମା ନାଁରେ ତ କେବେ ସ୍ୱୀଟି, ତ କେବେ ସରସ୍ୱତୀ, ରଶ୍ମୀ ଓ ବିମଳା ଭଳି ନାଁରେ । ତେବେ ବାସ୍ତବରେ ଏହି ମହିଳା ଜଣଙ୍କ କିଏ ,ଯିଏ ହଠାତ ରାତାରାତି ସାରା ଭାରତରେ ଚର୍ଚ୍ଚିତ ହୋଇଗଲେ ଆସନ୍ତୁ ଜାଣିବା ।
ସେ ମହିଳା ଜଣଙ୍କ ହେଉଛନ୍ତି ଲାରିସା ନେରୀ, ଜଣେ ବ୍ରାଜିଲିୟ ହେୟାରଡ୍ରେସର୍ । ଏହି ଭୋଟ ଚୋରି କେଣ୍ଟ୍ରାଭର୍ସି ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛନ୍ତି । ଲାରିସା କହିଛନ୍ତି ଏହି ଘଟଣା ପରଠାରୁ ଅନେକ ରିପୋର୍ଟର ତାଙ୍କୁ କଲ କରୁଛନ୍ତି । ଏପରିକି ଜଣେ ରିପୋର୍ଟର ତାଙ୍କ ଇଣ୍ଟରଭ୍ୟୁ ନେବାକୁ , ସିଏ ଯେଉଁ ସାଲୋନରେ କାମ କରନ୍ତି ସେଠିକୁ ବି କଲ କରିଥିଲେ । କିନ୍ତୁ ସେ ନିଜେ ମନାକଲେ।
ସେ ପୁଣି କହିଛନ୍ତି ଜଣେ ବ୍ୟକ୍ତି ମତେ ମୋ ଇନଷ୍ଟ୍ରାଗ୍ରାମ ପେଜରେ ବି ଏହି ପ୍ରଶ୍ନ ପଚାରିଲେ । ଏହି ଘଟଣା ପରଠାରୁ ତାଙ୍କୁ ହଜାର ହଜାର ମେସେଜ୍ ଆସୁଛି । ଏପରିକି ଅଲଗା ସହରରେ ରହୁଥିବ ତାଙ୍କର ଜଣେ ସାଙ୍ଗ ଏହି ଭାଇରାଲ ଫଟୋ ତାଙ୍କୁ ପଠାଇଛନ୍ତି ।
ଲାରିସା କହିଛନ୍ତି ଏହି ଫଟୋ ଟି ତାଙ୍କର ୮ ବର୍ଷ ତଳର । ଯାହାକୁ ଏପର୍ଯ୍ୟନ୍ତ ୪ ଲକ୍ଷ ଥର ଡାଉନଲୋଡ୍ କରାଯାଇଛି । ଲାରିସା ନିଜ ଇନଷ୍ଟାଗ୍ରାମ ପେଜରେ ଭାଇରାଲ ହେଊଥିବା ଫଟୋକୁ ପୋଷ୍ଟ ବି କରିଛନ୍ତି । ଆଉ କହିଛନ୍ତି ମୋର ପୁରୁଣା ଫଟୋକୁ ବ୍ୟବହାର କରାଯାଇଛି ଓ ଯେଉଁ ଇଲେକସନ୍ ସ୍କାମ ପାଇଁ ଫଟୋ ବ୍ୟବହାର ହୋଇଛି , ସେ ତାହା ବିଷୟରେ କିଛି ଜାଣି ନାହାନ୍ତି । ଗତକାଲି ଠାରୁ ଏହି ଫଟୋ ବିଷୟରେ ଲୋକମାନେ ଅଧିକ କିଛି ଜାଣିବାକୁ ଚେଷ୍ଟା କରୁଥିଲେ ବି ଇଣ୍ଟନେଟରେ ଲାରିସାଙ୍କ ବିଷୟରେ ଅଧିକ ସୂଚନା ନାହିଁ । ତେବେ ଯାହା ବି ହେଉ ଭାରତର ସୋସିଆଲ ମିଡିଆ ପେଜରେ ଏବେ ରାଜ୍ କରୁଛନ୍ତି ଲାରିସା ନେରୀ ।
Daily Horoscope 7th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Mauritius Man’s Emotional Journey: ଯାଜପୁର ମାଟି ଗଲା ମରିସସ୍ , ଫେରିଗଲେ ରାମରୂପ

Ghost Buildings: ଅଳିଆରେ ପଡ଼ିଛି ଦୁଇ କୋଟି ! ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ ?

21 Crore Buffalos Death: ୨୧ କୋଟିର ମଇଁଷିର ହେଲା ମୃତ୍ୟୁ , ମେଳାକୁ ଆସିଥିବା ବେଳେ ହେଲା ହାର୍ଟଆଟାକ୍ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)