Advertisment

21 Crore Buffalos Death: ୨୧ କୋଟିର ମଇଁଷିର ହେଲା ମୃତ୍ୟୁ , ମେଳାକୁ ଆସିଥିବା ବେଳେ ହେଲା ହାର୍ଟଆଟାକ୍ !

୨୧ କୋଟିର ମଇଁଷିର ହେଲା ଅକସ୍ମାକ ମୃତ୍ୟୁ। ରାଜସ୍ଥାନ ଆଜମେର ଜିଲ୍ଲାର ପୁଷ୍କର ପ୍ରାଣୀ ମେଳାକୁ ପ୍ରଦର୍ଶନୀ ପାଇଁ ଆସିଥିବା ବେଳେ ହେଲା ହୃଦଘାତ। ଦର୍ଶକବନ୍ଧୁ ଏପରି କିଛି ଖବର ଆପଣ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଦେଖିଥିବେ।

author-image
Manas Ranjan Mohanty
21-Core-Buffalo

21-Core-Buffalo Photograph: (OTV)

୨୧ କୋଟିର ମଇଁଷିର ହେଲା ଅକସ୍ମାକ ମୃତ୍ୟୁ। ରାଜସ୍ଥାନ ଆଜମେର ଜିଲ୍ଲାର ପୁଷ୍କର ପ୍ରାଣୀ ମେଳାକୁ ପ୍ରଦର୍ଶନୀ ପାଇଁ ଆସିଥିବା ବେଳେ ହେଲା ହୃଦଘାତ। ଦର୍ଶକବନ୍ଧୁ ଏପରି କିଛି ଖବର ଆପଣ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଦେଖିଥିବେ। ଏକ ଭିଡିଓ ମଧ୍ୟ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯେଉଁଥିରେ ମଇଁଷିଟି ବିଲକୁଲ ହଲଚଲ ନହୋଇ ପଡ଼ି ରହିଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓଟି ଭାଇରାଲ ହେଉଥିବା ବେଳେ ୟୁଜରଙ୍କ ବିଭିନ୍ନ ମତ ସୃଷ୍ଟି କରିଛି। ତେବେ କଣ ରହିଛି ଏହା ପଛର ସତ୍ୟତା। ଆସନ୍ତୁ ଜାଣିବା ।

Advertisment

ଏହି ୨୧ କୋଟି ମଇଁଷିର ନାମ ହେଉଛି ଭୀମ। ଆଉ ଏହାକୁ ଭାରତର ମୁରା ପ୍ରଜାତିର ସବୁଠାରୁ ମୂଲ୍ୟବାନ ମଇଁଷି କୁହାଯାଉଛି। ତେବେ ପୁଷ୍କର ମେଳାରେ ଭୀମର ମୃତ୍ୟୁ ହେବା ଖବର ଏକ ମିଛ ଗୁଜବ। ମେଳାରେ ଉପସ୍ଥିତ ପଶୁପାଳନ ବିଭାଗ ଏବଂ ଗୋପାଳକମାନେ ଏକଥା ସ୍ପଷ୍ଟ କରି କହିଛନ୍ତି ଯେ ମଇଁଷିଟି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଜୀବିତ ଅଛି। ମେଳାକୁ ଆସିଥିବା ଆଉ ଏକ ମଇଁଷି ଅସୁସ୍ଥ ହେବା ଖବରକୁ ଏହି କୋଟି କୋଟି ଟଙ୍କାର ମଇଁଷି ସହିତ ଭୁଲ ଭାବରେ ଯୋଡା ଯାଇଥିଲା। ଯାହା ଫଳରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

ମଇଁଷିର ମାଲିକ ମଧ୍ୟ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଥିଲେ, "ଆମର ମଇଁଷି କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ନାହିଁ। ଥକାପଣ ଯୋଗୁଁ ଏହାକୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ତାର ମୃତ୍ୟୁ ହେବା ନେଇ ମିଥ୍ୟା ଖବର ପ୍ରଚାର କରାଯାଇଥିଲା। ଭୀମ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଗୁଜବକୁ ବିଶ୍ବାସ ନକରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Advertisment

ତେବେ ଆପଣଙ୍କୁ କହି ରଖୁଛୁ ଯେ, ଏ ଦାମିକିଆ ମଇଁଷି ଭୀମ ଓଡ଼ିଶାକୁ ମଧ୍ୟ ଆସିଥିଲା। ଗତ ଫେବୃୟାରୀ ମାସରେ ଭୁବନେଶ୍ବରରେ ଆୟୋଜିତ ମତ୍ସ୍ୟ-ପ୍ରାଣୀ ସମାବେଶର ମୁଖ୍ୟ ଆକର୍ଷଣ ସାଜିଥିଲା। କାରଣ ଭୀମ ଦେଖିବାକୁ ଖୁବ ସୁନ୍ଦର ଥିଲା। ଆଉ ଗୋଟିଏ ରାଜକୁମାର ପରି ଏହାକୁ ସମସ୍ତ ସୁବିଧା ଓ ସେବା ଯୋଗାଇ ଦିଆଯାଉଥିଲା। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଲୋକେ ।

Advertisment
Related Articles
Advertisment