/odishatv-khabar/media/media_files/2025/11/07/gunupurmuniguda-wayside-amenity-centre-2025-11-07-09-41-51.jpg)
GunupurMuniguda--Wayside-amenity-centre Photograph: (OTV)
ଧିକ୍କାର କରୁଛି ଅବ୍ୟବସ୍ଥା ! ଅଳିଆରେ ପଡ଼ିଛି ସରକାରଙ୍କ ୨ କୋଟି ! ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ ? କାହା ପାଇଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ? କଥାରେ ଅଛି ସରକାର କା ମାଲ୍ ଦରିଆ ମେ ଡାଲ୍ । ଚିକଚିକ୍ କୋଠା ଭିତରେ ସବୁ ଭଙ୍ଗାରୁଜା । ବିଲ୍ଡିଂ ବାହାର ଜଙ୍ଗଲ ପାଲଟିଲାଣି । ଆପଣ ଦେଖୁଥିବା ଏଇ ଦୁଇଟି ଭିଜୁଆଲ୍ ଦୁଇଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରର । ଭିଡିଓ ଦେଖିବା ପାଇଁ ତଳେ କ୍ଲିକ କରନ୍ତୁ
ଲୋକଙ୍କ ସୁବିଧା ପାଇଁ ଏ ବ୍ୟବସ୍ଥା କରାଇଥିଲେ । ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ଦୁଇ କୋଟି ଟଙ୍କା । ହେଲେ ବର୍ତ୍ତମାନ ଏହା ଭୁତକୋଠି ପାଲଟିଛି ।
ରାୟଗଡ଼ା ଜିଲ୍ଲା ଭବାନୀ ପାଟଣା ଦାହିଖାଲରୁ ମାତ୍ର ୨୦୦ ମିଟର ଦୂରରେ ରହିଛି ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ୨୦୧୮ରେ ୯୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଏହାକୁ ତିଆରି କରାଇଥିଲା । ଶୌଚାଳୟ ଠାରୁ ଆମ୍ଭ କରି ପାର୍କିଂ, ଶିଶୁଉଦ୍ୟାନ ଏବଂ ପିଇବା ପାଣି ଭଳି ଅନେକ ସୁବିଧା ହୋଇଥିଲା । ହେଲେ ଅବହେଳା ଯୋଗୁ ଏବେ ଏହା ବନ୍ଦ ହୋଇ ରହିଛି ।
ସେହିଭଳି ଗୁଣୁପୁର ମୁନିସିପାଲିଟିର ବିକ୍ରମପୁରରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ବି ସମାନ ଅବସ୍ଥା । ୨୦୨୮ରେ ପ୍ରାୟ ୧ କୋଟି ୧୦ ଲକ୍ଷଟଙ୍କା ବ୍ୟୟରେ ଏହାକୁ ନିର୍ମାଣ ହୋଇଥିଲା l ପରେ ସବୁ କିଛି ଠିକଠାକ୍ ବି ଚାଲୁଥିଲା । କିନ୍ତୁ ଏଇ ୧୫ରୁ ୧୬ ମାସ ହେବ ଏହା ବନ୍ଦ ହୋଇ ପଡ଼ିରହିଛି l ଫଳରେ ସବୁ କିଛି ଭଙ୍ଗିରୁଜି ଏକ ପ୍ରକାର ଭୂତକୋଠି ପାଲଟିଛି ।
ଦୁଇଟି ଯାକ କେନ୍ଦ୍ରର ଅବସ୍ଥା ଶୋଚନୀୟ ଥିବାରୁ ଯାତ୍ରୀ ତଥା ପଥଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏହା ପ୍ରତି କେବେ ଦୃଷ୍ଟି ଦେଉଛି ତା’ ଦେଖିବାକୁ ଅପେକ୍ଷା ।
Dedication Beyond Duty: ୫ ମାସର ଛୁଆକୁ ଧରି ଟ୍ରାଫିକ୍ ଡ୍ୟୁଟି, ସୁନ୍ଦରଗଡ଼ର ଆଶା ତିଗଥାଙ୍କୁ ନେଇ ଚର୍ଚ୍ଚା

India Beat Australia: ୱାଶିଂଟନ ସୁନ୍ଦରଙ୍କ ଜଲୱା, ୨-୧ରେ ଆଗୁଆ ଭାରତ

Vande Bharat Sleeper: ୧୮୦ କିମି ସ୍ପିଡରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଟ୍ରାଏଲ୍ , ଦୋହଲିଲା ନାହିଁ ପାଣି ଭର୍ତ୍ତି କାଚ ଗ୍ଲାସ

Odia Woman Murdered: ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା, ମୃତଦେହରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲା ଦୁର୍ବୃତ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)